ଆସନ୍ତା ମାସରେ ବିବାହ କରିଥାନ୍ତେ, ପସନ୍ଦ ନଥିବାରୁ ଘରେ ବାଛିଥିବା ପୁଅକୁ ଡାକି ଗଳା କାଟିଦେଲା ଝିଅ

Advertisment
ଆସନ୍ତା ମାସରେ ବିବାହ କରିଥାନ୍ତେ, ପସନ୍ଦ ନଥିବାରୁ ଘରେ ବାଛିଥିବା ପୁଅକୁ ଡାକି ଗଳା କାଟିଦେଲା ଝିଅ

ହାଇଦ୍ରାବାଦ: ଆସନ୍ତା ମାସରେ କରିଥାନ୍ତେ ବିବାହ। ସ୍ଥାନ, କାଳ ଓ ପାତ୍ର ସବୁ ଠିକ କରିସାରିଥିଲେ ପରିବାର ଲୋକେ। ଖାଲି ବିବାହ ବେଦୀ ଉପରକୁ ଯିବାର ବାକି ଥିଲା। ହେଲେ ଏହା ପୂର୍ବରୁ କନ୍ୟା ଯେଉଁ ପଦକ୍ଷେପ ନେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘରେ ଜୀବନସାଥୀ ଭାବେ ବାଛିଥିବା ପୁଅ ପସନ୍ଦ ନଥିବାରୁ ଝିଅ ଦେଖା କରିବାକୁ ଡ଼ାକି ପୁଅର ଗଳା କାଟିଦେଇଥିବା ଜଣାପଡ଼ିଛି। ରକ୍ତାକ୍ତ ଅବସ୍ଥାରେ ଭାବିସ୍ବାମୀକୁ ଛାଡ଼ି ଯୁବତୀ ଫେରାର ହେବା ପରେ ଏବେ ପୀଡ଼ିତକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୀଡ଼ିତଙ୍କ ନାଁ ରାମୁ ନାଇଡୁ ବୋଲି ଜଣାପଡ଼ିଥିବା ବେଳେ ସେ ସିଏସଆଇଆରରେ ବୈଜ୍ଞାନିକ ଥିବା କୁହାଯାଉଛି। ପୁଲିସର ସୂଚନାନୁସାରେ, ଏହି ଘଟଣା ବିଶାଖାପାଟନମର ଚୋଡାଭରାମରେ ଘଟିଛି। ରାମୁ ନାଇଡୁ ଏବଂ ଅଭିଯୁକ୍ତ ପୁଷ୍ପା ଆସନ୍ତା ମାସରେ ବିବାହ କରିଥାନ୍ତେ। ସରପ୍ରାଇଜ୍ ଅଛି କହି ପୁଷ୍ପା ରାମୁଙ୍କୁ ପାହାଡ଼ ଉପରକୁ ଡାକିଥିଲେ। ସେଠାରେ ରାମୁ ପହଞ୍ଚିବା ପରେ ପୁଷ୍ପା ତାଙ୍କ ଗଳା କାଟି ସେଠାରୁ ଫେରାର ହୋଇଯାଇଥିଲେ।

publive-image ndtv

ମହିଳା ଜଣକ ପୁଲିସକୁ କହିଛନ୍ତି ଯେ ସେ ତାଙ୍କ ପିତାମାତାଙ୍କ ଦ୍ୱାରା ମନୋନୀତ ହୋଇଥିବା ରାମୁ ନାଇଡୁଙ୍କୁ ବିବାହ କରିବାକୁ ଚାହୁଁନଥିଲେ। ହେଲେ ଘର ଲୋକ ବାଧ୍ୟ କରି ବିବାହ କରାଇବାକୁ ଚାହୁଁଥିଲେ। ବିବାହ ନକରିବା ପାଇଁ ଅନେକ ଥର କହିବା ପରେ ବି ଘରେ ରାଜି ନହେବାରୁ ସେ ରାମୁଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କୁ ହତ୍ୟା କରିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe