ଏବେ ବି ବଞ୍ଚିଛି ମାନବିକତା; ବିବାହ ଦୁଇ ମନର ମିଳନ ବୋଲି ପ୍ରମାଣ କରିଦେଲେ ବର

Advertisment
ଏବେ ବି ବଞ୍ଚିଛି ମାନବିକତା; ବିବାହ ଦୁଇ ମନର ମିଳନ ବୋଲି ପ୍ରମାଣ କରିଦେଲେ ବର

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ସେମଧ୍ୟରୁ ଅଧିକାଂଶ ବିବାହ କାଳର ଭିଡିଓ ବି ଆପଣ ଦେଖିଥିବେ। ସୋସିଆଲ୍‌ ମଡିଆ ବ୍ୟବହାରକାରୀମ‌ାନେ ବି ସେହି ସବୁ ଭିଡିଓକୁ ଖୁବ୍ ଉପଭୋଗ କରିଥାନ୍ତି। କେବେ କେବେ ବିବାହରେ ଖୁବ୍‌ ଖୁସିର ମୁହୂର୍ତ୍ତ ଦେଖା ଯାଇଥାଏ ତ ପୁଣି କେବେ ଅନେକ ଭାବପ୍ରବଣ ଭିଡିଓ ବି ଦେଖିବାକୁ ମିଳିଥାଏ।

ବିବାହ ହେଉଛି ଦୁଇଟି ମନର ମିଳନ। ଏହି ବନ୍ଧନରେ ବାନ୍ଧି ହୋଇଥିବା ୨ଟି ଲୋକ ଜୀବନ ଯାକ ପରସ୍ପରର ବୋଝ ଉଠାଇବା ପାଇଁ ବେଦୀରୁ ହିଁ ପ୍ରତିଜ୍ଞା ନେଇଥାନ୍ତି। ଏହି ସମୟର ଏକ ଖୁବ୍ ଭାବପ୍ରବଣ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭ‌ାଇରାଲ୍‌ ଭିଡିଓରେ କନ୍ୟା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ଜୀବନସାଥୀ କିପରି ତାଙ୍କୁ ସମର୍ଥନ କରୁଛନ୍ତି ତାହା ଦେଖିବାକୁ ମିଳିଛି। ଦେଖିବାକୁ ମିଳିଛି ଯେ କନ୍ୟା ଜଣକ ପ୍ର‌ଥମେ ହ୍ବିଲ୍‌‌ ଚେୟାର୍‌ରେ ବସି ସାତ୍‌ ଫେରେ ନେଉଛନ୍ତି। ପରେ ସେମାନଙ୍କ ବିଦାୟୀ ସମୟ ଆସୁଛି। ବର ଜଣକ କନ୍ୟାଙ୍କୁ ନିଜ କୋଳରେ ଟେକି ନେଇ କାର୍‌ ପର୍ଯ୍ୟନ୍ତ ଯାଉଛନ୍ତି।

ଏହି ଦୃଶ୍ୟଟି କେଉଁ ସିନେମାର ଦୃଶ୍ୟଠାରୁ ବି କମ୍‌ ନୁହେଁ। ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କର ‘ମନ୍‌’ ଚଳଚ୍ଚିତ୍ର ମନେ ପଡ଼ି ଯାଉଥିବ। ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ‌ହେବାରେ ଲାଗିଛି। ଏହାକୁ ଲୋକ‌େ ଖୁବ୍ ପସନ୍ଦ ବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe