ଚଣ୍ଡିଗଡ଼: ଓ୍ଵବ୍ ପୋର୍ଟାଲ୍ରେ ବିବାହ ବିଜ୍ଞାପନ ଦେବା ଆଜିକାଲି ପିଢ଼ି ପାଇଁ ଏକ ସାଧାରଣ କଥା। ମାତ୍ର ସମସ୍ତେ ଯେ ମାଟି୍ରମୋନିଆଲ୍ ସାଇଟ୍ରୁ ନିଜ ପାଇଁ ଉପଯୁକ୍ତ ଜୀବନସାଥୀ ଚୟନ କରିପାରନ୍ତି ତା’ ନୁହେଁ। ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ କେହି ଉପଯୁକ୍ତ ସାଥୀ ପାଇଥାନ୍ତି ତ କେହି ବିଫଳ ହୋଇଥାନ୍ତି। ମାତ୍ର ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ।
ଜଣେ ମହିଳା ନିଜ ପାଇଁ ଉପଯୁକ୍ତ ବର ଖୋଜିବା ସକାଶେ ମାଟ୍ରିମୋନିଆଲ୍ ସାଇଟ୍ର ସହାୟତା ନେଇଥିଲେ। ସେଥିପାଇଁ ସେ ମାଟ୍ରିମୋନାଲ୍ େଓ୍ଵବ୍ ପୋର୍ଟାଲ୍କୁ ୫୮,୬୫୦ ଟଙ୍କା ମଧ୍ୟ ଦେଇଥିଲେ। ମାତ୍ର ମହିଳା ଜଣକ ଉକ୍ତ ସାଇଟ୍ରୁ ଉପଯୁକ୍ତ ବର ପାତ୍ର ପାଇବାରେ ଅସମର୍ଥ ରହିଲେ।
ଶେଷରେ ମହିଳା ଜଣକ ଉକ୍ତ ମାଟ୍ରିମୋନିଆଲ୍ ସାଇଟ୍ ବିରୋଧରେ ଖାଉଟି ଅଦାଲତରେ ଏକ ଅଭିଯୋଗ ଆଣିଥିଲେ। ଫଳରେ ଉକ୍ତ ମାଟ୍ରିମୋନିଆଲ୍ ସାଇଟ୍ ମହିଳାଙ୍କ ଦେୟ ରାଶି ସହିତ ୭,୦୦୦ ଟଙ୍କାର କ୍ଷତିପୂରଣ ବ୍ୟତୀତ କୋର୍ଟ ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା ପ୍ରଦାନ କରିଥିବା ଜାଣିବାକୁ ମିଳିଛି।
Follow Us