ଶରଶଯ୍ୟାରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କ’ଣ କହିଥିଲେ।

ଶରଶଯ୍ୟାରେ ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ କ’ଣ କହିଥିଲେ।

ମହାଭାରତ ଯୁଦ୍ଧରେ ଶ୍ରୀଖଣ୍ଡିଙ୍କୁ ସାମନ୍‌ାରେ ରଖି ପାଣ୍ଡବ ପକ୍ଷ ଯୁଦ୍ଧ କରିବାରୁ ପୀତାମହ ଭୀଷ୍ମ ଯୁଦ୍ଧ ନ କରି ଅସ୍ତ୍ରତ୍ୟାଗ କରିଥିଲେ ଓ ନ କରି ଶ୍ରୀଖଣ୍ଡିିଙ୍କ ଶରାଘାତରେ ଭୂପତିତ ହୋଇଥିଲେ। ତେବେ ଇଛାମୃତ୍ୟୁ ବର ପାଇଥିବାରୁ ଭୀଷ୍ମଙ୍କ ମୃତ୍ୟୁ କେବଳ ତାଙ୍କ ଉପରେ ନିର୍ଭର କରୁଥିଲା। ମାତ୍ର ଯୁଦ୍ଧରେ କ୍ଷତବିକ୍ଷତ ହେବା ସତ୍ତ୍ୱେ ସେ ସଙ୍ଗେ ସଙ୍ଗେ ମୃତ୍ୟୁ ବରଣ କରି ନ ଥିଲେ। ଯେଉଁ ସମୟରେ ଭୀଷ୍ମ ଯୁଦ୍ଧକ୍ଷେତ୍ରରେ ଗୁରୁତର ଭାବେ ଆହତ ହୋଇ ଶରଶଯ୍ୟାରେ ଶୋଇଥିଲେ, ସେତେବେଳେ ସୂର୍ଯ୍ୟ ଦେବତା ଦକ୍ଷିଣାୟନ ଗତି କରୁ ଥିବାରୁ , ପିତାମହ ଭୀଷ୍ମ ତାଙ୍କ ମୃତ୍ୟୁ ପାଇଁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସେହି କୁରୁକ୍ଷେତ୍ର ରେ ଶରଶଯ୍ୟାରେ ଶୋଇ ରହିି ପିତାମହ ଭୀଷ୍ମ ଯୁଦ୍ଧର ଭୟାବହତା ଦେଖିଥିଲେ।

publive-image ତେବେ ଏହି ସମୟରେ ଜ୍ୟେଷ୍ଠ ପାଣ୍ଡବ ଯୁଧିିଷ୍ଠିର ନିଜ ଅନୁଜ ଓ ସଖା ଶ୍ରୀକୃଷ୍ଣଙ୍କ ସହିତ ଆସି ଭୀଷ୍ମଙ୍କୁ ଦେଖା କରିଥିଲେ। କରପତ୍ର ଯୋଡ଼ି ଯୁଧିଷ୍ଠିର ପୀତାମହ ଭୀଷ୍ମଙ୍କୁ ମୃତ୍ୟୁ ପୂର୍ବରୁ ତାଙ୍କୁୁ ଜୀବନ ଦର୍ଶନର ଜ୍ଞାନ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ହସ୍ତିନାପୁର ଦାୟରେ କୁରୁରାଣ ଦୁର୍ଯ୍ୟୋଧନ ସପକ୍ଷରେ ଭୀଷ୍ମ ଯୁଦ୍ଧ କରିଥିଲେ ମଧ୍ୟ ପାଣ୍ଡବମାନଙ୍କ ପ୍ରତି ଥିଲେ ଅତ୍ୟନ୍ତ ଦୁର୍ବଳ। ସେଥିପାଇଁ ସେ ଯୁଧିଷ୍ଠିରଙ୍କ ଆବେଦନକୁ ସ୍ୱୀକାର କରି ତାଙ୍କୁ ସେହି ଶରଶଯ୍ୟାରେ ଜ୍ଞାନ ପ୍ରଦାନ କରିଥିଲେ।

publive-image ଭୀଷ୍ମ କହିଥିଲେ ଯେ ସେ ଯେଉଁ କଥା କହୁଛନ୍ତି ତାହା ସମଗ୍ର ମାନବ ଜାତି ପାଇଁ ଗ୍ରହଣୀୟ। ଏହି ୯ଟି ଉପଦେଶ ଦେଇ ମନୁଷ୍ୟ ପରିଚାଳିତ ହେଲେ , ଜୀବନରେ ପୂର୍ଣ୍ଣତା ଲାଭ କରିବ।
ପ୍ରଥମତଃ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବ। ଅର୍ଥାତ କେବେ ରାଗିବ ନାହିଁ।
ଦ୍ୱିତୀୟତଃ ମିଥ୍ୟାବାଦୀ ହେବ ନାହିଁ।
ତୃତୀୟତଃ ଉପଲବ୍‌୍‌ଧ ସମ୍ପତ୍ତି ଉପରେ ପରିବାରର ସମସ୍ତ ସଦସ୍ୟଙ୍କ ଅଧିକାର ଥିବାରୁ ଏହାକୁ ସବୁ ସଦସ୍ୟଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେବ।

publive-image
ଚତୁର୍ଥତଃ କ୍ଷମା ଧର୍ମ ଆଚରଣ କରିବ।
ପଞ୍ଚମରେ କେବଳ ନିଜ ବିବାହିତା ଓ ଆଇନସମ୍ମତ ପତ୍ନୀଙ୍କ ଠାରୁ ଜନ୍ମିତ ସନ୍ତାନଙ୍କୁ ନେଇ ପରିବାରର ବୃକ୍ଷ ଆଗକୁ ବଢ଼ାଇବ।
ଷଷ୍ଠରେ ମାନସିକ ସ୍ତରରେ ସବୁବେଳ ପବିତ୍ର ରହିବା ସହିତ ଦୈହିକସ୍ତରରେ ପରିସ୍କାର ପରିଛନ୍ନ ରହିବା ଉଚିତ।
ସପ୍ତମରେ କାହା ପ୍ରତି ବିରୋଧୀ ଭାବ ପୋଷଣ କରିବ ନାହିଁ।
ଅଷ୍ଟମରେ ସବୁବେଳେ ଅତ୍ୟନ୍ତ ସାଧାରଣ ଜୀବନ ଜିଇଁବାକୁ ଚେଷ୍ଟା କରିବ।
ନବମରେ ନିଜର ଭୃତ୍ୟ ଓ ଅଧସ୍ତନ କର୍ମଚାରୀମାନଙ୍କ ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ଓ ସେମାନଙ୍କ ସପକ୍ଷରେ ହିଁ କାର୍ଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe