କଦଳୀ ବକ୍ରାକାର କାହିଁକି?

କଦଳୀ ବକ୍ରାକାର କାହିଁକି?

livescience.com

ଆମର ପ୍ରିୟ ଫଳ କଦଳୀ ଫେଣାରେ ବା କାନ୍ଧିରେ ଯେପରି ସଜ୍ଜିତ ହୋଇ ରହିଥାଏ, ତାହା ବେଶ ଆକର୍ଷକ ଦିଶେ। ତେବେ ଏହି ରସାଳ ଫଳଟି ସିଧା ନହୋଇ ତାହାର ଆକୃତି ଏପରି ବଙ୍କା ହୋଇଥାଏ କାହିଁକି, ତାହାର କାରଣ ଖୋଜିବାକୁ ଯାଇ ଗବେଷକମାନେ ଦୀର୍ଘ ଦିନ ଯାଏ ଦ୍ବନ୍ଦ୍ବରେ ପଡ଼ିଥିଲେ। ବହୁ ଅନୁଧ୍ୟାନ ପରେ କଦଳୀର ବକ୍ରତାର ପ୍ରକୃତ କାରଣ ମିଳିପାରିଛି। ବିଶେଷ କରି ‘ନେଗେଟିଭ୍‌ ଜିଓ ଟ୍ରପିଜିମ୍‌’ ନାମକ ଏହାର ବୃଦ୍ଧି ପ୍ରକ୍ରିୟା ହିଁ ତାହାକୁ ଏପରି ବକ୍ର କରିଦେଇଥାଏ ବୋଲି ସ୍ପଷ୍ଟ ହୋଇଛି। ଅର୍ଥାତ୍‌ ପୃଥିବୀର ମାଧ୍ୟାକର୍ଷଣ ବ​ଳର ପ୍ରତିକୂଳ ଦିଗରେ ଏହା ବଢ଼ିଥାଏ। ସାଧାରଣତଃ ଅନ୍ୟ ଫଳଗୁଡ଼ିକ କଷି ଅବସ୍ଥାରୁ ପାକଳ ହେଲା ଯାଏ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ତଳମୁହାଁ ହୋଇ ବଢ଼ିଥା’ନ୍ତି। ମାତ୍ର ଆକୃତିରେ ସିଧା ଥିବା କଦଳୀ କଷିଗୁଡ଼ିକ ବଢ଼ିଲା ବେଳେ ସୂର୍ଯ୍ୟାଲୋକ ପାଇବା ପାଇଁ ସୂର୍ଯ୍ୟଙ୍କ ଆଡ଼କୁ ଢଳି ଉପରମୁହାଁ ହୋଇ ବଢ଼ିଥା’ନ୍ତି। ଏହି ଅବସରରେ ପୃଥିବୀର ମାଧ୍ୟାକର୍ଷଣ ବଳ ମଧ୍ୟ ସେମାନଙ୍କୁ ତଳକୁ ଟାଣିଥାଏ। ସୁତରାଂ ସେମାନେ ମଧ୍ୟଭାଗକୁ ଏପରି ବକ୍ର ହୋଇପଡ଼ିଥା’ନ୍ତି। ଯଦିଓ କାନ୍ଧିଟି ମାଧ୍ୟାକର୍ଷଣ ବଳ ଦ୍ବାରା ତଳକୁ ଝୁଲିଥାଏ, ଫେଣାରେ ଉପରମୁହାଁ ହୋଇ ବଢୁଥିବା କଦଳୀଗୁଡ଼ିକ ସମାନ ଧାରାରେ ବଙ୍କା ହୋଇ ସଜେଇ ହୋଇ ରହିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe