ଭୁବନେଶ୍ବର: ଅକ୍ଟୋବର ଏବଂ ବାତ୍ୟା ଆଶଙ୍କା ଭିତରେ ସବୁଠାରୁ ଯେଉଁ ଶବ୍ଦଟି ବେଶି ଶୁଣିବାକୁ ମିଳୁଛି ଏବଂ ଯାହାର ଚର୍ଚ୍ଚା ବେଶି ହେଉଛି ତାହା ହେଉଛି ଲା-ନିନା । ଗୋଟେ ପଟେ ମୌସୁମୀ ଫେରିଯାଉଥିବା ବେଳେ ଅନ୍ୟପଟେ ଲା-ନିନାର ସକ୍ରିୟତା ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିଲାଣି । ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେଲାଣି ଲା-ନିନା ପରିସ୍ଥିତି । ବାଦଲ ଆଚ୍ଛାଦନ କ୍ରମାଗତ ଭାବେ ବଢୁଛି । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା, ଆହୁରି ଚିନ୍ତା ସୃଷ୍ଟି କରିଛି । ତେବେ ଲା-ନିନା ସୃଷ୍ଟି ହେଲେ ବଙ୍ଗୋପସାଗରର ଉତ୍ତରରେ ପ୍ରଭାବ ଦେଖିବାକୁ ମିଳିଥାଏ । ବାତ୍ୟା ସୃଷ୍ଟି ପାଇଁ ଏହି ଲାନିନା ପ୍ରଭାବ ପକାଇଥାଏ । ଲାନିନାର ଅନୁକୂଳ ପ୍ରଭାବ ବଙ୍ଗୋପସାଗର ଉପରେ ପଡେ ।
/filters:format(webp)/sambad/media/media_files/2025/09/15/new-project-5-2025-09-15-18-53-21.jpg)
ଲା-ନିନା କଣ ?
ଲା-ନିନା ଏକ ସ୍ପାନିସ୍ ଶବ୍ଦ । ପ୍ରଶାନ୍ତ ମହାସାଗରରେ ଘଟୁଥିବା ଏକ ଋତୁକାଳୀନ ପରିବର୍ତ୍ତନକୁ ଲା-ନିନା କୁହାଯାଏ । ଯାହା ବଦଳିଲେ ଭାରତୀୟ ଜଳବାୟୁ ଉପରେ ଏକ ବଡ଼ ପ୍ରଭାବ ପକାଇଥାଏ । ଲା-ନିନା ହେଉଥି ଏଲ୍-ନିନୋର ବିପରୀତ ଅର୍ଥ । ପ୍ରଶାନ୍ତ ମହାସାଗର ଅଞ୍ଚଳର ସମୁଦ୍ର ପୃଷ୍ଠ ତାପମାତ୍ରା ହାରାହାରି ଅପେକ୍ଷା ଅଧିକ ଥଣ୍ଡା ହୋଇଥାଏ । ମାତ୍ର ଯେତେବେଳେ ଲା-ନିନା ଦୁର୍ବଳ ହୁଏ ସେତେବେଳେ ପ୍ରବଳ ଗରମ ହୁଏ । ଲା-ନିନା ଦୁର୍ବଳ ହେଲେ ପ୍ରଭାବିତ ହେବାକୁ ଥିବା ଦେଶ ମାନଙ୍କ ମଧ୍ଯରେ ଭାରତ ରହିଛି । ସେପଟେ ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲା-ନିନା ଦ୍ବାରା ପ୍ରଭାବିତ ହେବାର ବଡ଼ ଆଶଙ୍କା ଥିବାରୁ ଅକ୍ଟୋବର ମାସରେ ବାତ୍ୟା ଆସିପାରେ ।
/filters:format(webp)/sambad/media/media_files/2025/09/15/new-project-35-2025-09-15-20-50-28.jpg)
ତେବେ ଓଡିଶାକୁ ଅକ୍ଟୋବର ମାସ ପାଇଁ ଲା-ନିନା ବିପଦ ସାଜିଛି । ବିଶ୍ୱ ପାଣିପାଗ ସଂସ୍ଥାନର ଆକଳନ ଅନୁସାରେ ଡିସେମ୍ବର ଯାଏଁ ଜଳବାୟୁ ପ୍ରକ୍ରିୟା ଲାନିନାର ସକ୍ରିୟତା ଚିନ୍ତା ବଢାଇଛି । ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜିର ରହିଛି । ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ । ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ଯୋଗୁଁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚୀନ ସାଗର ଅଂଚଳରେ ସୃଷ୍ଟି ବାତ୍ୟା ଗୁଡିକର ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରେ। ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।
ଅଧିକ ପଢନ୍ତୁ
ବିଶେଷ କରି ପ୍ରଶାନ୍ତ ମହାସାଗରରୁ ବଙ୍ଗୋପସାଗର ଅଂଚଳକୁ ପ୍ରବେଶ ଅବଶିଷ୍ଟ ଅଂଶ ଗୁଡିକ ମୁଖ୍ୟତଃ ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିଥାଏ । ସାଧାରଣତଃ ଏହି ସମୟରେ ଆଣ୍ଡାମାନ ଅଂଚଳରେ ଉପସ୍ଥିତି ସ୍ଥଳଭାଗ ସହ ସାମୁଦ୍ରିକ ତରଙ୍ଗର ପ୍ରତିକ୍ରିୟା ଫଳରେ କିଛି ନିର୍ଦ୍ଦିଷ୍ଟ ସାମୁଦ୍ରିକ ଆଭ୍ୟନ୍ତରୀଣ ତରଙ୍ଗ ସୃଷ୍ଟି ହୋଇଥାଏ । ଏହା ଆଣ୍ଡାମାନ ଅଂଚଳର ପୃଷ୍ଠ ତାପମାତ୍ରାକୁ ୩୦ ଡିଗ୍ରୀ କିମ୍ବା ଅଧିକ ଧରି ରଖିବାରେ ସାହାଯ୍ୟ କରିଥାଏ ।
/filters:format(webp)/sambad/media/media_files/2025/09/15/mansoon-2025-09-15-20-52-41.jpeg)
ଫଳରେ ଏହି ଅବଶିଷ୍ଟ ଅଂଶ ଗୁଡିକ ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମାସ ମଧ୍ୟରେ, ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଏବଂ ନିମ୍ନ ବାୟୁପ୍ରବାହ ତାରତମ୍ୟ ତଥା ଉଚ୍ଚ ସାମୁଦ୍ରିକ ପୃଷ୍ଟ ତାପମାତ୍ରା ସଂସ୍ପର୍ଶରେ ଆସି ଶକ୍ତିଶାଳୀ ହୋଇଉଠେ । ଏହି ପରିସ୍ଥିତି ଭାରତର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ଏବଂ ବନ୍ୟା ସହିତ ପ୍ରଳୟଙ୍କରୀ ବାତ୍ୟା ସୃଷ୍ଟି କରିପାରେ। ଯାହାର ଉଦାହରଣ ୧୯୯୯ ମହାବାତ୍ୟା, ୨୦୦୯ରେ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ । ସେହିପରି ୨୦୧୯ରେ ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟଶ ଆସିଥିବା ବେଳେ ଆଉ ୧୫ ଦିନ ପରେ ଅକ୍ଟୋବର ଆସୁଥିବାରୁ ଓଡିଶା ଛାତିରେ ବାତ୍ୟା ଛନକା ପଶିଛି ।
ଅଧିକ ପଢନ୍ତୁ-
ଆସୁଛି ଅକ୍ଟୋବର, ବଢିଲାଣି ଭୟ: କାହିଁକି ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ଧାଇଁ ଆସେ ବାତ୍ୟା ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/15/new-project-37-2025-09-15-22-23-32.jpg)