ସନ୍ଧି ପୂଜା କଣ ?

Advertisment

ଉଭୟ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ସନ୍ଧିପୂଜାକୁ ସବୁଠାରୁ ପବିତ୍ର ଏବଂ ଶକ୍ତିଶାଳୀ ବିଧି ଭାବେ ମନାଯାଏ। ମହାଷ୍ଟମୀ ଓ ମହାନବମୀ ତିଥିର ସନ୍ଧିକ୍ଷଣରେ ଏହି ପୂଜା କରାଯାଇଥାଏ।

ଉଭୟ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ସନ୍ଧିପୂଜାକୁ ସବୁଠାରୁ ପବିତ୍ର ଏବଂ ଶକ୍ତିଶାଳୀ ବିଧି ଭାବେ ମନାଯାଏ। ମହାଷ୍ଟମୀ ଓ ମହାନବମୀ ତିଥିର ସନ୍ଧିକ୍ଷଣରେ ଏହି ପୂଜା କରାଯାଇଥାଏ।

sandhi puja

ଉଭୟ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ସନ୍ଧିପୂଜାକୁ ସବୁଠାରୁ ପବିତ୍ର ଏବଂ ଶକ୍ତିଶାଳୀ ବିଧି ଭାବେ ମନାଯାଏ। ମହାଷ୍ଟମୀ ଓ ମହାନବମୀ ତିଥିର ସନ୍ଧିକ୍ଷଣରେ ଏହି ପୂଜା କରାଯାଇଥାଏ। ଅଷ୍ଟମୀର ଶେଷ ୨୪ ମିନିଟ୍ ଓ ନବମୀର ପ୍ରଥମ ୨୪ ମିନିଟ୍କୁ ସନ୍ଧିକାଳ କୁହାଯାଏ ଯାହାକୁ ଶାସ୍ତ୍ରରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ଶକ୍ତିଶାଳୀ ସମୟ ବୋଲି କୁହାଯାଇଛି । ଚଳିତ ଦୁର୍ଗାପୂଜାରେ ୨୦ ସେପ୍ଟେମ୍ବର ଅପରାହ୍ଣ ୫ଟା ୪୨ ମିନିଟରୁ ଆରମ୍ଭ ହୋଇ ୬ଟା ୩୦ ମିନିଟ ପର୍ଯ୍ୟନ୍ତ ଥିଲା । ଅର୍ଥାତ୍ ଏହି ୪୮ ମିନିଟ ଥିଲା ଏବର୍ଷର ଶାରଦୀୟ ମହାପୂଜାର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସମୟ । 

ଶାସ୍ତ୍ରମତେ ଏହି ସମୟରେ ଦେବୀ ଚାମୁଣ୍ଡା ରୂପେ ପ୍ରକଟ ହୋଇ ମହିଷାସୂରକୁ ବଧ କରିଥିଲେ। ଆଉ କେତେକ ମତ ଅନୁସାରେ ଏହି ସମୟରେ ଦେବୀ ଚଣ୍ଡ ଓ ମୁଣ୍ଡଙ୍କୁ ବଧ କରିଥିଲେ । ଏହି କାରଣରୁ ସନ୍ଧି ପୂଜାକୁ ଦେବୀଙ୍କ ଦୁଷ୍ଟନାଶୀନୀ ରୂପକୁ ସ୍ମରଣ କରିବାର ପୂଜା ବୋଲି କୁହାଯାଏ।

ଶାସ୍ତ୍ରମତେ ଏହି ସମୟରେ ଦେବୀ ଚାମୁଣ୍ଡା ରୂପେ ପ୍ରକଟ ହୋଇ ମହିଷାସୂରକୁ ବଧ କରିଥିଲେ। ଆଉ କେତେକ ମତ ଅନୁସାରେ ଏହି ସମୟରେ ଦେବୀ ଚଣ୍ଡ ଓ ମୁଣ୍ଡଙ୍କୁ ବଧ କରିଥିଲେ । ଏହି କାରଣରୁ ସନ୍ଧି ପୂଜାକୁ ଦେବୀଙ୍କ ଦୁଷ୍ଟନାଶୀନୀ ରୂପକୁ ସ୍ମରଣ କରିବାର ପୂଜା ବୋଲି କୁହାଯାଏ। ଏହି ପୂଜାରେ ୧୦୮ଟି ପଦ୍ମପୁଷ୍ପ ଓ ୧୦୮ଟି ଦୀପାଲୋକ ପ୍ରଦୀପ୍ତ କରାଯାଇଥାଏ। କେତେକ ଶାକ୍ତ ପରମ୍ପରାରେ ଏହା ସମୟରେ ବଳି (ପଶୁ ବଳି ବା ପ୍ରତୀକାତ୍ମକ ବଳି) ଦିଆଯାଏ। ଦୁର୍ଗା ସପ୍ତଶତୀ ପାଠ କରିବା, ଚଣ୍ଡୀପାଠ ଏବଂ ଦେବୀଙ୍କ ବିଶେଷ ଅର୍ଚ୍ଚନା କରାଯାଇଥାଏ।

ସନ୍ଧି ପୂଜାକୁ ଦୁର୍ଗାପୂଜାର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ପର୍ଯ୍ୟାୟ ବୋଲି ମନାଯାଏ। ଏହି ସମୟରେ କରାଯାଇଥିବା ପୂଜା ଓ ପ୍ରାର୍ଥନାକୁ ଦେବୀ ତତକ୍ଷଣାତ୍ କୃପାଦୃଷ୍ଟି କରିଥାନ୍ତି ବୋଲି ଭକ୍ତମାନଙ୍କ ବିଶ୍ୱାସ। ଏହା ଶକ୍ତିପୂଜାର ସର୍ବୋଚ୍ଚ ସମୟ, ଯାହା ଭକ୍ତଙ୍କୁ ସାହସ, ସୁରକ୍ଷା ଓ ଅଶୁଭନାଶୀନୀ ଶକ୍ତିର ଆଶୀର୍ବାଦ ପ୍ରଦାନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe