ବାୟୁ ପ୍ରଦୂଷଣ କାରଣରୁ ଦେଶରେ ବଢ଼ୁଛି ଶିଶୁକନ୍ୟାଙ୍କ ମୃତ୍ୟୁ ହାର !

Advertisment
ବାୟୁ ପ୍ରଦୂଷଣ କାରଣରୁ ଦେଶରେ ବଢ଼ୁଛି ଶିଶୁକନ୍ୟାଙ୍କ ମୃତ୍ୟୁ ହାର !

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଏହାର କାରଣ ଖୋଜୁ ଖୋଜୁ ବିଶେଷଜ୍ଞମାନେ ଆବିଷ୍କାର କରିଛନ୍ତି ଯେ ବାୟୁ ପ୍ରଦୂଷଣ ଏହାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାରଣ।   ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭାରତରେ ବାୟୁ ପ୍ରଦୂଷଣ କିପରି ଭାବେ ଶିଶୁ ମୃତ୍ୟୁହାରକୁ ପ୍ରଭାବିତ କରୁଛି ତାହାର ଅନୁସନ୍ଧାନ କରିଛନ୍ତି।

ଗର୍ଭାବସ୍ଥା ସମୟରେ ମହିଳାମାନେ ପ୍ରଦୂଷଣର ସୂଷ୍ମ କଣିକାର ସଂସ୍ପର୍ଶରେ ଆସିବା ହେତୁ ନବଜାତ ଶିଶୁର ଓଜନ ଯେତିକି ରହିବା କଥା ତାହାଠାରୁ କମ ରହୁଛି। ଯେଉଁ କାରଣରୁ ଜନ୍ମର କିଛି ସମୟ ମଧ୍ୟରେ ନବଜାତର ମୃତ୍ୟୁ ହୋଇଯାଉଛି ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ଗବେଷଣାକାରୀମାନେ କହିଛନ୍ତି ଯେ ବାୟୁରେ ଥିବା ପ୍ରଦୂଷଣ କଣିକା ଭାରତରେ ଶିଶୁ ମୃତ୍ୟୁହାର ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। କାରଣ ଗର୍ଭଧାରଣର ଶେଷ ପର୍ଯ୍ୟାୟରେ ଶିଶୁମାନେ ପାର୍ଟିକୁଲେଟ ମ୍ୟାଟର (ପିଏମ)ର ବର୍ଦ୍ଧିତସ୍ତରର ସଂସ୍ପର୍ଶରେ ଆସିଥାଆନ୍ତି, ଯେଉଁ କାରଣରୁ ଜନ୍ମ ହେଉହେଉ ସେମାନଙ୍କ ମୃତ୍ୟୁ ହୋଇଯାଇଥାଏ।

Infant Mortality Rate higher in girls in Gujarat | Ahmedabad News - Times of India Times of India

ପ୍ରଦୂଷଣର ଏହି ସୂକ୍ଷ୍ମ କଣିକା ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଗର୍ଭବତୀ ମହିଳାଙ୍କ ଫୁସଫୁସରେ ପ୍ରବେଶ କରି ‘ଅକ୍ସିଡେଟିଭ୍ ପ୍ରେସର’ ସୃଷ୍ଟି କରିଥାଏ। କେବଳ ଏତିକି ନୁହେଁ, ଏହା ହର୍ମୋନରସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ। ଯାହା ଗର୍ଭସ୍ଥ ଶିଶୁର ବିକାଶ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ ଜନ୍ମ ସମୟରେ ନବଜାତ ଶିଶୁର ଓଜନ ସ୍ୱାଭାବିକଠାରୁ କମ୍ ହୋଇଯାଏ ।

ଏତଦବ୍ୟତୀତ ଗ‌ବେଷଣାରୁ ଜଣାପଡିଛି ଯେ ଯେଉଁ ଶିଶୁମାନଙ୍କର ଓଜନ ଜନ୍ମ ସମୟରେ କମ୍ ଥାଏ, ଉକ୍ତ ଶିଶୁଙ୍କ ଗୋଟିଏ ବର୍ଷ ମଧ୍ୟରେ ମୃତ୍ୟୁ  ହେବାର ଆଶଙ୍କା ଅଧିକ ରହିଥାାଏ । ଏହି ସୂକ୍ଷ୍ମ କଣିକା ହେତୁ ପୁତ୍ର ସନ୍ତାନ ତୁଳନାରେ କନ୍ୟା ସନ୍ତାନମାନଙ୍କ ମୃତ୍ୟୁହାର ଅଧିକ ହେଉଥିବା ଗବେଷଣାରୁ ସୂଚନା ମିଳିଛି।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ଜାରି କରାଯାଇଥିବା ବାୟୁ ଗୁଣବତ୍ତା ମାନକ ଅନୁଯାୟୀ, ଭାରତର ୧୩୦ କୋଟି ଜନସଂଖ୍ୟା ପ୍ରଦୂଷିତ ବାୟୁ ନିଶ୍ୱାସରେ ନେଉଛନ୍ତି, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।୨୦୧୯ରେ ବାୟୁ ମଣ୍ଡଳରେ ୨.୫ ପାର୍ଟିକୁଲେଟ ମ୍ୟାଟର(ପିଏମ୍)ର ହାରାହାରି ସ୍ତର ପ୍ରତି ଘନ ମିଟରରେ ୭୦.୩ ମାଇକ୍ରୋଗ୍ରାମ୍ ରେକର୍ଡ କରାଯାଇଥିଲା। ଏହା ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ପିଏମ ୨.୫ ପାଇଁ ଜାରି କରାଯାଇଥିବା ମାନକଠାରୁ ସାତ ଗୁଣ ଅଧିକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe