Image Courtesy: The Globe
ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିରେ ହୋଲି ପର୍ବକୁ ପାଳନ କରିବା କେବଳ ଏକ ସାଂସ୍କୃତିକ କାରଣ ନୁହଁ ଏହା ପଛରେ ବାୟୋଲଜିକାଲ୍ ଓ ପାରିବେଶିକ କାରଣ ବି ଦାୟୀ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଥିରେ ସ୍ଵାସ୍ଥ୍ୟ ଉନ୍ନତ କରିବା ଠାରୁ ମନ ଠିକ୍ କରିବା ପ୍ରକ୍ରିୟା ବି ସାମିଲ ଅଛି।
ପୁରାଣ ଅନୁସାରେ ହୋଲିକାକୁ ନିଆଁରେ ନଜଳିବାର ବରଦାନ ମିଳିଥିଲା। କିନ୍ତୁ ଭଗବାନ ବିଷ୍ଣୁଙ୍କ ଯୋଗୁଁ ସେ ଜଳି ଯାଇଥିଲା ଓ ପ୍ରହଲ୍ଲାଦ ବଞ୍ଚିଯାଇଥିଲା। ତେଣୁ ଆଜି ବି ହୋଲିକାର ପ୍ରତିମାକୁ ଜଳେଇବାର ପରମ୍ପରା ଅଛି। ତେବେ ବୈଜ୍ଞାନିକ କାରଣରୁ ଦେଖିଲେ ଏହି ପରମ୍ପରା ବାତାବରଣରେ ଥିବା ବ୍ୟାକ୍ଟେରିଆଗୁଡିକୁ ଶେଷ କରିଥାଏ। କାରଣ ଏହି ସମୟରେ ଏଗୁଡିକ ଅଧିକ ସଂଖ୍ୟାରେ ଦେଖା ଦେଇଥାନ୍ତି। ହୋଲିକା ଦହନ ସମୟରେ ନିଆଁ ଚାରିପଟେ ପରିକ୍ରମା କରିବାର ପରମ୍ପରା ବି ଅଛି। ନିଆଁର ଗରମରେ ଆମ ଶରୀରରେ ଥିବା ଜୀବାଣୁ ବି ମରିଯାଇଥାନ୍ତି।
ଦେଶର କିଛି ଭାଗରେ ଲୋକମାନେ ହୋଲିକା ଦହନ ପରେ ପାଉଁଶକୁ ନିଜ କପାଳରେ ବି ଲଗାଇଥାନ୍ତି। ଏହା ସହିତ ଚନ୍ଦନ, ଆମ୍ଵର ପତ୍ର ଓ ଫୁଲକୁ ମିଶାଇ ଲଗାଯାଇଥାଏ। କୁହାଯାଏ ଏହି ପରମ୍ପରା ଯୋଗୁଁ ଉତ୍ତମ ସ୍ଵାସ୍ଥ୍ୟ ମିଳିଥାଏ। ଏହା ବ୍ୟତୀତ ପାଉଁଶ ଲଗାଇଲେ ଘର ଓ ଆମ ଶରୀରର ନକରାତ୍ମକତା ବି ଦୂର ହୋଇଥାଏ।
Image Courtesy: Hinduହୋଲି ସମୟରେ ଋତୁ ପରିବର୍ତ୍ତନ ହେଉଥିବା ଯୋଗୁଁ ଲୋକମାନେ କ୍ଳାନ୍ତ ହୋଇଯାଇଥାନ୍ତି। ଏହି କ୍ଳାନ୍ତିକୁ ଦୂର କରିବା ପାଇଁ ପର୍ବ ସମୟରେ ବିଭିନ୍ନ ପ୍ରକାର ପାରମ୍ପରିକ ଗୀତ ଗାନ କରାଯାଇଥାଏ। ଏହା ସହିତ ଢୋଲ ବଜାଯାଇଥାଏ। ଏହା ଦ୍ଵାରା ଶରୀର ତାଜା ହୋଇଥାଏ।
ଆଜିକାଲି ରସାୟନିକ ରଙ୍ଗର ପ୍ରୟୋଗ ବଢିଯାଇଛି। ତେବେ ହୋଲି ଖେଳିବା ପାଇଁ ଆଗରୁ ପ୍ରାକୃତିକ ଜିନିଷଗୁଡିକୁ ବ୍ୟବହାର କରି ରଙ୍ଗ ତିଆରି ଯାଉଥିଲା। ଏବେ ବି ପ୍ରାକୃତିକ ପଦାର୍ଥକୁ ବ୍ୟବହାର କରି ତିଆରି କରାଯାଉଥିବା ରଙ୍ଗ ଉପଲବ୍ଧ। ଏଗୁଡିକ ମଧ୍ୟରେ ପଳାଶ ଫୁଲ, ନିମ୍ବ, ହଳଦୀ, ମେହନ୍ଦୀ, ବେଲ, ସୂର୍ଯ୍ୟମୁଖୀ ଫୁଲ, ଜାମୁ, କଳା ଅଙ୍ଗୁର, ଶୁଖିଲା ମନ୍ଦାର ଫୁଲ ପରି ପ୍ରାକୃତିକ ପଦାର୍ଥ ସାମିଲ ଅଛି। ଆୟୁର୍ବେଦରେ ଏଗୁଡିକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ।
ହୋଲିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରେ ଶରୀରର ଘା’ ଶୀଘ୍ର ଠିକ୍ ହୋଇଥାଏ। ଏହା ସହିତ ଭଲ ତ୍ଵଚା ଓ ସୁନ୍ଦରତା ପାଇଁ ଲାଭଜନକ ହୋଇଥାଏ। ହୋଲି ଖେଳିବା ସମୟରେ ହେଉଥିବା ଶାରୀରିକ ଗତି ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ।
Follow Us