ମହାଶିବରାତ୍ରୀ ଅବସରରେ କିପରି କରିବେ ଶିବାର୍ଚ୍ଚନା

ମହାଶିବରାତ୍ରୀ ଅବସରରେ କିପରି କରିବେ ଶିବାର୍ଚ୍ଚନା

ଆସନ୍ତା ୧୪ ତାରିଖ ଦିନ ମହାଶିବରାତ୍ରୀ ପାଳିତ ହେବ। ସମଗ୍ର ଭାରତ ବର୍ଷରେ ଦିଗମ୍ବର ମହାଦେବଙ୍କର ପୂଜାର୍ଚ୍ଚନା ଏହି ମହା ଶିବ ରାତ୍ରୀ ଅବସରରେ ବେଶ୍‌ ଧୁମ୍‌ଧାମରେ ପାଳିତ ହୁଏ। ଲକ୍ଷ ଲକ୍ଷ ଭକ୍ତ ଉପବାସ ଓ ରାତ୍ରୀ ଉଜାଗର ରହିବା ସହିତ ଶିବମନ୍ଦିର ପରିସରରେ ଦୀପାଳି ଜାଳି ଶିବ ଆରଧନାରେ ମଗ୍ନ ହୋଇ ଥାନ୍ତି। ସମସ୍ତ ଶିବାଳୟ ଓମ୍‌ ନମଃ ଶିବାୟ ଧ୍ୱନୀର ଗହଗହ ନାଦରେ ପ୍ରକମ୍ପିତ ହୋଇଥାଏ। ତେବେ ଶିବରାତ୍ରୀ ପାଳନ ସମୟରେ ଆମକୁ କେତେ ଗୁଡ଼ିଏ କଥା ପ୍ରତି ବିଶେଷ ଧ୍ୟାନ ଦେବକୂୁ ପଡ଼ିବ। ଏହି ଦିନ କ’ଣ କରିବା ଉଚିତ ଓ କ’ଣ ନ କରିବା କଥା ତାହା ଜାଣିବା ବେଶ୍‌ ଜରୁରି। ବିଶେଷ କରି ଶିବ ଆରଧନା, ଶିବ ସ୍ତୁତି ସହିତ କିପରି ଦେବ ଦେବ ମହାଦେବଙ୍କର ପୂଜାର୍ଚ୍ଚନା ଓ ଅଭିଷେକ କରାଯିବା କଥା, ତାହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ମହା ଶିବ ରାତ୍ରୀ ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ କିପରି ଶିବାର୍ଚ୍ଚନା କରିବା କଥା ତାହା ନିମ୍ନମତେ ଉଲ୍ଲେଖ କରାଗଲା
ମହାଶିବରାତ୍ରୀ ଅବସରରେ ଶିବଭକ୍ତମାନେ ପ୍ରାତଃ କାଳରୁ ଶଯ୍ୟା ତ୍ୟାଗ କରିବା ପରେ ନିତ୍ୟକର୍ମ ଶେଷ କରି ଏକ ଶୁଦ୍ଧ ସ୍ନାନ କରିବା ଉଚିତ।ପରେ ନୂଆ ବସ୍ତ୍ର ନ ହେଲେ ମଧ୍ୟ ଅତ୍ୟନ୍ତ ପରିଷ୍କାର ପୋଷାକ ପରଧାନ କରିବା ଉଚିତ।
ସ୍ନାନାନ୍ତେ ଶିବାଳୟ ଯାଇ ଅତ୍ୟନ୍ତ ନିଷ୍ଠାର ସହିତ ପୂଜାର୍ଚ୍ଚର୍ନା କରିବା ଆବଶ୍ୟକ।
ଶିବାର୍ଚ୍ଚନା ସମୟରେ କୌଣସି କ୍ଷେତ୍ରରେ ଶିବଲଙ୍ଗରେ ତୁଳସୀରେ ପୂଜାର୍ଚ୍ଚନା କରନ୍ତୁ ନାହିଁ। କେବଳ ତ୍ରିଶାଖା ବେଲପତ୍ର ଶିବଲିଙ୍ଗରେ ଚଢ଼ାନ୍ତୁ।

publive-imageଶିବଲିଙ୍ଗକୁ ଧୁଗ୍ଧାଭିଷେକ କଲାବେଳେ କୌଣସି ପରିସ୍ଥିତିରେ ପ୍ୟାକେଟ କିମ୍ବା ପାଶ୍ଚୁରାଇଜ୍‌ଡ ଦୁଗ୍ଧ ବ୍ୟବହାର କରନ୍ତୁ ଦନାହିଁ। ଶୁଦ୍ଧ ଗୋଦୁଗ୍ଧ ଶିବଲିଙ୍ଗରେ ଦେଇ ଅଭିଷେକ କରନ୍ତୁ।
ଶିବଲଙ୍ଗରେ ଆପଣ ନଡ଼ିିଆ ଅର୍ପଣ କରି ପାରିବେ, ମାତ୍ର କୌଣସି ପରିସ୍ଥିିତିରେ ଶିବଲିଙ୍ଗରେ ନଡ଼ିଆ ପାଣି ଦିଅନ୍ତୁ ନାର୍ହି।
ମହାଶିବରାତ୍ରୀ ଦିନ ଶିବଲିଙ୍ଗକୁ ପଞ୍ଚାମୃତରେ ଅଭିଷେକ କରନ୍ତୁ। ଶିବ ଅଭିଷେକ ପାଇଁ ଦୁଗ୍ଧ, ଗଙ୍ଗାଜଳ, , ଶର୍କରା ,ମଧୁ, କେଶର ଆଦିରେ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ।

publive-image
ମହାଦେବ ଶିବ ତୁଷାର ଧବଳ ପୁଷ୍ପର ଅତି ପ୍ରୟ। ଏହି ଦିନ ଶିବଙ୍କୁ ଧଳାଫୁଲରେ ପୂଜାର୍ଚ୍ଚନା କରନ୍ତୁ।

ମହାଶିବରାତ୍ରୀ ବ୍ରତ ସମୟରେ ସର୍ବଦା ଶିବ ପଞ୍ଚାାକ୍ଷର ମନ୍ତ୍ର ଜପ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe