ଦୁଇ ବର୍ଷ ହେବ ଅଲଗା ଅଲଗା ରହୁଥିଲେ ସ୍ବାମୀ-ସ୍ତ୍ରୀ, ହ୍ବାଟସଆପ୍ ଜରିଆରେ ପୁଣି ଯୋଡ଼ି ହେଲା ସଂପର୍କ

ଦୁଇ ବର୍ଷ ହେବ ଅଲଗା ଅଲଗା ରହୁଥିଲେ ସ୍ବାମୀ-ସ୍ତ୍ରୀ, ହ୍ବାଟସଆପ୍ ଜରିଆରେ ପୁଣି ଯୋଡ଼ି ହେଲା ସଂପର୍କ

Times of India

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହରେ ରହୁଥିବା ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହେବା ସହ ଦୁହେଁ ଦୁଇ ବର୍ଷ ହେବ ପରସ୍ପରଠାରୁ ଅଲଗା ରହୁଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଆସିଥିବା ଦୂରତାକୁ କମ କରି ପାରିିଛି ହ୍ବାଟସଆପ୍। ଭାଙ୍ଗିବାକୁ ଯାଉଥିବା ସଂପର୍କକୁ ହ୍ବାଟସଆପ୍ ଜରିଆରେ ଦୁହେଁ ପୁଣି ଯୋଡ଼ିଥିବା ବ‌େଳେ ଏବେ ଦୁହେଁ ସାଥୀରେ ରହିବା ଆରମ୍ଭ କରିଛନ୍ତି। କରୱା ଚୌଥ୍ ଦିନ ସ୍ବାମୀ ହ୍ବାଟସଆପ‌ରେ କରିଥିବା ଭିଡିଓ କଲ ପରେ ସଂପର୍କରେ ଆସିଥିବା ତିକ୍ତତା ମିଠା ସଂପର୍କ‌ରେ ବଦଳିଥିଲା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଦୀପକ ଓ ବିଶାଖା ଦୁହେଁ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ କିଛି ଦିନ ପରେ ବିଶାଖା ଶାଶୂଘର ଲୋକ ଓ ସ୍ବାମୀ ଦୀପକଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନାରେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଦୁହିଁଙ୍କୁ ଅଲଗା କରି ଦେବା ସହ ଦୁହିଁଙ୍କ ମନରେ ପରସ୍ପର ପ୍ରତି ଘୃଣାଭାବ ଆସି ଯାଇଥିଲା। ତେବେ ଦୁହେଁ ଅଲଗା ରହିବା ଆରମ୍ଭ କରିଥିଲେ ମଧ୍ୟ ପରସ୍ପରର ହ୍ବାଟସଆପ୍ ଷ୍ଟାଟସ ଓ ହ୍ବାଟସଆପରେ ଥିବା ପ୍ରୋଫାଇଲ ଫଟୋ ଚେକ୍ କରିବା ଛାଡ଼ି ନ ଥିଲେ। ଏଭଳି କିଛି ଦିନ ବିତିବା ପରେ ଦୁହେଁ ହ୍ବାଟସଆପରେ କଥା ହେବା ଆରମ୍ଭ କରିଥିଲେ। ଇମୋଜି ପଠାଇବାରୁ ଧିରେ ଧିରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା।

publive-image timesnownews.com

ବିଶାଖା ନିଜ ଭୁଲ ବୁଝି ପାରି ଦୀପକଙ୍କୁ କ୍ଷମା ମାଗିଥିଲେ ମଧ୍ୟ ଦୀପକ ତାଙ୍କୁ କ୍ଷମା କରି ନ ଥିଲେ। ଏ ମଧ୍ୟରେ କିଛି ମାସ ବିତି ଯାଇଥିବା ବ‌େଳେ ଦୁହେଁ ହ୍ବାଟସଆପରେ କଥା ହେବା ଜାରି ରଖିଥିଲେ। କରୱା ଚୌଥ୍ ଦିନ ଦୀପକ ବିଶାଖାଙ୍କ ଷ୍ଟାଟସ ଦେଖିବା ପରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ବିଶାଖା ତାଙ୍କ ପାଇଁ କରୱା ଚୌଥ୍ ବ୍ରତ ରଖିଥିବା ଜାଣି ଦୀପକ ତାଙ୍କୁ ହ୍ବାଟସଆପରେ ଭିଡିଓ କଲ କରିଥିଲେ। ଯାହା ପରେ ଦୀପକଙ୍କ ମୁହଁ ଦେଖି ବିଶାଖା ନିଜର ବ୍ରତ ଭାଙ୍ଗିଥିଲେ। ଏହି ଗୋଟିଏ  ଭିଡିଓ କଲ୍ ପରେ ଦୁହେଁ ପୁଣି ଥରେ ସାଥୀରେ ରହିବା ପାଇଁ ମନସ୍ଥ କରିଥିଲେ। ଏହା ପରେ ଆଞ୍ଚଳିକ ଅଦାଲତରେ ଚାଲୁଥିବା ବିଶାଖାଙ୍କ ମାମଲା ପରିବାର ଅଦାଲତକୁ ପଠାଇ ଦିଆଯାଇଥିଲା। ସେଠାରେ ଦୁହେଁ ପରସ୍ପରକୁ ଅଳିଙ୍ଗନ କରିବା ସହ ସାଥୀରେ ରହିବେ ବୋଲି ବିଚାରପତିଙ୍କୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe