କେଉଁଟି ଅଧିକ ସ୍ବାସ୍ଥ୍ୟକର

ଆଳୁଠାରୁ କନ୍ଦମୂଳ ଅଧିକ ସ୍ବାସ୍ଥ୍ୟପ୍ରଦ ବୋଲି ସାଧାରଣରେ କୁହାଯାଉଥିବା ବେଳେ ବାସ୍ତବରେ ଉଭୟରେ ପ୍ରାୟ ସମାନ ପରିମାଣର ପୁଷ୍ଟିତତ୍ତ୍ବ ରହିଥାଏ। ଉଭୟ ଆଳୁ ଓ କନ୍ଦମୂଳରେ କ୍ୟାଲୋରି, ପୁଷ୍ଟିସାର ଓ ଶ୍ବେତସାରର ପରିମାଣ ପ୍ରାୟ ସମାନ।

sdxcxcxc

ଆଳୁଠାରୁ କନ୍ଦମୂଳ ଅଧିକ ସ୍ବାସ୍ଥ୍ୟପ୍ରଦ ବୋଲି ସାଧାରଣରେ କୁହାଯାଉଥିବା ବେଳେ ବାସ୍ତବରେ ଉଭୟରେ ପ୍ରାୟ ସମାନ ପରିମାଣର ପୁଷ୍ଟିତତ୍ତ୍ବ ରହିଥାଏ। ଉଭୟ ଆଳୁ ଓ କନ୍ଦମୂଳରେ କ୍ୟାଲୋରି, ପୁଷ୍ଟିସାର ଓ ଶ୍ବେତସାରର ପରିମାଣ ପ୍ରାୟ ସମାନ। ତେବେ ଆଳୁରେ ତୁଳନାତ୍ମକ ଭାବେ ଅଧିକ ପୋଟାସିଅମ୍ ଥାଏ ଏବଂ କନ୍ଦମୂଳରୁ ପ୍ରଚୁର ପରିମାଣର ଭିଟାମିନ ଏ ମିିଳିଥାଏ। କନ୍ଦମୂଳରେ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ମଧ୍ୟ ଅଧିକ।

ଆଳୁରେ ଥିବା ଗ୍ଲାଇକୋଆଲକାଲଏଡ୍‌ଗୁଡ଼ିକ ମଧ୍ୟ କର୍କଟ ରୋଗର ମୁକାବିଲାରେ ସହାୟତା କରୁଥିବା ଗବେଷଣାରୁ ଜଣାପଡ଼ିଛି। ଏହି ଦୁଇପ୍ରକାର ପରିବାକୁ କେଉଁଭଳି ପ୍ରସ୍ତୁତ କରୁଛନ୍ତି ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସବୁଠାରୁ ସ୍ବାସ୍ଥ୍ୟପ୍ରଦ ଉପାୟ ହେଲା ସିଝାଇବା ଅଥବା ଓଭେନ୍‌ରେ ବେକ୍‌ କରିବା। ଚୋପା ସହିତ ଖାଇବା ଦ୍ବାରା ଅଧିକ ଫାଇବର୍‌ ମିଳିଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe