କରୋନା ଆକ୍ରାନ୍ତଙ୍କ ଉପରେ ରେମିଡିସିଭିର୍‌ ପ୍ରୟୋଗକୁ ମନା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Advertisment
ଡ୍ରଗ୍ସ କବଳରେ ସୁନ୍ଦରଗଡ଼ ଯୁବପିଢ଼ି; ବଢ଼ୁଛି ଚୋରି ମାମଲା, ଅଭିଭାବକ ଚିନ୍ତିତ

Stat

ଲଣ୍ଡନ: ପୂର୍ବରୁ ଆମେ ଶୁଣିଛେ ଯେ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ରେମିଡିସିଭିର୍‌ ଔଷଧ ଦିଆଯାଇପାରେ। ମାତ୍ର ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। କୁହାଯାଇଛି ଯେ ଜଣେ ଆକ୍ରାନ୍ତ ଯେତେ ବି ଅସୁସ୍ଥ ଥାଆନ୍ତୁ ପଛେ ତାଙ୍କୁ ଏହି ଔଷଧ ଦିଆଯିବା ଉଚିତ ନୁହେଁ। କାହିଁକି ନା ଏହି ଔଷଧ ଦିଆଗଲେ ସୁସ୍ଥ ହେବାର ସେପରି କୌଣସି ବିଶେଷ ସମ୍ଭାବନା ନାହିଁ।

ଗ୍ରୀଷ୍ମ ସମୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ଚର୍ଚ୍ଚା ପାଲଟିଥିବା ଏହି ଔଷଧ ଖାଇବା ଦ୍ବାରା କରୋନା ଜନିତ ମୃତ୍ୟୁହାର କମ୍‌ ହେଉଛି ବୋଲି କୌଣସି ପ୍ରମାଣ ନଥିବା କଥା ହୁ ପକ୍ଷରୁ କୁହାଯାଇଛି।

ହୁ’ର ଗାଇଡ୍‌ଲାଇନ୍‌ ଡେଭ୍‌ଲ୍‌ପମେଣ୍ଟ୍‌ ଗ୍ରୁପ୍‌(ଜିଡିପି) ପ୍ୟାନେଲ୍‌ ପକ୍ଷରୁ କୁହାଯାଇଛି ଯେ ରେମିଡିସିଭିର୍ ଏକ‌ ବ୍ୟୟବହୁଳ ଏବଂ ଜଟିଳ ଔଷଧ। ଏଥିରେ ମୃତ୍ୟୁ ହାର କମିବା କିମ୍ବା ରୋଗୀଙ୍କ ଉପରେ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୁପ୍ରଭାବ ପକାଇବା ଦେଖିବାକୁ ମିଳୁନାହିଁ।

ଉଲ୍ଲେଖଯୋଗ୍ୟ, କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଏବେ ଅନେକ କମ୍ପାନି ସଫଳତାର ଖୁବ୍ ନିକଟରେ। ଔଷଧ ନିର୍ମାଣକାରୀ କମ୍ପାନି ଫାଇଜର୍‌ ଓ ରୁଷିଆ ଦ୍ବାରା ପ୍ରସ୍ତୁତ ଦୁଇଟି କରୋନା ଭାଇରସ୍‌ ଟିକା ସକାରାତ୍ମକ ଫଳାଫଳ ଦେଖାଇଛି। ଏହି ଟିକା କୋଭିଡ୍‌-୧୯ ବିରୋଧରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଛି ବୋଲି କମ୍ପାନି ପକ୍ଷରୁ ଦାବି ମଧ୍ୟ ହୋଇଥିବା ବେଳେ କରୋନା ଟିକା ବାହାର କରିବା ଦିଗରେ ବାୟୋଟେକ୍‌ନୋଲୋଜି କମ୍ପାନି ମଡର୍ଣ୍ଣା ମଧ୍ୟ ସଫଳତା ଆଡକୁ ଅଗ୍ରସର ହେଉଛି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe