ଜିମ୍ବାୱେଠୁ ପାକିସ୍ତାନ ହାରିବା ପରେ କାହିଁକି ଟ୍ରେଣ୍ଡ୍‌ ହେଲେ ମିଷ୍ଟର ବିନ୍‌

Advertisment
ଜିମ୍ବାୱେଠୁ ପାକିସ୍ତାନ ହାରିବା ପରେ କାହିଁକି ଟ୍ରେଣ୍ଡ୍‌ ହେଲେ ମିଷ୍ଟର ବିନ୍‌

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ ଗତକାଲି ପାକିସ୍ତାନ ଓ ଜିମ୍ବା‌ୱେ ମଧ୍ୟରେ ହୋଇଥିଲା। ମ୍ୟାଚ୍‌ରେ ଜିମ୍ବା‌ୱେ ପାକିସ୍ତାନକୁ ୧ ରନ୍‌ରେ ହରାଇବା ପରେ ଟ୍ବିଟର୍‌ରେ ଟ୍ରେଣ୍ଡ୍‌ କରିବାରେ ଲାଗିଛନ୍ତି ମିଷ୍ଟର୍‌ ବିନ୍‌। ମାତ୍ର ଅସଲି ନୁହେଁ, ନକଲି ମିଷ୍ଟର୍‌ ବିନ୍‌। ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ୨୦୧୬ ମସିହାରେ ପାକିସ୍ତାନ ତା ଦେଶର ଜଣେ ନକଲି ମିଷ୍ଟର୍‌ ବିନ୍‌ଙ୍କୁ ନେଇ ଜିମ୍ବାବେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା। ଏହି କାର୍ଯ୍ୟକ୍ରମର ଆୟୋଜକ ଜିମ୍ବା‌ୱେ ଲୋକଙ୍କୁ ଅସଲି ମିଷ୍ଟର ବିନ୍‌ଙ୍କ ନାମରେ ଟିକେଟ୍‌ ବିକ୍ରି କରିବା ଆରମ୍ଭ କରିଦେଲେ। ମାତ୍ର ଯେ‌ତେବେଳେ ଲୋକ ସତ ଜାଣିଲେ ଯେ ରାଗିବା ଆରମ୍ଭ କରିଦେଲେ। ଏହି ନକଲି ମିଷ୍ଟର୍‌ ବିନ୍‌ଙ୍କ ନାମ ଆସିଫ ମହମ୍ମଦ। ଯିଏକି ଏକଦମ ଅସଲି ମି‌ଷ୍ଟର୍‌ ବିନ୍‌ଙ୍କ ପରି ଦିଶନ୍ତି।

ସେହି କଥାକୁ ମନେ ପକାଇ ଜିମ୍ବା‌ୱେର ରାଷ୍ଟ୍ରପତି ଏକ କମେଣ୍ଟ୍‌ ମାରି ଟ୍ବିଟ୍‌ କରିଛନ୍ତି। ସେ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ‘ଜିମ୍ବାବେ ପାଇଁ କ’ଣ ବିଜୟ ଥିଲା! ଅଭିନନ୍ଦନ। ଆଗାମୀ ସମୟ ଅସଲି ମିଷ୍ଟର୍‌ ବିନ୍‌ ପଠାଇବ।’

ଏହି ଟ୍ବିଟରେ ଉତ୍ତର ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେ ଲେଖିଛନ୍ତି, ‘ଆମର ହୁଏତ ବାସ୍ତବ ମିଷ୍ଟର ବିନ୍‌ ନାହିଁ। ମାତ୍ର ଆମର କ୍ରିକେଟ୍‌ ଖେଳ ପାଇଁ ବାସ୍ତବ ଇଚ୍ଛାଶକ୍ତି ଅଛି। ଆମ ପାକିସ୍ତାନୀମାନଙ୍କର ପୁଣି ଥରେ ଫେରିବାର ଏକ ମଜାଳିଆ ଅଭ୍ୟାସ ଅଛି। ମିଷ୍ଟର୍‌ ପ୍ରେସିଡେଣ୍ଟ୍‌ ଅଭିନନ୍ଦନ। ଆଜି ଆପଣଙ୍କ ଟିମ୍‌ ବାସ୍ତବରେ ଖୁବ୍‌ ଭଲ ଖେଳିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe