କାହାକୁ ଆପଣେଇବେ ଦର୍ଶକ କଳା ନା କଳଙ୍କ

୨୦୧୯ ମସିହା। ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ଚାଲିଥିବା ବେଳେ ଉତ୍ତେଜକ ନୃତ୍ୟ ପ୍ରଦର୍ଶନ କରି ଯାତ୍ରାକୁଇନ୍‌ ରାଣୀ ପଣ୍ଡା ଚର୍ଚ୍ଚାକୁ ଆସନ୍ତି। ମଞ୍ଚରେ ନୃତ୍ୟ କରୁଥିବା ସମୟରେ ଦର୍ଶକ ଗ୍ୟାଲେରିକୁ ଯାଇ ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରେ।

ଅଦ୍ୟତନ ହୋଇଛି
uuttuuutut

ନାଟକର କାହାଣୀ ନା ନୃତ୍ୟରେ ନଗ୍ନତା- ଯାତ୍ରା ଦର୍ଶକଙ୍କୁ କିଏ ଟାଣେ? ସଂଳାପରେ ଯଥାର୍ଥ ଶାଳୀନତା ନା ଦ୍ବିଅର୍ଥବୋଧକ ଶବ୍ଦର ଅବାନ୍ତର ପ୍ରୟୋଗ, କିଏ ବିମୁଖ କରାଏ ଦର୍ଶକଙ୍କୁ ସପରିବାର ଯାତ୍ରା ଦେଖିବାରେ? ମନୋରଞ୍ଜନ ନାଁରେ ମଞ୍ଚର ମର୍ଯ୍ୟାଦା ନଷ୍ଟ କରାଯାଉଥିବା ଗୋଟେ ପଟେ ଅଭିଯୋଗ ହୁଏ; ଆରପଟେ ଏଭଳି ଅଭିଯୋଗକୁ, ସରକାରୀ କଟକଣାକୁ ତୁଚ୍ଛ ମନେକରି ଚାଲେ ନଗ୍ନତାର ବ୍ୟବସାୟ। ମଞ୍ଚର ମାୟାରେ ବାନ୍ଧି ହୋଇଯାଇଥିବା ଯାତ୍ରାର ଦର୍ଶକ ଏବେ ଦୋଛକିରେ। କଳା ନା କଳଙ୍କ କାହାକୁ ଆପଣେଇବେ!
ତଥ୍ୟ: ନାରାୟଣ କୁମାର ରାଉତରାୟ
ଉପସ୍ଥାପନା: ସସ୍ମିତା ସାହୁ

୨୦୧୯ ମସିହା। ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ଚାଲିଥିବା ବେଳେ ଉତ୍ତେଜକ ନୃତ୍ୟ ପ୍ରଦର୍ଶନ କରି ଯାତ୍ରାକୁଇନ୍‌ ରାଣୀ ପଣ୍ଡା ଚର୍ଚ୍ଚାକୁ ଆସନ୍ତି। ମଞ୍ଚରେ ନୃତ୍ୟ କରୁଥିବା ସମୟରେ ଦର୍ଶକ ଗ୍ୟାଲେରିକୁ ଯାଇ ଜଣେ ଦର୍ଶକଙ୍କ କାନ କାମୁଡ଼ି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରେ। ଯାତ୍ରା ନାଟକ ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ଲାଗି ପରିବେଷିତ ରେକର୍ଡ ଡ୍ୟାନ୍ସ ସମୟରେ ଘଟିଥିବା ଏହି ଘଟଣା ଯାତ୍ରା ପରିସରକୁ ଚଳଚଞ୍ଚଳ କରିଥିବା ବେଳେ ଦର୍ଶକ ମହଲରେ କୌତୂହଳ ସୃଷ୍ଟିକରେ। ଜନମାନସରେ ପ୍ରଶ୍ନ ଉଠେ-ଏଭଳି ରୁଚିର କଳା ପ୍ରଦର୍ଶନ କ’ଣ ସମ୍ଭବ? ଯାତ୍ରା ଜଗତ ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ ମତାନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ସମୟକ୍ରମେ ଯାତ୍ରାରେ ପ୍ରଚଳିତ ରେକର୍ଡ ଡ୍ୟାନ୍ସର ମୁଖ୍ୟ ଆକର୍ଷଣ ପାଲଟିଛି ନୃତ୍ୟ ପ୍ରଦର୍ଶନ କରୁଥିବା ନାରୀ କଳାକାରଙ୍କ ‌‌େଯୗନୋଦ୍ଦୀପକ ଅଙ୍ଗଭଙ୍ଗୀ। ଯେହେତୁ ଦର୍ଶକଙ୍କର ସିଂହଭାଗ ଏପରି ନୃତ୍ୟ ଉପ‌ଭୋଗ କରିଥାଆନ୍ତି, ତେଣୁ ରେକର୍ଡ ଡ୍ୟାନ୍ସ କରୁଥିବା ନୃତ୍ୟାଙ୍ଗନାମାନେ ଏ ଦିଗରେ ନିଜର ପାରଙ୍ଗମତା ଦେଖାଇବା ଲାଗି ସୀମାସରହଦ ଟପି ଯାଇଥାନ୍ତି। ଗତ ଦୁର୍ଗା ପୂଜା ସମୟରେ ରେକର୍ଡ ଡ୍ୟାନ୍ସ କଳାକାର ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀଙ୍କ ଟପ୍‌ଲେସ୍‌ ନଗ୍ନ ନୃତ୍ୟ ସବୁ ସୀମା‌ ଟପିଯାଇଛି। ଏହାକୁ ନେଇ ସଂସ୍କୃତି ସଚେତନ ବୁଦ୍ଧିଜୀବୀ ଆପତ୍ତି ଉଠାଇଛନ୍ତି। କେବଳ ଭାଗ୍ୟଶ୍ରୀ ନୁହନ୍ତି, ଏହି ଧରଣର ନୃତ୍ୟ ପ୍ରତିଯୋଗିତାରେ ନିଶା ମହାରଣା ବି ପଛରେ ପଡ଼ିନାହାନ୍ତି। ଯାତ୍ରା ମଞ୍ଚ ହେଉ ବା ମେଲୋଡି ମଞ୍ଚ ନୃତ୍ୟାଙ୍ଗନାଙ୍କର ଅଙ୍ଗପ୍ରଦର୍ଶନ ଓ ‌େଯୗନୋଦ୍ଦୀପକ ଶାଳୀନତାର ସୀମା ଟପୁଥିବା ଅଭିଯୋଗ କ୍ରମଶଃ ତୀବ୍ର ହେବାରେ ଲାଗିଛି।

ତେବେ ଯାତ୍ରାରେ ଅଶ୍ଳୀଳତା ନୂଆ ନୁହେଁ, ରେକର୍ଡ ଡ୍ୟାନ୍ସ ବ୍ୟତୀତ ଦ୍ବିଅର୍ଥବୋଧକ ସଂଳାପ, ‌କାମୋଦ୍ଦୀପକ ଅଙ୍ଗଭଙ୍ଗୀ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ସମାଜ ଓ ଯୁବପିଢ଼ିଙ୍କୁ ବିପଥଗାମୀ କରୁଥିବା ନେଇ ସାମାଜିକକର୍ମୀ, ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀ ସ୍ବର ଉତ୍ତୋଳନ କରିଆସୁଛନ୍ତି। ଫଳରେ ଏହାକୁ ନଜରରେ ରଖି ୨୦୨୩ ମସିହା ମାର୍ଚ ମାସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା। ଏଣିକି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେବନି।

 ଦ୍ବିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମାର୍ଜିତ ହେବ ସେମାନଙ୍କ ଅଭିନୟ। ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ। କଦର୍ଯ୍ୟ ରୂପରେ ସଂସ୍କୃତିକୁ ପରି‌ପ୍ରକାଶ କରିପାରିବେ ନାହିଁ। ଯାତ୍ରାରେ ବଢୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ସଂସ୍କୃତି ବିଭାଗ ଜାରି କରିବା ସହ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏ ବର୍ଷ ଦୁର୍ଗାପୂଜାରୁ ଯାତ୍ରାଋତୁ ଆରମ୍ଭରୁ ନଗ୍ନନୃତ୍ୟ ଆରମ୍ଭ ହୋଇଯାଇଛି, ଯାହାକି ସଂସ୍କୃତି ବିଭାଗର ନିର୍ଦ୍ଦେଶନାମାକୁ ପ୍ରଭାବହୀନ ବୋଲି ପ୍ରମାଣିତ କରିଛି।

ଅଶୀ ଦଶକରେ ଆରମ୍ଭ ହେଲା ଟିକେଟ୍‌ 
ଯାତ୍ରାରେ ଏବେ ଯେଉଁ ଧାରା ପ୍ରଚଳିତ ହୋଇଛି ଯଦି ଆମେ ତା’ର ଉତ୍ପତ୍ତି ଖୋଜିବସିବା ତେବେ ଦର୍ଶକ ଟିକେଟ୍‌ କିଣି ଯାତ୍ରା ଦେଖିବାକୁ ପରମ୍ପରା ନିକଟକୁ ଯିବାକୁ ପଡ଼ିବ। ଅତୀତରେ ସାମୂହିକ ପ୍ରଚେଷ୍ଟାରେ ଯାତ୍ରା ନାଟକ ହେଉଥିଲା, ଲୋକେ ଏଥିପାଇଁ ଟଙ୍କା ଖର୍ଚ୍ଚ କରୁ ନଥିଲେ।  କିନ୍ତୁ ଯାତ୍ରା ଦର୍ଶକଙ୍କୁ ଯେତେବେଳେ ପାଲ/ କପଡ଼ାର ପାଚେରିରେ ଆବଦ୍ଧ କରାଗଲା ଓ ଟିକଟ ବ୍ୟବସ୍ଥା ଆରମ୍ଭ ହେଲା, ସେତେବେଳେ ଦର୍ଶକ ପାଲଟିଲେ ଗ୍ରାହକ/ ଉପଭୋକ୍ତା। ଫଳରେ ବିଭିନ୍ନ ଉପାୟରେ ସେମାନଙ୍କୁ ସନ୍ତୁଷ୍ଟ କରିବାର ମାନସିକତା ଯାତ୍ରା ଭଳି ଗଣନାଟ୍ୟ ଧାରାରେ ପ୍ରବେଶ କଲା। 

hfkkhhffhkhfk

ଆଗରୁ  ଯାତ୍ରାଦଳଗୁଡ଼ିକ ଆର୍ଥିକ ଦୁଃସ୍ଥିତି ଭିତରେ ଗତି କରୁଥିଲେ। ଯାତ୍ରାରୁ  ଗୁଜୁରାଣ ମେଣ୍ଟାଇବା ସମ୍ଭବ ହେଉ ନଥିବାରୁ ଯାତ୍ରାଜଗତ ପ୍ରାରମ୍ଭିକ ସମୟରେ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଅଶୀ ଦଶକ ବେଳକୁ ଟିକେଟ୍ କରି ଯାତ୍ରା ଦେଖିବା ଧାରା ଆରମ୍ଭ ହେଲା। ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ବ୍ୟୟବହୁଳ ପେଣ୍ଡାଲ, ଆକର୍ଷଣୀୟ ଆଲୋକମାଳା ଓ ଶବ୍ଦ ସଂଯୋଜନା ସହ ପୌରାଣିକ ଓ ଐତିହାସିକ କାହାଣୀ ବଦଳରେ ସାମାଜିକ ନାଟକକୁ ଗୁରୁତ୍ବ ଦିଆଗଲା। ଏହା ଲୋକଙ୍କୁ ଯାତ୍ରା ପେଣ୍ଡାଲ ଆଡ଼କୁ ଆକର୍ଷିତ କଲା। ଲୋକଙ୍କ ଭିତରେ ଯାତ୍ରା ଦେଖିବାର ଆଗ୍ରହ ଆହୁରି ବଢ଼ିଲା। ସେହି ସମୟରେ ଏହି ଧାରାକୁ  ଆଗକୁ ନେଲେ ଶିବାନୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଓଡ଼ିଶା ଅପେରା, ବୀଣାପାଣି କଳାକୁଞ୍ଜ, ସାତଶଙ୍ଖ ଅପେରା, ବାଣେଶ୍ୱରୀ ଅପେରା, ବାଣେଶ୍ୱରୀ ଗଣନାଟ୍ୟ ପ୍ରଭୃତି ଅନୁଷ୍ଠାନ।

ଉଲ୍ଲେଖଯୋଗ୍ୟ, ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’     ୧୮୭୭ ମସିହାରେ ରାଧାକାନ୍ତ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା। ଧୀରେ ଧୀରେ ପୌରାଣିକ ଓ କାଳ୍ପନିକ ନାଟକ ପରିବେଷଣ ହେଲା। ‘ଶକୁନ୍ତଳା’, ‘ରଘୁ ଡକାୟତ’, ‘ଭୁଲ୍ ନିମାଇଁ ସନ୍ୟାସ’, ‘ରାମ ରାଜ୍ୟ’, ‘ଦସ୍ୟୁ ରତ୍ନାକର’, ‘ହଳଦୀଘାଟ’, ‘ଯୁଗଜନ୍ମା ରାବଣ’, ‘ଯୁଗଜନ୍ମା’, ‘ଅନାରକଲ୍ଲୀ’, ‘ଖଦିର ଖାଁ’, ‘ପଞ୍ଜାବ କେଶରୀ’, ‘ଦାୟୀ କିଏ’, ‘ଖୁଲଣା ସୁନ୍ଦରୀ’, ‘ତଅପୋଇ’, ‘ଦୁଃଖ ନଦୀର ତୀରେ’, ‘ଅଚଳ ଟଙ୍କା’, ‘ଏ ଦୁନିଆଟା ଟଙ୍କାର ଗୋଲାମ’, ‘ବାଦ୍‌ଶାହା’, ‘ଗାଁ ଗହଳି’, ‘କାଳିଆ ଆଖିରେ ଲୁହ’, ‘ବିଚିତ୍ର ଦୁନିଆ’, ‘ଗବର ସିଂହ’, ‘ନଟି ମାନିନୀ’, ‘ରାମ ଯେ ଲଇକ୍ଷଣ ହୋ’, ‘ରାଧା’, ‘ମାଣିକମାଳା’, ‘ମହାସତୀ ସାବିତ୍ରୀ’, ‘ହିନ୍ଦୁ ଜାତିର କଳଙ୍କ’, ‘ସେ ନୁହେଁ ନନ୍ଦ ସୁତ’ ଓ ‘ରୂପଶ୍ରୀ ରାଉରକେଲା’ ଇତ୍ୟାଦି ଓଡ଼ିଶା ଦର୍ଶକ ମହଲରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଥିଲା। 

‘ରେକର୍ଡ ଡ୍ୟାନ୍ସ’ରୁ ‘ନେକେଡ୍‌ ଡ୍ୟାନ୍ସ’
ଯାତ୍ରାରେ ବ୍ୟାବସାୟିକ ଧାରାର ପ୍ରବେଶ ପରେ ଆସିଲା ବିରାଟ ପରିବର୍ତ୍ତନ। ବ୍ୟୟବହୁଳ ମଞ୍ଚ ସହ ଗ୍ଲାମର୍‌ ଯୋଡ଼ିହେଲା ଯାତ୍ରାରେ। ଅତୀତରେ ଯାତ୍ରାରେ ନାରୀ କଳାକାର କାମ କରୁ ନଥିଲେ। ପୁରୁଷ ଅଭିନେତାମାନେ ନାରୀ ଚରିତ୍ରରେ ଉଭା ହେଉଥିଲେ। କ୍ରମେ ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ନାରୀ କଳାକାର ଯାତ୍ରାକୁ ଆସିଲେ। ଯାତ୍ରା ଆରମ୍ଭରେ ପରିବେଷଣ ହେଉଥିବା ନୃତ୍ୟନାଟିକା ଜରିଆରେ ନାରୀ ନୃତ୍ୟଶିଳ୍ପୀ ମଞ୍ଚକୁ ଆସିଲେ। ନାରୀ ନୃତ୍ୟଶିଳ୍ପୀଙ୍କ ପ୍ରବେଶ ପରେ ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ନୃତ୍ୟନାଟିକା ବଦଳରେ ଆରମ୍ଭ କରାଗଲା ରେକର୍ଡ ଡ୍ୟାନ୍ସ। ହିନ୍ଦୀ ଓ ଓଡ଼ିଆ ସିନେମାଗୀତର ତାଳେ ତାଳେ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନକଲ କଲେ ଯାତ୍ରାର କଳାକାର। ଯାଜପୁର ଜିଲ୍ଲାର ଦିଗ୍‌ବିଜୟୀ ଅପେରା ପକ୍ଷରୁ ପ୍ରଥମ ଥର ପାଇଁ ମଞ୍ଚରେ ରେକର୍ଡ ଡ୍ୟାନ୍ସ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ତୁଳସୀ ଗଣନାଟ୍ୟ ରେକର୍ଡ ଡ୍ୟାନ୍ସକୁ ଆଉ ଦୁଇପାଦ ଆଗକୁ ନେଇଗଲା। ରେକର୍ଡ ଡ୍ୟାନ୍ସ କରିବାକୁ ସେତେବେଳେ ବିଜୟଗଡ଼ାରୁ ଝିଅ-ପୁଅ ଆସୁଥିଲେ। ସେ ସମୟରେ ନିୟତି ଗଣନାଟ୍ୟ, ବୀଣାପାଣି କଳାକୁଞ୍ଜ, ତାରାପୁର ଲୋକନାଟ୍ୟ ଯାତ୍ରାରେ ରେକର୍ଡ ଡ୍ୟାନ୍ସ କରାଇ ବେଶ୍‌ ଟଙ୍କା ରୋଜଗାର କରିଥିବାର ନଜିର ମଧ୍ୟ ରହିଛି। ହେଲେ ଏହା ଶାଳୀନତା ମଧ୍ୟରେ ରହୁଥିଲା। କିନ୍ତୁ ‘ରେକର୍ଡ ଡ୍ୟାନ୍ସ’ ଏବେ ‘ନେକେଡ୍‌ ଡ୍ୟାନ୍ସ’ର ରୂପ ନେବାରେ ଲାଗିଛି।  
  ପୂର୍ବରୁ ଶଙ୍ଖ ବଜେଇ ମୁଣ୍ଡିଆ ମାରି ଯାତ୍ରା ଆରମ୍ଭ କରାଯାଉଥିଲା। ମାତ୍ର ଦେବଦେବୀ ପୂଜା ପରିବର୍ତ୍ତେ ଏବେ ପ୍ରଥମେ ଆରମ୍ଭ ହେଉଛି ରେକର୍ଡ ଡ୍ୟାନ୍ସ। ଅତୀତରେ ଆରମ୍ଭରୁ ପୌରାଣିକ ନୃତ୍ୟନାଟିକାଟିଏ ପରିବେଷିତ ହେଉଥିଲା ନଚେତ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଥିଲା। ପୌରାଣିକ ନୃତ୍ୟନାଟିକା ଦ୍ୱାରା ଲୋକଙ୍କୁ ପୁରାଣ ଓ ନିଜ ସଂସ୍କୃତି ସମ୍ବନ୍ଧରେ ଜ୍ଞାନ ମିଳୁଥିଲା କିନ୍ତୁ ଏହା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲାଣି।

ଅଶ୍ଳୀଳତା ଯୋଗୁଁ  ମିଳୁନି ‘କଳା’ର ସମ୍ମାନ

ପାଲା, ଦାସକାଠିଆ, ସଂକୀର୍ତ୍ତନ ହେଉ ଅବା ଘୋଡ଼ାନାଚ ବା ପାଇକ ଆଖଡ଼ା- ଏସବୁ ଲୋକକଳା ଆମ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛନ୍ତି। ସେହିଭଳି ଗଣନାଟ୍ୟ ଯାତ୍ରା ମାଧ୍ୟମରେ ସାମାଜିକ ଚଳଣି, ସମ୍ପର୍କର ସଂଜ୍ଞା, ହଜି ଯାଉଥିବା ଲୋକଭାଷା, ଓଡ଼ିଶାର ବିଭିନ୍ନ ପରମ୍ପରା ଆଦି ପ୍ରତିଫଳିତ ହୋଇଥାଏ। କିନ୍ତୁ ଓଡ଼ିଶାର ବିଭିନ୍ନ ଲୋକକଳା ସରକାରୀସ୍ତରରେ ସ୍ବୀକୃତି ପାଉଥିବା ବେଳେ ଗଣନାଟ୍ୟ ବା ଲୋକନାଟ୍ୟ ଯାତ୍ରା ସ୍ବୀକୃତି ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳାର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଯାତ୍ରା କଳାକାରଟିଏ ଏଭଳି ସରକାରୀ ସମ୍ମାନ କି ସ୍ବୀକୃତିରୁ ବଞ୍ଚିତ।

ତେବେ ବରିଷ୍ଠ ଯାତ୍ରା କଳାକାର ‌ଦୈତାରୀ ପଣ୍ଡା କହନ୍ତି, ଯାତ୍ରାକୁ ‘କଳା’ ଭାବେ ସ୍ବୀକୃତି ପ୍ରଦାନ କରିବାକୁ ଆମେ ବାରମ୍ବାର ସରକାରଙ୍କ ନିକଟରେ ଗୁହାରି କରିଆସୁଛୁ। ଏଥିସହ ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ମଧ୍ୟ ଯାତ୍ରା କଳାକାରଙ୍କୁ ପୁରସ୍କୃତ କରିବାକୁ ମଧ୍ୟ ଆମେ ଆବେଦନ କରୁଛୁ। କିନ୍ତୁ ଏଯାଏ ଏନେଇ କୌଣସି ସୁଫଳ ମିଳିନାହିଁ। ଅବଶ୍ୟ ଏ ଦାବି ଆମ ଯୋଗୁଁ ହିଁ ପୂରଣ ହୋଇପାରୁନାହିଁ। ଯାତ୍ରାରୁ ନଗ୍ନତା, ଅଶ୍ଳୀଳତା ଏଯାଏ ହଟିନାହିଁ। ଓଲଟା ବଢ଼ୁଛି। ଫଳରେ ଲୋକମାନେ ଯାତ୍ରାକୁ ଏକ ‘କଳା’ ଭାବେ ଗ୍ରହଣ ନ କରି ଘୃଣା ନଜରରେ ଦେଖୁଛନ୍ତି। ଯାତ୍ରା ଜଗତରେ ମୋର ୪୦ ବର୍ଷ ବିତିଗଲାଣି। ଆଗରୁ ଯାତ୍ରା ପରିବେଷଣ ପୂର୍ବରୁ ନୃତ୍ୟନାଟିକା ପ୍ରସ୍ତୁତ କରାଯାଉଥିଲା। ଏବେ ରେକର୍ଡ ଡ୍ୟାନ୍ସ ହେଲାଣି। ଆଗରୁ ଦର୍ଶକ ବିରୋଧ କରୁନଥିଲେ, ଏବେ ବହୁ ମାତ୍ରାରେ ସ୍ବର ଉତ୍ତୋଳନ କଲେଣି। ସରକାର କଡ଼ା ଆଇନ ଆଣି ଏହି ଅଶ୍ଳୀଳତାକୁ ଦୂର କରାନ୍ତୁ। ଆଗରୁ ରଘୁନାଥ ପଣ୍ଡାଙ୍କ ଭଳି ଯାତ୍ର‌ା କଳାକାର ଏକାଡେମି ପୁରସ୍କାର ପାଇଛନ୍ତି। ଏଣୁ ଯଥାଶୀଘ୍ର ଯାତ୍ରା କଳାକାରଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କିଛି ପୁରସ୍କାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।
ଏ ନେଇ ରାଜ୍ୟ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସମ୍ପାଦକ ଆର୍‌ କେ ହୀରାଲାଲ୍‌ କହନ୍ତି, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ସଂଳାପ ବଢ଼ିବା ଯୋଗୁଁ ଯାତ୍ରା କଳାକାରଙ୍କ ପ୍ରତି ଏହା ବିପଦ ସୃଷ୍ଟି କରିଛି। ଏହାକୁ ରୋକିବାକୁ ଗତବର୍ଷ ଆମେ ସଂସ୍କୃତି ସଚିବଙ୍କୁ ବି ଭେଟିଥିଲୁ। ଫଳରେ ୨୦୨୩ ମାର୍ଚରେ ସଂସ୍କୃତି ବିଭାଗ ପକ୍ଷରୁ ଯାତ୍ରାରେ ଅଶ୍ଳୀଳତା ରୋକିବା ନେଇ ଏକ ଗାଇଡ୍‌ଲାଇନ୍‌ ବି ଜାରି ହେଲା। ହେଲେ ପରିତାପର ବିଷୟ ଏହାକୁ କଡ଼ାକଡ଼ି ପାଳନ କରାଯାଉନାହିଁ। ୨୦୧୮ ମସିହାରୁ ଯାତ୍ରାକୁ ଏକ ‘କଳା’ ଭାବେ ସରକାରୀସ୍ତରରେ ସ୍ବୀକୃତି ପ୍ରଦାନ କରାଇବାକୁ ଆମେ ଦାବି କରି ଆସୁଛୁ। ହଜାର ହଜାର ଲୋକ ଯାତ୍ରାକୁ ବୃତ୍ତି କରି ବଞ୍ଚୁଥିବା ବେଳେ ଆମକୁ କଳାକାର ଭାବେ କେହି ଗ୍ରହଣ କଲେ ନାହିଁ କି ସରକାରୀ ପୁରସ୍କାର ପ୍ରକ୍ରିୟାରେ ସାମିଲ କଲେ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe