ଆସନ୍ତୁ ଜାଣିବା ଓକିଲମାନେ କାହିଁକି ପିନ୍ଧନ୍ତି କଳା କୋଟ୍‌?

Advertisment
ଆସନ୍ତୁ ଜାଣିବା ଓକିଲମାନେ କାହିଁକି ପିନ୍ଧନ୍ତି କଳା କୋଟ୍‌?

ଓକିଲମାନେ ସବୁବେଳେ କଳା ରଙ୍ଗର କୋଟ୍‌ ପିନ୍ଧିଥାନ୍ତି। କୋର୍ଟ ପରିସରରେ ହେଉ କିମ୍ବା ଓକିଲାତି କରୁଥିବା ସମୟରେ ଓକିଲମାନେ ଏହି କଳା କୋଟ୍‌ ପିନ୍ଧିଥାନ୍ତି। ହେଲେ ଓକିଲମାନେ କାହିଁକି କଳାକୋଟ୍‌ ପିନ୍ଧନ୍ତି ହୁଏତ ଅନେକଙ୍କୁ ଅଜଣା ଥାଇପାରେ। ତେବେ ଆସନ୍ତୁ ଜାଣିବା ଓକିଲମାନଙ୍କ ଏହି ଡ୍ରେସ୍‌କୋଡ୍‌ ବିଷୟରେ।

publive-image

ଓକିଲମାନେ ସବୁବେଳେ ଗୋଟିଏ ରଙ୍ଗର କପଡାରେ କୋର୍ଟ ଭିତରେ ନଜର ଆସିଥାନ୍ତି। ଆପଣମାନେ ଟେଲିଭିଜନରେ ଦେଖିଥିବେ ଓକିଲାତି କରୁଥିବା ସମୟରେ ଓକିଲମାନେ କଳା ରଙ୍ଗର କୋଟ୍‌ ପିନ୍ଧିଥାନ୍ତି। ତେବେ ଓକିଲମାନଙ୍କର ଏହି ଡ୍ରେସ୍‌ କୋଡ୍‌ ଆଜିର ନୁହେଁ ବରଂ ବହୁବର୍ଷ ପୁରୁଣା। କେବେ ଭାବିଛନ୍ତି କି ଓକିଲମାନେ କାହିଁକି ଏପରି କଳା କୋଟ୍‌ ପିନ୍ଧିଥାନ୍ତି।

ଓକିଲାତିର ଆରମ୍ଭ ୧୩୨୭ରେ ହୋଇଥିଲା। ୧୬୩୭ରେ ପ୍ରସ୍ତାବ ଆସିଥିଲା କି ଓକିଲମାନଙ୍କୁ ଜନତାଙ୍କ ଅନୁସାରେ ଡ୍ରେସ୍‌ ପିନ୍ଧିବା ଦରକାର। କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆସିଥିଲା ୧୬୯୪ରେ। ବ୍ରିଟିଶ୍‌ ରାଣୀ ମେରୀଙ୍କର ବସନ୍ତ ରୋଗରେ ଦେହାନ୍ତ ହେବା ପରେ ରାଜା ବିଲିୟନ୍‌ସ ସମସ୍ତ ବିଚାରପତି ଏବଂ ଓକିଲମାନଙ୍କୁ ଶୋକସଭାରେ କଳା ରଙ୍ଗର ଗାଉନ୍‌ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ।

ଓକିଲମାନେ ଏହି ଆଦେଶକୁ ପାଳନ କରିଥିଲେ। ତେବେ ରାଜା ବିଲିୟନ୍‌ସ ଏହି ଆଦେଶକୁ ଆଉ ଫେରାଇ ନଥିଲେ। ଯେଉଁଥିପାଇଁ ସେବେଠାରୁ ଏହି ପ୍ରଥା ଚାଲିଆସୁଛି। ପରେ ଏହାକୁ ଆଇନର ରୂପ ଦିଆଗଲା। ଅଧିନିୟମ ୧୯୬୧ ଅନୁସାରେ, ଅଦାଲତକୁ ଧଳା ଟାଇ ସହ କଳା କୋଟ୍‌ ପିନ୍ଧି ଆସିବାକୁ ବାଧ୍ୟତାମୂଳକ।

publive-image

ଏହା ବ୍ୟତୀତ ଅନ୍ୟ କାରଣ ଗୁଡିକ ହେଲା -
କୋର୍ଟରେ କଳାରଙ୍ଗର ଗାଉନ୍‌ ପିନ୍ଧିବା ଦ୍ୱାରା ଅନୁଶାସନ ଆସିଥାଏ ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଦୃଢ ହୋଇଥାଏ।

କଳା ରଙ୍ଗକୁ ଶକ୍ତି, ଅଧିକାର ଏବଂ ଆତ୍ମବିଶ୍ୱାସର ପ୍ରତୀକ ବୋଲି କୁହାଯାଏ।

ଅନ୍ୟ ଏକ କାରଣ ହେଉଛି କଳା ରଙ୍ଗ ଦୃଷ୍ଟିହୀନତାର ପ୍ରତୀକ। ତେଣୁ ଏହାକୁ ପିନ୍ଧି କୌଣସି ଓକିଲ ପକ୍ଷପାତିତା କରିନଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe