କାହିଁକି ଭଗବାନ ବିଷ୍ଣୁଙ୍କ ରଂଗ ନୀଳ? କାହିଁକି ହାତରେ ଧରନ୍ତି ଶଙ୍ଖ, ଚକ୍ର, ଗଦା, ପଦ୍ମ?

Advertisment
କାହିଁକି ଭଗବାନ ବିଷ୍ଣୁଙ୍କ ରଂଗ ନୀଳ? କାହିଁକି ହାତରେ ଧରନ୍ତି ଶଙ୍ଖ, ଚକ୍ର, ଗଦା, ପଦ୍ମ?

ରାମ, କୃଷ୍ଣ ହୁଅନ୍ତୁ କିମ୍ବା ସ୍ୱୟଂ ଭଗବାନ ବିଷ୍ଣୁ ହୁଅନ୍ତୁ ଏମାନଙ୍କ ଦେହର ରଂଗ ନୀଳ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ମର୍ତ୍ତ୍ୟମଣ୍ଡଳରେ ଜନ୍ମ ନେଇଥିବା ମଣିଷଙ୍କ ରଂଗ କଳା, ଗୋରା କିମ୍ବା ଶ୍ୟାମଳ ହୋଇଥାଏ। ମାତ୍ର ଆପଣ ଜାଣନ୍ତି କ ଭଗବାନଙ୍କ ରଂଗ ନୀଳ କାହିଁକି? ଆସନ୍ତୁ ଆଜି ଭଗବାନ ବିଷ୍ଣୁଙ୍କ ବିଷୟରେ କିଛି ଛୋଟ ଛୋଟ କଥା ଜଣିବା।

publive-image

ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ହେଉଛନ୍ତି ସଂସାରର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ବିନାସକାରୀ। ବ୍ରହ୍ମା ସମଗ୍ର ସଂସାରକୁ ସୃଷ୍ଟି କରିଛନ୍ତି, ବିଷ୍ଣୁ ପାଳନ କରିଥାନ୍ତି। ଆବଶ୍ୟକ ପଡ଼ିଲେ ମହେଶ୍ୱର ବିନାସର ପଥ ଆପଣାନ୍ତି।  ଭଗବାନ ବିଷ୍ଣୁଙ୍କ ରଂଗ ଆକାଶର ରଂଗ ପରି। ଏହା ଏହି ସୂଚନା ଦେଉଛି ଯେ ସେ ହେଉଛନ୍ତି ଆକଶ ପରି ନିରାକାର ଏବଂ ଅନନ୍ତ।

publive-image

ବିଷ୍ଣୁଙ୍କର ୪ଟି ହାତ ବି ଅଛି। ବିଷ୍ଣୁଙ୍କର ଏହି ଚାରି ହାତ ପଛରେ ବି କାରଣ ରହିଛି। ବିଷ୍ଣୁଙ୍କର ଆଗ ଦୁଇ ହାତର ଅର୍ଥ ସେ ଭୌତିକ ଦୁନିଆରେ ସାଧାରଣ ଲୋକଙ୍କ ଭିତରେ ରହିଛନ୍ତି। ତାଙ୍କ ପଛରେ ଥିବା ଦୁଇଟି ହାତ ହେଉଛି ଆଧ୍ୟାତ୍ମିକତାର ପ୍ରତୀକ। ତାଙ୍କ ହାତଗୁଡ଼ିକରେ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଛନ୍ତି। ପଦ୍ମ ସ୍ୱଚ୍ଛ ଏବଂ ସୌନ୍ଦର୍ଯ୍ୟର ବାର୍ତ୍ତା ପ୍ରଦାନ କରୁଛି। ଓମ୍‌ ଧ୍ୱିନୀ ଉଚ୍ଚାରଣ ପାଇଁ ଭଗବାନ ବିଷ୍ଣୁ ଶଙ୍ଖ ଧରିଛନ୍ତି। ଚକ୍ର ସୁଜନଙ୍କ ସୁରକ୍ଷା ସକାଶେ। ଗଦା ବୁଦ୍ଧିର ପ୍ରତୀକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe