ଭୁବନେଶ୍ବର: ଅକ୍ଟୋବର ମାସ, ବାତ୍ୟାର ମାସ । ଅକ୍ଟୋବର ଆସିଲେ ଓଡିଶା ମୁହାଁ ହୁଏ ବାତ୍ୟା । ଜଳରୁ ସ୍ଥଳକୁ ଆସି ରଚେ ତାଣ୍ଡବ । ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ବାତ୍ୟା ଓଡିଶାକୁ ଧାଇଁ ଆସିବାର ନଜିର ରହିଛି । ଅତୀତର ପୃଷ୍ଠା ଯଦି ଆପଣ ରୋମନ୍ଥନ କରିବେ ତେବେ ଜାଣିବାକୁ ପାଇବେ ଯେ ଓଡିଶାକୁ ବଡ ବଡ ବାତ୍ୟା ହିଁ ଅକ୍ଟୋବର ମାସରେ ଆସିଛି । ଆଉ ମାତ୍ର ସପ୍ତାହେ ପରେ ସରିଯିବ ସେପ୍ଟେମ୍ବର, ଆସିବ ଅକ୍ଟୋବର। ଆଗାମୀ ମାସ ଅକ୍ଟୋବର ମାସ ପଡୁଥିବାରୁ ଓଡିଶା ଲୋକଙ୍କ ମନରେ ଏବେଠୁ ଛନକା ଘାରିଲାଣି । ପାର୍ବଣ ଋତୁରେ ଫି ଥର ବାତ୍ୟା ଓଡିଶାକୁ ଆସେ। ତେଣୁ ଅକ୍ଟୋବର ଆସିଲେ ଓଡିଶା ଲୋକଙ୍କ ମନରେ ଛନକା ପଶେ । ୧ ୯୯୯ରେ ମହାବାତ୍ୟା କୁହନ୍ତୁ କି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡୁହୁଡୁ, ୨୦୧୮ରେ ତିତିଲି ଏବଂ ୨୦୨୪ରେ ଦାନା- ଓଡିଶାକୁ ଛୁଇଁ, ଓଡିଶାରେ ତାଣ୍ଡବ ରଚିଛି ଏ ସବୁ ଅକ୍ଟୋବର ମାସିଆ ବାତ୍ୟା । ୧୯୯୯ରୁ ୨୦୨୪ ଯାଏଁ ୫ଟି ବାତ୍ୟା ଓଡିଶାରେ ପ୍ରଳୟ ରଚିଥିବା ବେଳେ ଆହୁରି ଅନେକ ବାତ୍ୟା ସାମାନ୍ୟ ପ୍ରଭାବ ପକାଇ ଯାଇଛି । 

Advertisment

New Project (5)

୧୯୯୯ ଅକ୍ଟୋବର ୨୯

- ୧୯୯୯ ମହାବାତ୍ୟାକୁ ଓଡିଶାବାସୀ କେବେ ଭୁଲି ପାରିବେ ନାହିଁ
-ସେବେ ମଧ୍ଯ ଏହି ପ୍ରଳୟଙ୍କାରୀ ମହାବାତ୍ୟା ଅକ୍ଟୋବରରେ ଆସିଥିଲା ଆଉ ଓଡିଶାରେ ତାଣ୍ଡବ ରଚିଥିଲା
-ଅକ୍ଟୋବରର ସେ ମହାବାତ୍ୟାରେ ଉଜୁଡିଯାଇଥିଲା ଲକ୍ଷ ଲକ୍ଷ ଘର, ପ୍ରାଣ ହରାଇଥିଲେ ହଜାର ହଜାର ଲୋକ
-ହେକ୍ଟର ହେକ୍ଚର ଫସଲ ନଷ୍ଟ ହୋଇଥିଲା, କୁଢ କୁଢ ଶବ ଦେଖିବାକୁ ମିଳିଥିଲା

୨୦୧୩, ଅକ୍ଟୋବର ୧୨

-ବାତ୍ୟା ‘ଫାଇଲିନ’ର ସାମ୍ନା କରିଥିଲା ଓଡ଼ିଶା
-ଦକ୍ଷିଣ ଓଡିଶାରେ ‘ଫାଇଲିନ’ ଭୟଙ୍କର କ୍ଷତି କରିଥିଲା

୨୦୧୪, ଅକ୍ଟୋବର ୧୨

-ପୂର୍ବ ବର୍ଷ ପରି ସମାନ ମାସ ଏବଂ ତାରିଖରେ ଓଡିଶାକୁ ଆସିଥିଲା ବାତ୍ୟା ହୁଡୁହୁଡୁ
-ଓଡିଶାରେ ହଇଚଇ ସୃଷ୍ଟି କରିଥିଲା ହୁଡୁହୁଡୁ, କ୍ଷୟକ୍ଷତି ବି କରିଥିଲା

୨୦୧୮, ଅକ୍ଟୋବର

-ତିତଲି ବାତ୍ୟା ବି ଏହି ଅକ୍ଟୋବର ମାସରେ ଆସିଥିଲା
-ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ

୨୦୨୪, ଅକ୍ଟୋବର

-ସମୁଦ୍ରରୁ ଦାନା ବାନ୍ଧି ‘ଦାନା’ ଓଡିଶା ଆସିଥିଲା
-‘ଦାନା’ ଦୁଃଖ ସହ ଦାଗ ଦେଇଗଲା
-‘ଦାନା’ ପାଇଁ ଉଜୁଡିଥିଲା ବର୍ଷକର ଦାନା
-ବାତ୍ୟା ‘ଦାନା’ ପ୍ରଭାବରେ ଓଡିଶାରେ ଅନେକ କ୍ଷତି ହୋଇଥିଲା

୧୯୯୯ରୁ ୨୦୨୪ ଯାଏଁ ଅକ୍ଟୋବର ମାସ ହିଁ ବାତ୍ୟାର ମାସ ସାଜିଥିବା ବେଳେ ଏବେ ପୁଣି ଅକ୍ଟୋବର ଆସୁଥିବାରୁ ଏଥର କେଉଁ ବାତ୍ୟା ଆସୁଛି ଏବଂ ତାହା କେତେ କ୍ଷତି କରିବ ତାକୁ ନେଇ ଏବେଠୁ ଭୟ ଘାରିଲାଣି ।

New Project (35)

ସେପଟେ ଲା-ନିନା ପ୍ରଭାବରେ ଅକ୍ଟୋବରରେ ବାତ୍ୟା ଆସିପାରେ ବୋଲି ଆକଳନ କରାଯାଉଛି । ଅକ୍ଟୋବରରେ ଓଡିଶାକୁ ବାତ୍ୟା ଭୟ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି । କହିଛନ୍ତି- ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ । ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ । ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେବେ ନଜର ପକାନ୍ତୁ...

ଅକ୍ଟୋବରରେ ଓଡିଶାକୁ କାହିଁକି ଆସେ ବାତ୍ୟା ? 

ଅକ୍ଟୋବର ମାସ ବାତ୍ୟା ପ୍ରବଣ ମାସ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଏହା ଲେଉଟାଣି ସମୟ ତେଣୁ ସେହି ସମୟ ହିଁ ବାତ୍ୟାନୁକୂଳ । ଅକ୍ଟୋବର ମାସ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟରୁ ଲେଉଟାଣି ବେଳ ଏବଂ ଉତ୍ତର-ପୂର୍ବ ମୌସୁମୀ ବାୟରୁ ଆଗମନୀ ସମୟ । ଏତିକି ବେଳେ ବଙ୍ଗୋପସାଗର ଗରମ ଥାଏ । ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ । ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ । ଯାହା ଝଡ଼ ସୃଷ୍ଟି କରେ । ଆଉ ଏଥିପାଇଁ ହିଁ ସମୁଦ୍ର ଅଶାନ୍ତ ହୋଇପଡେ । ଏହା ଅଧିକ ଘନୀଭୂତ ହୋଇ ଧିରେଧିରେ ବାତ୍ୟାର ରୂପ ନିଏ ଏବଂ ଅତି ଭୟଙ୍କର ରୂପ ଧାରଣ କରି ଶେଷରେ ସମୁଦ୍ରରୁ ବଳ ଗୋଟାଇ, ଶକ୍ତିଶାଳୀ ହୋଇ ସ୍ଥଳ ଭାଗକୁ ମାଡ଼ି ଆସେ । ଯାହାକୁ ଆମେ ବାତ୍ୟା ବୋଲି କହୁ…

ଅଧିକ ପଢନ୍ତୁ-

ଆସୁଛି ଅକ୍ଟୋବର, ବଢିଲାଣି ଭୟ: କାହିଁକି ଅକ୍ଟୋବର ମାସ ଆସିଲେ ଓଡ଼ିଶାକୁ ଧାଇଁ ଆସେ ବାତ୍ୟା ?