କାହିଁକି କର୍ଣ୍ଣଙ୍କ ପାଦ ଧୋଇଥିଲେ ଅର୍ଜୁନ?

Advertisment
କାହିଁକି କର୍ଣ୍ଣଙ୍କ ପାଦ ଧୋଇଥିଲେ ଅର୍ଜୁନ?

photo-speakingtree

ମହାଭାରତରେ ଏମିତି ଅନେକ ବିସ୍ମୟକର କଥା ଅଛି । ଠିକ୍‌ ସେହିପରି ଏହାର ଗାଥା ଯେତେ ଶୁଣିଲେ ବି କମ୍‌ ଲାଗେ। କିଛି ରୋମାଞ୍ଚକର କଥା ବି ରହିଛି ଏଥିରେ। ଏଥିମଧ୍ୟରୁ ଗୋଟିଏ କଥା ହେଲା କର୍ଣ୍ଣଙ୍କ ପାଦ ଧୋଇଥିଲେ ଅର୍ଜୁନ । ଜାଣନ୍ତି, କାହିଁକି ଏଭଳି କରିବାକୁ ରାଜି ହୋଇଥିଲେ? ମହାଭାରତର କଥା ଅନୁଯାୟୀ ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ କର୍ଣ୍ଣଙ୍କ ପାଦ ଧୋଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଯଦି ହସ୍ତିନାପୁରରେ ଅର୍ଜୁନ ରହିବାକୁ ଚାହାଁନ୍ତି ତେବେ କର୍ଣ୍ଣଙ୍କ ପାଦ ଧୋଇବାକୁ ପଡ଼ିବ । ତାହା ହେଲେ ସେ ତାଙ୍କୁ କ୍ଷମା କରିବେ ବୋଲି ଦୁର୍ଯ୍ୟୋଧନ କହିଥିଲେ ।

publive-image photo -speakingtree

ଏକଥା ଅର୍ଜୁନଙ୍କ ମନରେ ଆଘାତ ଦେଇଥିଲେ ବି ନୀରବରେ ବଡ଼ଭାଇଙ୍କ କଥା ମାନିଥିଲେ । ତେବେ କର୍ଣ୍ଣ ପ୍ରଥମେ ଏଭଳି ନ କରିବାଲାଗି ଅର୍ଜୁନଙ୍କୁ କହିଥିଲେ ହେଲେ ପରେ ଅନୁଭବ କରିଥିଲେ ଯେ ଏହାଦ୍ୱାରା ଦୁର୍ଯ୍ୟୋଧନ ଅତୀବ ସନ୍ତୁଷ୍ଟ ହୋଇଛନ୍ତି। ଅର୍ଜୁନ କିନ୍ତୁ ଏହାକୁ ଅପମାନ ମନେ କରିଥିଲେ। ଏହି କଥାକୁ ମହାଭାରତ ଶେଷ ଯାଏଁ ଭୁଲି ପାରି ନଥିଲେ। ତେବେ କର୍ଣ୍ଣ ତାଙ୍କ ଭାଇ ବୋଲି ଜାଣିବାପରେ ଏହାକୁ ନେଇ କୌଣସି ଗ୍ଳାନି ନଥିଲା ହେଲେ ଦୁର୍ଯ୍ୟୋଧନଙ୍କ ବ୍ୟବହାରକୁ ସେ ଭୁଲି ପାରି ନଥିଲେ ବା ଏଥିପାଇଁ ଅର୍ଜୁନ କେବେ ବି ଦୁର୍ଯ୍ୟୋଧନଙ୍କୁ କ୍ଷମା ଦେଇ ନଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ମହାଭାରତର ଦୁଇ ବଡ଼ ଯୋଦ୍ଧା ଥିଲେ ଉଭୟେ କର୍ଣ୍ଣ ଏବଂ ଅର୍ଜୁନ । ଉଭୟଙ୍କ ଯୁଦ୍ଧ ବି ବେଶ ରୋଚକ ମୋଡ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe