କାହିଁକି ଜାଣି ଜାଣି ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରୁ ମୁକୁଳାଇ ନଥିଲେ କୃଷ୍ଣ? ସଖା ପୁତ୍ରକୁ ବଞ୍ଚାଇବା କ’ଣ ତାଙ୍କ ଆୟତ୍ତାଧୀନ ନଥିଲା!

Advertisment
କାହିଁକି ଜାଣି ଜାଣି ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରୁ ମୁକୁଳାଇ ନଥିଲେ କୃଷ୍ଣ? ସଖା ପୁତ୍ରକୁ ବଞ୍ଚାଇବା କ’ଣ ତାଙ୍କ ଆୟତ୍ତାଧୀନ ନଥିଲା!

Medium

ମହାଭାରତର ଅଭିମନ୍ୟୁଙ୍କ ଚରିତ୍ର ବିଷୟରେ କାହାକୁ ବା ଅଛପା! ଯୁଦ୍ଧବିଦ୍ୟାରେ ପାରଙ୍ଗମ ଅଭିମନ୍ୟୁ ଶତ୍ରୁ ପକ୍ଷରୁ ଚକ୍ରବ୍ୟୁହରୁ ନିଜକୁ ମୁକୁଳେଇବାରେ ଅସମର୍ଥ ହୋଇ ଜୀବନ ହରାଇଲେ। ତେବେ, ଜାଣରଖନ୍ତୁ ଯେ ଏ ସବୁ ପଛର ମହାନାୟକ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। କୃଷ୍ଣ ଚାହିଁଥିଲେ ଅଭିମନ୍ୟୁଙ୍କ ଜୀବନ ବଞ୍ଚିପାରିଥାନ୍ତା।

ସମେସ୍ତ ଜାଣନ୍ତି ଯେ ମାଆ ଶୁଭଦ୍ରାଙ୍କ ପେଟରେ ଥିବା ବେଳେ ଅର୍ଜୁନ ଚକ୍ରବ୍ୟୁହ ଭିତରକୁ କେମିତି ଯିବାକୁ ହେବ କହୁଥିବା ବେଳେ ତାହାକୁ ଶୁଣିଥିଲେ ଅଭିମନ୍ୟୁ। ମାତ୍ର ସେଠାରୁ କିପରି ଫେରିବାକୁ ହେବ ଶୁଣିପାରିନଥିଲେ। ଫଳରେ ଚକ୍ରବ୍ୟୁହକୁ ସିନା ପଶି ଯାଇଥିଲ, ହେଲେ ସେଠାରୁ ଆଉ ମୁକୁଳି ନପାରି ଜୀବନ ହରାଇଥିଲେ।

publive-image mahabharata.herokuapp.com

ବାସ୍ତବ କଥାଟି ହେଉଛି ଅର୍ଜୁନ ଚକ୍ରବ୍ୟୁହ ଭିତରକୁ କିପରି ଯାଇ ହେବ କହି ସାରିବା ପରେ ସେଠାରେ ପହଞ୍ଚିଥିଲେ କପଟୀ କୃଷ୍ଣ। କପଟ କରି ଠିକ୍‌ ସମୟରେ ତାଙ୍କୁ ସେଠାରୁ ଉଠାଇ ଅନ୍ୟତ୍ର ନେଇ ଯାଇଥିଲେ। ଚକ୍ରବ୍ୟୁହରୁ କିପରି ବାହାରକୁ ବାହାରି ହେବ କହିପାରିନଥିଲେ ଅର୍ଜୁନ।

କୃଷ୍ଣଙ୍କ ଏପରି କରିବା ପଛର କାରଣ ହେଉଛନ୍ତି ଚନ୍ଦ୍ର ଦେବତା। ଅଭିମନ୍ୟୁ ହେଉଛନ୍ତି ଚନ୍ଦ୍ରଙ୍କ ପୁଅ। ସେ ମର୍ତ୍ତ୍ୟରେ ଜନ୍ମ ନେବା ପୂର୍ବରୁ ଚନ୍ଦ୍ର ଦେବତା ଏକ ସର୍ତ୍ତ ରଖିଥିଲେ। ନିଜ ପୁଅକୁ ବେଶି ଦିନ ଛାଡ଼ି ରହିପାରିବେ ନାହିଁ ବୋଲି ଅଭିମନ୍ୟୁଙ୍କୁ ମାତ୍ର ୧୬ ବର୍ଷ ପାଇଁ ନିଜଠାରୁ ଦୂରେଇବାକୁ ସର୍ତ୍ତ ରଖିଥିଲେ ଚନ୍ଦ୍ର। ଅଭିମନ୍ୟୁ ମାତ୍ର ୧୬ ବର୍ଷ ଆୟୁଷ ଧରି ଜନ୍ମ ହୋଇଥିଲେ । ଏହା ଭଗବାନ କୃଷ୍ଣଙ୍କୁ ଜଣାଥିଲା। ସେ ଜାଣି ଜାଣି ଅଭିମନ୍ୟୁଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe