Advertisment

ଆସନ୍ତୁ ଜାଣିବା, ଗାଡ଼ିଗୁଡ଼ିକରେ କାହିଁକି ବ୍ୟବହାର କରାଯାଇଥାଏ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଲେଟ୍‌?

Advertisment
ଆସନ୍ତୁ ଜାଣିବା, ଗାଡ଼ିଗୁଡ଼ିକରେ କାହିଁକି ବ୍ୟବହାର କରାଯାଇଥାଏ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଲେଟ୍‌?

ଗାଡ଼ିଗୁଡ଼ିକରେ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରାଯାଇଥାଏ। ସେଥିମଧ୍ୟରୁ ଧଳା ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା ଗାଡ଼ିଗୁଡ଼ିକୁ ବ୍ୟକ୍ତିଗତ କାର ବୋଲି ଆମେ ଜାଣିଥାଉ। ସେହିପରି ହଳଦିଆ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା ଗାଡ଼ିଗୁଡ଼ିକୁ ସାଧାରଣତଃ ବ୍ୟବସାୟରେ ବ୍ୟବହାର ହେଉଥିବା ଜାଣିଥାଉ। କିନ୍ତୁ ଏହାକୁ ବାଦ ଦେଲେ ଆହୁରି ମଧ୍ୟ କେତେକ ରଙ୍ଗର ନମ୍ବର ପ୍ଲେଟ ରହିଛି ଯାହା ଦେଖି ଏହା କେଉଁଭଳି କାର ଅନୁମାନ ଲଗାଇବା ମୁସ୍କିଲ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ନମ୍ବର ପ୍ଲେଟ ଗୁଡିକ ବିଷୟରେ।

ଲାଲ ରଙ୍ଗର ନମ୍ବର ପ୍ଲେଟ :

ସାଧାରଣତଃ ରାଷ୍ଟ୍ରପତି କିମ୍ବା ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କ ଗାଡିରେ ଏହି ଲାଲ ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରାଯାଇଥାଏ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାରର ନମ୍ବର ପ୍ଲେଟର ରଙ୍ଗ ଧଳା ହୋଇଥାଏ ।

ନୀଳ ରଙ୍ଗର ନମ୍ବର ପ୍ଲେଟ :

ନୀଳ ରଙ୍ଗର ନମ୍ବର ପ୍ଲେଟ ଏପରି ଏକ କାରରେ ଲଗାଯାଇଥାଏ ଯାହାର ବ୍ୟବହାର ବିଦେଶୀ ପ୍ରତିନିଧିମାନେ କରିଥାନ୍ତି । ଏହି ଗାଡି ଗୁଡିକରେ ନମ୍ବର କଳା ରଙ୍ଗରେ ଲେଖାଯିବା ବଦଳରେ ଧଳା ରଙ୍ଗରେ ଲେଖାଯାଇଥାଏ। ଯେଉଁ ଦେଶରେ ଏହି ଗାଡି ବ୍ୟବହାର ହୋଇଥାଏ ସେହି ଦେଶର କୋଡ ନମ୍ବର ପ୍ଲେଟରେ ଲେଖାଯାଇଥାଏ। ଏହି ନମ୍ବର ପ୍ଲେଟ ସାଧାରଣତଃ ବିଦେଶୀମାନେ ବ୍ୟବହାର କରିଥାନ୍ତି ।

ଧଳା ରଙ୍ଗର ନମ୍ବର ପ୍ଲେଟ :

ଧଳା ରଙ୍ଗର ନମ୍ବର ପ୍ଲେଟ ସାଧାରଣତଃ କାର ଗୁଡିକରେ ଲାଗିଥାଏ। ଏହି କାର ଗୁଡିକୁ ସାଧାରଣ ଲୋକ ବ୍ୟକ୍ତିଗତ କାର ଭାବରେ ବ୍ୟବହାର କରିଥାନ୍ତି। ଏହି କାରଗୁଡିକୁ କମର୍ସିୟାଲ ଭାବରେ ବ୍ୟବହାର କରାଯାଇନଥାଏ।

ହଳଦିଆ ରଙ୍ଗର ନମ୍ବର ପ୍ଲେଟ :

ସାଧାରଣତଃ ବ୍ୟବସାୟରେ ବ୍ୟବହାର ହେଉଥିବା ଟ୍ରକ, ବସ ଏବଂ ଟ୍ୟାକ୍ସି ମାନଙ୍କରେ ହଳଦିଆ ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରାଯାଇଥାଏ।

କଳା ରଙ୍ଗର ନମ୍ବର ପ୍ଲେଟ :

କଳା ରଙ୍ଗର ନମ୍ବର ପ୍ଲେଟରେ ହଳଦିଆ ରଙ୍ଗରେ ନମ୍ବର ଲେଖା ହୋଇଥିବା ଗାଡିଗୁଡିକର ମାଲିକ ସାଧାରଣ ଲୋକ ହିଁ ହୋଇଥାନ୍ତି। କିନ୍ତୁ ଏହି ରଙ୍ଗର ନମ୍ବର ପ୍ଲେଟ ବ୍ୟବହାର କରିବା ଦ୍ୱାରା ଗାଡିକୁ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରାଯିବା ସହ ସାଧାରଣ ବ୍ୟକ୍ତି ବିଶେଷ ମଧ୍ୟ ବ୍ୟବହାର କରିପାରିବେ। ଏହାକୁ ଚଲାଉଥିବା ବ୍ୟକ୍ତିଙ୍କ ପାଇଁ ବ୍ୟବସାୟୀକ ଲାଇସେନ୍‌ସ ଆବଶ୍ୟକ ପଡିନଥାଏ।

ତୀର ଥିବା ନମ୍ବର ପ୍ଲେଟ :

ସାଧାରଣତଃ ସୈନ୍ୟମାନେ କିମ୍ବା ଭାରତୀୟ ସେନାର ଅଧିକାରୀମାନେ ତୀର ଯୁକ୍ତ ନମ୍ବର ପ୍ଲେଟ ବ୍ୟବହାର କରିଥାନ୍ତି। ଏହି ଗାଡିର ନମ୍ବର ପ୍ଲେଟ ଗୁଡିକରେ ପ୍ରଥମ କିମ୍ବା ତୃତୀୟ ଅଙ୍କ ସ୍ଥାନରେ ଉପରକୁ ଇସାରା କରୁଥିବା ତୀର ଚିହ୍ନ ଲଗାଯାଇଥାଏ। ଯାହାକୁ ବ୍ରାଣ୍ଡ ଆରୋ କୁହାଯାଇଥାଏ। ବ୍ରିଟିସର କେତେକ ଅଞ୍ଚଳରେ ଏହାର ବ୍ୟବହାର କରାଯାଏ। ଏହି ଗାଡିର ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe