ଫଟୋଟି କ’ଣ ଦର୍ଶାଉଛି, ଏଥିରେ କେଉଁ ଜଣକ ନିର୍ବୋଧ ଏବଂ କେଉଁ ଜଣକ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଆପଣ ଭାବୁଛନ୍ତି?

Advertisment
ଫଟୋଟି କ’ଣ ଦର୍ଶାଉଛି, ଏଥିରେ କେଉଁ ଜଣକ ନିର୍ବୋଧ ଏବଂ କେଉଁ ଜଣକ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଆପଣ ଭାବୁଛନ୍ତି?

ଆପଣ ଦେଖିପାରୁଥିବେ ଫଟୋଟିରେ ୪ ଜଣ ଦୃଶ୍ୟମାନ ହେଉଛନ୍ତି। ଗୋଟାଏ ଗଛରେ ୪ ଜଣ ବସିଛନ୍ତି। ତିନି ଜଣଙ୍କ ହାତରେ ଅଛି କରତ। ସେମାନେ ଗଛର ଗୋଟାଏ ଲେଖାଏ ଡାଳକୁ କାଟିବା ପାଇଁ ଉଦ୍ୟମରତ। ମାତ୍ର ଅନ୍ୟ ଜଣକଙ୍କର ହାତ ଫାଙ୍କା। ତେବେ ପ୍ରଶ୍ନ ହେଉଛି ‘ଏମାନଙ୍କ ଭିତରୁ ବିର୍ବୋଧ କିଏ?’

ଆପଣ ପ୍ରଥମେ ୧ ନମ୍ବରର ବ୍ୟକ୍ତିଙ୍କୁ ଦେଖନ୍ତୁ। ଆପଣଙ୍କୁ ସେ ବ୍ୟକ୍ତି ଜଣକ ନିର୍ବୋଧ ମନେ ହେଉଛନ୍ତି କି?ଆଜ୍ଞା ନା, ତାଙ୍କୁ ଆପଣ ଉପାୟଶୂନ୍ୟ ବୋଲି କହିପାରନ୍ତି। ସେ ଯେହେତୁ ଡାଳର ଅଗରେ ବସିଛନ୍ତି ଆଉ ଜଣେ ସେହି ଡାଳଟିକୁ କାଟିବାରେ ଲାଗିଛନ୍ତି ସେଥିପାଇଁ ସେ ସେଠାରୁ ଓହ୍ଲାଇ ତଳକୁ ଆସିପାରୁ ନାହାନ୍ତିି। ମାତ୍ର ସେ ନିର୍ବୋଧ ନୁହଁନ୍ତିି।

publive-imageଏଥର ଆପଣ ୨ ନମ୍ବର ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ। ସେ ବି ନିର୍ବୋଧ ପଦବାଚ୍ୟ ନୁହଁନ୍ତି। ତାଙ୍କୁ ଆପଣ ଈର୍ଷାଳୁ ବୋଲି କହିପାରନ୍ତି। ତାଙ୍କ ଜୀବନ ସୁରକ୍ଷିତ ନଥିବାରୁ ସେ ପ୍ରଥମେ ଅନ୍ୟ ଜଣଙ୍କୁ ସେହି ଅବସ୍ଥାରେ ପକାଇବାରୁ କରତରେ ଡାଳଟିକୁ କାଟିବାରେ ଲାଗିଛନ୍ତି।

ଏବେ ଆପଣ ୩ ନମ୍ବର ବ୍ୟକ୍ତିଙ୍କୁ ଦେଖନ୍ତୁ। ସେ ବି ନିର୍ବୋଧ ନୁହଁନ୍ତି। ଏପରିସ୍ଥିତିରେ ତାଙ୍କୁ ଆପଣ ସବୁଠାରୁ ବୁଦ୍ଧିଆ ବୋଲି ବି କହିପାରନ୍ତି। କାହିଁକି ନା ସେ ଯେଉଁ ଡାଳ କାଟୁଛନ୍ତି ସେଥିରେ ତାଙ୍କ ଜୀବନକୁ ଟିକେ ବି ବିପଦ ନାହିଁ ଏବଂ ସେ ସଂପୂର୍ଣ୍ଣ ସୁରକ୍ଷିତ।

ଆପଣ ଫଟୋରେ ଦୃଶ୍ୟମାନ ହେଉଥିବା ୪ ନମ୍ବର ବ୍ୟକ୍ତିଙ୍କୁ ନିର୍ବୋଧ କହିପାରନ୍ତି। ଯଦିଓ ଆପଣ ଦେଖିପାରୁଥିବେ ଫଟୋରେ ଥିବା ୪ ନମ୍ବର ବ୍ୟକ୍ତି ଜଣକ ଅନ୍ୟ କାହା ପାଇଁ ନୁହେଁ ବରଂ ନିଜ ପାଇଁ ବିିପଦ ସୃଷ୍ଟି କରୁଛନ୍ତି। ଅର୍ଥାତ ସେ ଏପରି ଏକ ଡାଳ କାଟୁଛନ୍ତି ଯେଉଁଟା କଟି ଗଲେ ସେ ନିଜେ ହିଁ ତଳକୁ ଖସିପଡ଼ିବେ।

publive-image

(Related photo)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe