କାହିଁକି ବିଗୁଡୁଛି ମହିଳାଙ୍କ ସ୍ବାସ୍ଥ୍ୟ?

Advertisment

ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ମହିଳାଙ୍କର କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଅଧିକ ହେଉ ବା‌ କମ୍‌, ଅଧିକାଂଶ ମହିଳା ଗୁରୁତର କିମ୍ବା ସାମାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି।

ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ମହିଳାଙ୍କର କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଅଧିକ ହେଉ ବା‌ କମ୍‌, ଅଧିକାଂଶ ମହିଳା ଗୁରୁତର କିମ୍ବା ସାମାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି।

dgdgaadg

ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ମହିଳାଙ୍କର କିଛି ନା କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଅଧିକ ହେଉ ବା‌ କମ୍‌, ଅଧିକାଂଶ ମହିଳା ଗୁରୁତର କିମ୍ବା ସାମାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଯଦିଓ ଆଗରୁ ଏହାର ସଂଖ୍ୟା ନଗଣ୍ୟ ଥିଲା କିନ୍ତୁ ଏବେ ଧୀରେ ଧୀରେ ଏହାର ମାତ୍ରା ବଢ଼ିବାକୁ ଲାଗିଛି। ସେମିତି କିଛି ରୋଗକୁ ନେଇ ଆମର ଏଥର ସ୍ବତନ୍ତ୍ର ଉପସ୍ଥାପନା...

ଦୁର୍ବଳ ମାନସିକ ସ୍ବାସ୍ଥ୍ୟ ବା ଅବସାଦ: ସାଧାରଣତଃ ମହିଳାମାନେ ଆଗରୁ ଖାଲି ଘରକରଣା କାମରେ ନିୟୋଜିତ ଥିଲେ ଏବଂ ସେମାନେ ଏକ ବୃହତ୍ତର ପରିବାରରେ ଚଳୁଥିଲେ। ମହିଳାମାନଙ୍କ ଉପରେ ଯଦିଓ ଶାରୀରିକ ପରିଶ୍ରମ ଅଧିକ ରହୁଥିଲା ହେଲେ ମାନସିକ ସ୍ତରରେ କମ୍‌ ଚାପଗ୍ରସ୍ତ ରହୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ମହିଳାମାନେ ସ୍ବାବଲମ୍ବୀ ହେବାସହିତ କର୍ମସ୍ଥଳ ଓ ଗୃହସ୍ଥି ଜୀବନରେ ନାନାପ୍ରକାର ଶାରୀରିକ ପରିଶ୍ରମ ସାଙ୍ଗକୁ ମାନସିକ ସ୍ତରରେ ମଧ୍ୟ ବିଭିନ୍ନ ଚାପର ସାମ୍ନା କରୁଛନ୍ତି। ଫଳସ୍ବରୂପ ପ୍ରତି ୧୦ ଜଣରେ ଜଣେ ମହିଳା ଅବସାଦର ସମ୍ମୁଖୀନ ହେଉଛନ୍ତି। 

ଉଚ୍ଚ ରକ୍ତଚାପ: ଉଚ୍ଚ ରକ୍ତଚାପ ଏବେ ଅନେକ ମହିଳାଙ୍କ ଏକ ଜଟିଳ ସମସ୍ୟା ଭିତରୁ ଗୋଟିଏ। କିଛି ମହିଳା ନିମ୍ନ ରକ୍ତଚାପର ମଧ୍ୟ ଶିକାର ହେଉଛନ୍ତି। ତେବେ ଅତ୍ୟଧିକ ଚାପ, ଶାରୀରିକ ପରିଶ୍ରମ ‌ତଥା ଶରୀରରେ ପୋଷଣର ଅଭାବ ଓ ନିଦ୍ରାହୀନତା ଏହାର ମୁଖ୍ୟ କାରଣ। 

ମେଦବହୁଳତା: ଅଧିକ ସମୟ ବସିରହି କାମ କରିବା ଦ୍ବାରା ଶରୀରରେ ଅଯାଚିତ ମେଦ ବା ଚର୍ବି ବୃଦ୍ଧି ଘଟିଥାଏ। ଯାହାକି ମେଦବହୁଳତା ବା ପୃଥୁଳତାର ମୂଳ କାରଣ। ଏହା ମୁଖ୍ୟତଃ କର୍ପୋରେଟ୍‌ ଆଦିରେ କାମ କରୁଥିବା କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ବେଶି ଦେଖାଦେଇଥାଏ। ଶରୀରିକ ପରିଶ୍ରମ ଖୁବ୍‌ କମ୍‌ ମାତ୍ରାରେ ହେଉଥିବାରୁ ଅନେକ ମହିଳାଙ୍କ କ୍ଷେତ୍ରରେ ମେଦବହୁଳତା ଦେଖାଦେଉଛି ଏବଂ ଏହାଦ୍ବାରା ଯାବତୀୟ ରୋଗର ଶିକାର ମଧ୍ୟ ହେବାର ନଜିର ରହୁଛି। 

ମଧୁମେହ: ଏକ ରିପେ‌ାର୍ଟରୁ ଜଣାଯାଇଛି, ଭାରତରେ ଏବେ ପୁରୁଷଙ୍କ ସହ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ମଧୁମେହର ମାତ୍ରା‌ ବଢ଼ିଛି। ଅର୍ଥାତ୍‌ ପୁରୁଷମାନଙ୍କ ପାଖ‌ାପାଖି ବ୍ୟବଧାନରେ ରହିଛି ମହିଳା ମଧୁମେହ ରୋଗୀଙ୍କ ସଂଖ୍ୟା। ତେବେ ପୁରୁଷ ଓ ମହିଳା ଉଭୟଙ୍କ କ୍ଷେତ୍ରରେ ‌ଏବେ ପ୍ରାକ୍‌-ମଧୁମେହ ବଢ଼ିବା ଦେଖାଦେଉଛି। ୪୫ ବର୍ଷରୁ କମ୍‌ ବୟସର ବ୍ୟକ୍ତି ଏଥିରେ ବେଶୀ ପୀଡ଼ିତ ହେଉଛନ୍ତି।

ଏନିମିଆ: ମହିଳାମାନଙ୍କ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରା କମିଗଲେ ଏନିମିଆ ହେବାର ସମ୍ଭାବନା ବଢ଼ିଯାଏ। ଏଣୁ ଶରୀରରେ ଆଇରନ୍‌ ଓ ବ୍ଲଡ୍‌ ସେଲ୍‌ରେ ଅମ୍ଳଜାନର ମାତ୍ରା ଠିକ୍‌ ରହିଲେ ଏନିମିଆ ପରି ସମସ୍ୟା‌ ହୋଇନଥାଏ। ଅତ୍ୟଧିକ ମଦ୍ୟପାନ, ସିଗାରେଟ୍‌, କ୍ୟାଫିନ୍‌ ସେବନ ଦ୍ବାରା ଏନିମିଆ ହେବାର ଆଶଙ୍କା ଅଧିକ। 

ପିସିଓଏସ୍‌: ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତି ୧୦ ଜଣରେ ୨ ଜଣ ମହିଳା ଏହି ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ବିଶୃଙ୍ଖଳିତ ଜୀବନଶୈଳୀ, ଅସନ୍ତୁଳିତ ଆହାର, ନିଦ୍ରାହୀନତା ଓ ଅବସାଦ ଆଦି ଏହାର ମୁଖ୍ୟ କାରଣ। ଏଣୁ ମହିଳାମାନେ ବିଶେଷତଃ ନିଜ ଜୀବନଶୈଳୀ ପରିବର୍ତ୍ତନ କରିବା ଜରୁରି। ସନ୍ତୁଳିତ ଖାଦ୍ୟ ଆହାର ସାଙ୍ଗକୁ ପ୍ରଚୁର ନିଦ୍ରା ତଥା ନିୟମିତ ବ୍ୟାୟାମ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇହେବ। ତେବେ କେବଳ ଏତିକି ସ୍ବାସ୍ଥ୍ୟ ସମସ୍ୟା ଦେଇ ମହିଳାମାନେ ଗତି କରୁନାହାନ୍ତି, ବରଂ ଆହୁରି ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଣୁ ଗୃହିଣୀ ଓ କର୍ମଜୀବୀ ମହିଳାମାନେ ସେମାନଙ୍କ ନିୟମିତ କାର୍ଯ୍ୟଶୈଳୀରେ ଟିକେ ପରିବର୍ତ୍ତନ କରି ନିଜ ସ୍ବାସ୍ଥ୍ୟ ପାଇଁ ସମୟ କାଢ଼ିବାକୁ ପଡ଼ିବ। ଯାହାଦ୍ବାରା ନିଜେ ସୁସ୍ଥ ରହିବା ସହିତ ପୂରା ପରିବାର ମଧ୍ୟ ସୁସ୍ଥ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe