ବିବାହ ପୂର୍ବରୁ ଯକୃତ୍‌ ପରୀକ୍ଷା ଜରୁରି କାହିଁକି

ବିବାହ ସମୟରେ ବର-କନ୍ୟାଙ୍କ ସମେତ ଉଭୟ ପକ୍ଷ ଭିତରେ ବୁଝାମଣା ଏବଂ ଭାବପ୍ରବଣତା ଜଡ଼ିତ ଥାଏ। ମାତ୍ର ଏସବୁ ଭିତରେ ସମସ୍ତେ ଏକ ଗୁରୁତ୍ବପୂର୍ଣ୍ଣ କାମ ଭୁଲିଯାଇଥା’ନ୍ତି- ତାହା ହେଉଛି ବର ଓ କନ୍ୟାଙ୍କ ଯକୃତ୍‌ ପରୀକ୍ଷା।

hfkkhfhfkhkf

ବିବାହ ସମୟରେ ବର-କନ୍ୟାଙ୍କ ସମେତ ଉଭୟ ପକ୍ଷ ଭିତରେ ବୁଝାମଣା ଏବଂ ଭାବପ୍ରବଣତା ଜଡ଼ିତ ଥାଏ। ମାତ୍ର ଏସବୁ ଭିତରେ ସମସ୍ତେ ଏକ ଗୁରୁତ୍ବପୂର୍ଣ୍ଣ କାମ ଭୁଲିଯାଇଥା’ନ୍ତି- ତାହା ହେଉଛି ବର ଓ କନ୍ୟାଙ୍କ ଯକୃତ୍‌ ପରୀକ୍ଷା। ବିଶେଷଜ୍ଞ ଡାକ୍ତରଙ୍କ ଅନୁସାରେ, ବିବାହ ପୂର୍ବରୁ ଉଭୟଙ୍କର ସୁସ୍ବାସ୍ଥ୍ୟର ପ୍ରମାଣ ସ୍ବରୂପ ଯକୃତ୍‌ କାର୍ଯ୍ୟଶୀଳତା ପରୀକ୍ଷା ବା ସିରମ୍‌ ଗ୍ଲୁଟାମିକ୍‌ ପାଇରୁଭିକ୍‌ ଟ୍ରାନ୍ସମିନେଜ୍‌ (ଏସ୍‌ଜିପିଟି) ପରୀକ୍ଷା ନିହାତି ଆବଶ୍ୟକ। ଏହାକୁ ଏଏଲ୍‌ଟି (ଆଲାନାଇନ୍‌ ଆମିନୋଟ୍ରାନ୍ସଫରେଜ୍‌) ପରୀକ୍ଷା ମଧ୍ୟ କୁହାଯାଏ। ଏହା ଯକୃତ୍‌ରେ ପୁଷ୍ଟିସାରକୁ ଶକ୍ତିରେ ପରିଣତ କରୁଥିବା ଏଏଲ୍‌ଟି ନାମକ ଏଞ୍ଜାଇମ୍‌ର ସ୍ତର ମାପିଥାଏ, ଯଦ୍ଦ୍ବାରା ହେପାଟାଇଟିସ୍‌, ସିରୋସିସ୍‌ ଓ ଚର୍ବିଳ ଯକୃତ୍‌ ଆଦି ରୋଗ ସମ୍ପର୍କରେ ଜଣାପଡ଼ିଥାଏ। ଏଏଲ୍‌ଟିର ସ୍ବାଭାବିକ ସ୍ତର ହେଉଛି ଏକ ଲିଟର ରକ୍ତ ପିଛା ୭ରୁ ୫୬ ୟୁନିଟ୍‌। ତେବେ ଏଥିରୁ କମ୍‌‌ ବା ଅଧିକ ଥିଲେ ଯକୃତରେ କୌଣସି ସମସ୍ୟାର ଉପସ୍ଥିତିକୁ ସୂଚିତ କରିଥାଏ। ଯକୃତ୍‌ ଜନିତ ରୋଗଗୁଡ଼ିକର ଲକ୍ଷଣ ସାଧାରଣତଃ ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ। ତେବେ ତାକୁ ଅଣଦେଖା କଲେ ଭବିଷ୍ୟତରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ। 

ବର-କନ୍ୟାଙ୍କର ଯକୃତ୍‌ର ସୁସ୍ଥତା ଜାଣିବା ଦ୍ବାରା ନିକଟ ଭବିଷ୍ୟତରେ ସେମାନଙ୍କ ବୈବାହିକ ଜୀବନରେ ସ୍ବାସ୍ଥ୍ୟଜନିତ ବ୍ୟତିକ୍ରମ ଘଟିବାର ଆଶଙ୍କା ସମ୍ପର୍କରେ ଜାଣି ହୁଏ। ଏହା ଦ୍ବାରା ହେପାଟାଇଟିସ୍‌ ସଂକ୍ରମଣକୁ ମଧ୍ୟ ରୋକାଯାଇପାରିବ। ତେଣୁ ଭାବୀ ଦମ୍ପତି ଏହି ପରୀକ୍ଷା କରି ଆବଶ୍ୟକ ଚିକିତ୍ସା କରାଇପାରିବେ ଏବଂ ସୁସ୍ଥ ବୈବାହିକ ଜୀବନ ବିତାଇପାରିବେ ବୋଲି ବିଶେଷଜ୍ଞମାନଙ୍କ ମତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe