ଏହି କାରଣରୁ ପାଇଲଟ ଓ କ୍ରୁ ସଦସ୍ୟଙ୍କୁ ପରଫ୍ୟୁମ୍ ବ୍ୟବହାର ପାଇଁ କରାଯାଇଛି ବାରଣ

ପାଇଲଟ୍ ଏବଂ କ୍ରୁ ସଦସ୍ୟମାନଙ୍କୁ ପରଫ୍ୟୁମ୍ ଏବଂ ଡିଓଡୋରାଣ୍ଟ୍ ବ୍ୟବହାରକୁ ନେଇ କଡ଼ା ନିଷେଧ ଜାରି କରାଯାଇଛି।  ଏହାକୁ ବ୍ୟବହାର କରିବା ଦ୍ବାରା ସେମାନଙ୍କ ବ୍ରେଥ ଏନାଲାଇଜର ପରୀକ୍ଷାର ଫଳାଫଳ ପଜିଟିଭ୍ ଆସିପାରେ।

Pilot & Crew Member

ନୂଆଦିଲ୍ଲୀ: ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ପରଫ୍ୟୁମ୍ ଲଗାଇବାକୁ ଭଲ ପାଉଛନ୍ତି। ଘର ଭିତରେ ହେଉ କି ବାହାରେ ସମସ୍ତେ ସୁଗନ୍ଧିତ ବାସ୍ନାର ମହକ ନେବାକୁ ଚାହାନ୍ତି।  ପରଫ୍ୟୁମ୍ ଲଗାଇବାରେ କୌଣସି ପ୍ରତିବନ୍ଧକ ନଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନଙ୍କୁ ପରଫ୍ୟୁମ୍ ଏବଂ ଡିଓଡୋରାଣ୍ଟ୍ ବ୍ୟବହାରକୁ ନେଇ କଡ଼ା ନିଷେଧ ଜାରି କରାଯାଇଛି। 

ତେବେ ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିପାରେ କାହିଁକି ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ବ୍ୟବହାର ନେଇ ବାରଣ କରାଯାଇଛି?

ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁକି ପରଫ୍ୟୁମ୍ ଏକ ଜ୍ୱଳନଶୀଳ ପଦାର୍ଥ ଯେଉଁଥିରେ ଆଲକୋହଲ୍ ଥାଏ, ଯାହା ଶୀଘ୍ର ନିଆଁ ଧରିପାରେ ଏବଂ ଏକ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ। 

ତେଣୁ, ପାଇଲଟ୍ ଏବଂ କ୍ରୁ ସଦସ୍ୟମାନଙ୍କୁ ବିମାନରେ ପରଫ୍ୟୁମ୍ ଏବଂ ଡିଓଡୋରାଣ୍ଟ୍ ବ୍ୟବହାର ପାଇଁ ନିଷେଧ କରାଯାଇଛି।
ଏହା ବ୍ୟତୀତ, ପରଫ୍ୟୁମ୍ ର ତୀବ୍ର ବାସ୍ନା ବହୁତ ବିଚଳିତ କରିପାରେ ଏବଂ ପାଇଲଟଙ୍କ ପାଇଁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ସୃଷ୍ଟି କରିପାରେ।

କେବଳ ଏତିକି ନୁହେଁ କିଛି ଲୋକଙ୍କୁ ପରଫ୍ୟୁମ୍ ପ୍ରତି ଆଲର୍ଜି ଅଛି। ବିମାନରେ ଥିବା ସମୟରେ ଯଦି ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ପରଫ୍ୟୁମ୍ ବ୍ୟବହାର କରନ୍ତି ତେବେ କିଛି ଯାତ୍ରୀମାନେ ଅସ୍ବଭାବିକ ଅନୁଭବ କରିପାରନ୍ତି। ଯାତ୍ରୀମାନେ ଛିଙ୍କିବା, କାଶିବା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିପାରନ୍ତି।

କିଛି ପରଫ୍ୟୁମରେ ଅଧିକ ପରିମାଣର ଆଲକୋହଲ ଥାଏ, ତେଣୁ ଯଦି ଜଣେ ପାଇଲଟ୍ କିମ୍ବା କ୍ରୁ ସଦସ୍ୟ ପରଫ୍ୟୁମ ବ୍ୟବହାର କରନ୍ତି ତେବେ ସେମାନେ ବ୍ରେଥ ଏନାଲାଇଜର ପରୀକ୍ଷାର ଫଳାଫଳ ପଜିଟିଭ୍ ଆସିପାରେ। ବିମାନରେ ଚଢ଼ିବା ପୂର୍ବରୁ, ପାଇଲଟ୍ ଏବଂ କ୍ରୁ ସଦସ୍ୟମାନଙ୍କର ଏକ ବ୍ରେଥ ଏନାଲାଇଜର ପରୀକ୍ଷା ହୋଇଥାଏ, ଯାହାକୁ ବ୍ରେଥ ଏନାଲାଇଜର ପରୀକ୍ଷା କିମ୍ବା ଆଲକୋହଲ ପରୀକ୍ଷା ମଧ୍ୟ କୁହାଯାଏ। ଏହି ପରୀକ୍ଷା ଏକ ଡିଭାଇସ୍ ବ୍ୟବହାର କରି କରାଯାଏ। ଯାହା ଜଣେ ବ୍ୟକ୍ତିଙ୍କ ଶ୍ୱାସରେ ଆଲକୋହଲ ପରିମାଣ କେତେ ଅଛି ତାହା ମାପିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe