ନୂଆଦିଲ୍ଲୀ: ଆଜିକାଲି ସୋସିଆଲ୍ ମିଡିଆରେ ଟେକ୍ନୋଲୋଜି କ୍ଷେତ୍ରର ଯଥେଷ୍ଟ ବିକାଶ ଘଟିଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, (ଏଆଇ)। ଯାହାର ବ୍ୟବହାର କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ ନାହିଁ ବରଂ ସେମାନଙ୍କୁ ବହୁ କାର୍ଯ୍ୟରେ ସହାୟତା ମଧ୍ୟ କରୁଛି। ଏଆଇ ପୁଣି ଥରେ ସୋସିଆଲ ମିଡିଆ ୟୁଜରଙ୍କୁ ଏହାର କଳ୍ପନା ଶକ୍ତି ଦ୍ବାରା ଆଶ୍ଚର୍ଯ୍ୟ କରିଛି।
ଏଥର ଏଆଇ ଏହାର କଳ୍ପନାକୁ ବ୍ୟବହାର କରି ରାମ୍ପରେ ଚାଲୁଥିବା ଜଙ୍ଗଲୀ ପ୍ରାଣୀଙ୍କର ଏକ ଭିଡିଓ ପ୍ରସ୍ତୁତ କରିଛି। ଏହି ଭିଡିଓରେ, ସମସ୍ତ ପ୍ରାଣୀ ବିପଜ୍ଜନକ ତଥା ହିଂସ୍ର ବଦଳରେ ସୁନ୍ଦର ଦେଖାଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ୟୁଜର ଚକିତ ହୋଇଯାଇଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମରେ _aiwood ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓ ଜୁଲାଇ ୨୬ରେ ସେୟାର ହୋଇଛି। ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାମ୍ପରେ ଚାଲିବାରେ ସିଂହୀ ଆଗରେ ଅଛି ଏବଂ ତା’ପରେ ଘୋଡା ଏବଂ ଜଳହସ୍ତୀ ମଧ୍ୟ ଲାଇନରେ ଅଛି। ସମସ୍ତ ପ୍ରାଣୀ ସ୍ବତନ୍ତ୍ର ଶୈଳୀରେ ଚାଲୁଛନ୍ତି। ସେମାନଙ୍କୁ ଦେଖିବା ପରେ ସେମାନଙ୍କର ମନୋଭାବ ଫିଲ୍ମ ଷ୍ଟାରଙ୍କ ଭଳି ଲାଗୁଛି ବୋଲି ବହୁ ୟୁଜର ମନ୍ତବ୍ୟ ଦେଇଛନ୍ତି।
ଏଆଇ ଦ୍ୱାରା ନିର୍ମିତ ଏହି କଳ୍ପିତ ଭିଡିଓର କ୍ୟାପସନରେ ଲେଖା ଅଛି 'ଫ୍ୟାଶନ୍ ସୋ’ରେ ପ୍ରାଣୀମାନେ। ଏହା ଦେଖିବା ପରେ ଅନେକ ୟୁଜର ମଧ୍ୟ ଏହା ଉପରେ ଭିନ୍ନ ଭିନ୍ନ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ମଡେଲିଂର ରାଣୀ ବିଲେଇକୁ ଭୁଲି ଯାଇଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସିଂହୀ ପ୍ରକୃତ ରାଜାଙ୍କ ରାଣୀ ପରି ଦେଖାଯାଉଛି।
ତୃତୀୟ ୟୁଜର ଲେଖିଛନ୍ତି, ସେମାନେ ରନୱେରେ ମଡେଲଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି। ଚତୁର୍ଥ ୟୁଜର ଲେଖିଛନ୍ତି, ମଣିଷ ଅପେକ୍ଷା ଭଲ କରିଛନ୍ତି। ପଞ୍ଚମ ୟୁଜର ଲେଖିଛନ୍ତି, 'ମୋ ପକ୍ଷରୁ ସିଂହୀ ବିଜେତା। ସୂଚନାଯୋଗ୍ୟ ଯେ, _aiwood ନାମକ ଆକାଉଣ୍ଟରେ, ଏଭଳି ବହୁ ଏଆଇ ଭିଡ଼ିଓ ଦେଖିବାକୁ ମିଳୁଛି। ୟୁଜରମାନେ କେବଳ ଏହି ପେଜ୍ରେ ଦେଖାଯାଉଥିବା ଭିଡିଓଗୁଡିକ ପସନ୍ଦ କରନ୍ତି ନାହିଁ ବରଂ ସେସବୁ ଉପରେ ମନ୍ତବ୍ୟ ମଧ୍ୟ ଦିଅନ୍ତି।
Follow Us