ଝରକା: ବିଦେଶୀ ମୁଦ୍ରାରେ ଶ୍ରୀଗଣେଶ

ବିଘ୍ନବିନାଶକ ସିଦ୍ଧିଦାତା ଗଣେଶ କେବଳ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଦ୍ବାରା ପୂଜିତ ନୁହନ୍ତି, ମୁସଲମାନ୍‌ ବହୁଳ ରାଷ୍ଟ୍ରରେ ମଧ୍ୟ ଗଣପତି ଆରାଧନାର ଧାରା ରହିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁସଲମାନ୍‌ ବହୁଳ ଇଣ୍ଡୋନେସିଆର ପୁରୁଣା ୨୦,୦୦୦ ରୁପିଆ ନୋଟ୍‌ରେ ଗଣେଶଙ୍କ ଫଟୋକୁ ସ୍ଥାନୀତ କରାଯାଇଥିଲା।

New Ptre5)

ବିଘ୍ନବିନାଶକ ସିଦ୍ଧିଦାତା ଗଣେଶ କେବଳ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଦ୍ବାରା ପୂଜିତ ନୁହନ୍ତି, ମୁସଲମାନ୍‌ ବହୁଳ ରାଷ୍ଟ୍ରରେ ମଧ୍ୟ ଗଣପତି ଆରାଧନାର ଧାରା ରହିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁସଲମାନ୍‌ ବହୁଳ ଇଣ୍ଡୋନେସିଆର ପୁରୁଣା ୨୦,୦୦୦ ରୁପିଆ ନୋଟ୍‌ରେ ଗଣେଶଙ୍କ ଫଟୋକୁ ସ୍ଥାନୀତ କରାଯାଇଥିଲା। ୧୯୯୮ରେ ପ୍ରବର୍ତ୍ତିତ ଏହି ନୋଟ୍‌ର ଗୋଟିଏ ପା‌ର୍ଶ୍ବରେ ଗଣେଶଙ୍କ ପ୍ରତିଛବି ଓ ଇଣ୍ଡୋନେସିଆର ଶିକ୍ଷା ସଂସ୍କାରକ ଦେୱନ୍ତାରାଙ୍କ ଫଟୋଚିତ୍ର ଥିଲା। ଏହି ନୋଟ୍‌ର ପ୍ରଚଳନ ପରେ ହିନ୍ଦୁ ଐତିହ୍ୟର ଲୋକପ୍ରିୟତାକୁ  ନେଇ ଅନେକ ଗର୍ବ କରୁଥିବା ବେଳେ ଆଉ କେତେକ ଇଣ୍ଡୋନେସିଆର ଧାର୍ମିକ ସହନଶୀଳତାକୁ ପ୍ରଶଂସା କରିଥିଲେ। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏହି ନୋଟ୍ ପୋଷ୍ଟ୍‌କରି ସେଥିରେ ଲେଖିଛନ୍ତି, ‘‘ଇଣ୍ଡୋନେସିଆ ନୋଟ୍‌ରେ ଭଗବାନ ଗଣେଶଙ୍କୁ ସ୍ଥାନୀତ କରିଥିବା ମୁସଲମାନ୍‌ ବହୁଳ ଦେଶରୁ ବହୁତ କିଛି ଶିଖିବାର ରହିଛି”।

ବ୍ୟାଙ୍କ୍‌ ଇଣ୍ଡୋନେସିଆ ସୂତ୍ରରୁ ଜଣାପଡ଼ିଛି, ଭଗବାନ ଗଣେଶ ଥିବା ୨୦,୦୦୦ ରୁପିଆ ନୋଟ୍ ୧୯୯୮ରେ ଛାପା ହୋଇଥିଲା। ୨୦୦୮ରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ବର୍ତ୍ତମାନ ଇଣ୍ଡୋନେସିଆରେ ପ୍ରଚଳିତ ମୁଦ୍ରାରେ ଭଗବାନ ଗଣେଶଙ୍କ ଛବି ଥିବା କୌଣସି ନୋଟ୍ ନାହିଁ କିମ୍ବା ପୁରୁଣା ୨୦,୦୦୦ ରୁପିଆର ମଧ୍ୟ ପ୍ରଚଳନ ନାହିଁ। ଉଲ୍ଲେଖଯୋଗ୍ୟ କି ଇଣ୍ଡୋନେସିଆର ବାଲିରେ ଗଣପତି ଆରାଧନା ଅତ୍ୟନ୍ତ ଲୋକପ୍ରିୟ। ସେଠାକାର ଲୋକସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ଗଣେଶ। ଏହି ଦୃଷ୍ଟିରୁ ଇଣ୍ଡୋନେସିଆରେ ବିଭିନ୍ନ ସାମାଜିକ-ସାଂସ୍କୃତିକ ଉତ୍ସବରେ ଗଣେଶଙ୍କୁ ଉପସ୍ଥାପିତ କରାଯାଏ। କେବଳ ଇଣ୍ଡୋନେସିଆ ନୁହେଁ, ଥାଇଲାଣ୍ଡ୍‌ରେ ମଧ୍ୟ ଗଣପତି ଉପାସନାର ଧାରା ସକ୍ରିୟ। ସେଠାରେ ଗଣେଶଙ୍କୁ ଭଗବାନ୍‌ ଫରା ପିକାନେଟ୍‌ ନାମରେ ପୂଜା କରାଯାଏ। ୨୦୧୧ରେ ଥାଇଲାଣ୍ଡ୍‌ରେ ଜାରି କରାଯାଇଥିବା ମୁଦ୍ରାରେ ଗଣେଶଙ୍କ ଛବି ସ୍ଥାନୀତ ହୋଇଥିଲା ବୋଲି ସଂଗ୍ରାହକ ତଥା ଗବେଷକ ଅଶୋକ କୁମାର ମତ ଦିଅନ୍ତି।  

ଭାରତୀୟ ବିଦ୍ୱାନ୍‌, ପୁରୋହିତ ଓ ବ୍ୟବସାୟୀମାନେ ପ୍ରଥମ ଶତାବ୍ଦୀର ପ୍ରାରମ୍ଭରେ ଇଣ୍ଡୋନେସିଆ ଦ୍ବୀପପୁଞ୍ଜରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏଥିସହ ବାଣିଜ୍ୟିକ ସଂପର୍କ ହେତୁ ଭାରତ-ଇ‌ଣ୍ଡୋନେସିଆ ମଧ୍ୟରେ ସଂପର୍କ ଦୃଢ଼ ହୋଇଥିଲା। ବୈବାହିକ ସଂପର୍କ ମଧ୍ୟ ସ୍ଥାପିତ ହୋଇଥିଲା। ଫଳରେ ସ୍ଥାନୀୟ କଳା, ସ୍ଥାପତ୍ୟ, ସାହିତ୍ୟ ଓ ଧର୍ମୀୟ ପରମ୍ପରାରେ ହିନ୍ଦୁ ଧର୍ମଧାରାର ପ୍ରଭାବ ପରିଲକ୍ଷିତ ହୋଇଥିଲା। ବିଶେଷକରି ବାଲି, ଜାଭା ଓ ସୁମାତ୍ରା ଦ୍ବୀପରେ ଏହା ଅଧିକ ଥିଲା। ଏହି ତିନି ଦ୍ବୀପ ସହ ଓଡ଼ିଆ ସାଧବଙ୍କ ସଂପର୍କ ଥିବାରୁ ଉତ୍କଳୀୟ ପରମ୍ପରା ମଧ୍ୟ ସେଠାରେ ଲୋକପ୍ରିୟ ଥିଲା।
କୌତୂହଳର ବିଷୟ ହେଲା, ଭାରତୀୟ ନୋଟ୍‌ କିମ୍ବା ମୁଦ୍ର‌ାରେ ହିନ୍ଦୁ ଦେବଦେବୀଙ୍କ ଛବି ସ୍ଥାନୀତ ହୋଇନାହିଁ। ଏହି ପ୍ରସଙ୍ଗକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପ୍ରଥମେ ଉତ୍‌ଥାପନ କରିଥିଲେ। ୨୦୨୨ ଅକ୍ଟୋବର ୨୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଭାରତୀୟ ମୁଦ୍ରା ଓ ନୋଟ୍‌ରେ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏହି ସମୟରେ ଏହାପରେ ତାଙ୍କର ସମର୍ଥକମାନେ ଇଣ୍ଡୋନେସିଆର ୨୦,୦୦୦ ରୁପିଆର ନୋଟ୍‌ ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଥିଲେ। କେଜ୍ରିୱାଲ୍‌ ପ୍ରଶ୍ନ ଉଠାଇଥିଲେ ଯେ ଇଣ୍ଡୋନେସିଆରେ ହିନ୍ଦୁ ଜନସଂଖ୍ୟା ମାତ୍ର ୨% ହୋଇଥିବା ବେଳେ ସେଠାରେ ଯଦି ଭଗବାନ ଗଣେଶଙ୍କ ଛବି ନୋଟ୍‌ରେ ପ୍ରଚଳନ କରାଯାଇପାରିଲା ତେବେ ଭାରତରେ କାହିଁକି ହେବନାହିଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe