ମାଛ ଧରା ଜାଲ ଓ ଦଉଡ଼ି ସାହାଯ୍ୟରେ ବିପଦ ସଙ୍କୁଳ ନଦୀ ପାର ହେଉଛନ୍ତି ଛାତ୍ରୀ

ମାଛ ଧରା ଜାଲ ଓ ଦଉଡ଼ି ସାହାଯ୍ୟରେ ବିପଦ ସଙ୍କୁଳ ନଦୀ ପାର ହେଉଛନ୍ତି ଛାତ୍ରୀ

ନୂଆଦିଲ୍ଲୀ: ଆଜିକା ସମୟରେ ପାଠପଢ଼ିବା ପାଇଁ ଅନେକ ସୁବିଧା ହୋଇଗଲାଣି। ଏହା ପରେ ବି କିଛି ପିଲାମାନେ ପାଠପଢ଼ିବା ପ୍ରତି ମନ ନଦେଇ ଅବାଟରେ ଚାଲି ଯାଉଛନ୍ତି। ସେହିପରି ଏମିତି ବି କିଛି ପିଲା ଅଛନ୍ତି , ଯେଉଁମାନେ ବାପା ଓ ମା’ଙ୍କ ପାଖରେ ଟଙ୍କା ନଥିବା ‌ସତ୍ତ୍ବେ ପାଠପଢ଼ାରେ ହେଳା କରନ୍ତି ନାହିଁ। ମନ ଦେଇ ପାଠପଢ଼ି ଥାଆନ୍ତି। ଗ୍ରାମ‌ରେ ‌‌‌ସେମିତି ଭଲ ସ୍କୁଲ ନଥିଲେ ବି ପାଠପଢ଼ିବାକୁ ପାହାଡ, ଜଙ୍ଗଲ ଓ ନଦୀ ଅତିକ୍ରମ କରି ସ୍କୁଲ ଯାଇଥାଆନ୍ତି। ସମସ୍ତ ବାଧାକୁ ଆଡେଇ ଦେଇ ପାଠପଢ଼ିବା ପାଇଁ ବାହାରି ଯାଇଥାଆନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ କିଛି ଛାତ୍ରୀ ଏକ ଦୌଡ଼ି ଓ ମାଛ ଧରା ଜାଲ ସାହାଯ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି। ଏହି ଛାତ୍ରୀମାନେ  ସ୍କୁଲ ଯିବା ପାଇଁ ପ୍ରତିଦିନ ଏପରି ଭାବେ ନିଜ ଜୀବନକୁ ବାଜି ଲଗାଇ ଦେଇଥାଆନ୍ତି।

ତେବେ ଏହି ଘଟଣାଟି କେଉଁଠିକାର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। କିନ୍ତୁ ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଅଞ୍ଚଳର ସରକାରଙ୍କୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe