ଅଫିସ୍‌ ସହଯୋଗୀଙ୍କ ସହ ଘନିଷ୍ଠତା ମହିଳାଙ୍କୁ ଭାରି ପଡ଼ିଲା, ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରି ଦେଇଛନ୍ତି ସ୍ବାମୀ

Advertisment
ଅଫିସ୍‌ ସହଯୋଗୀଙ୍କ ସହ ଘନିଷ୍ଠତା ମହିଳାଙ୍କୁ ଭାରି ପଡ଼ିଲା, ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରି ଦେଇଛନ୍ତି ସ୍ବାମୀ

www.aajtak.in

ନୂଆଦିଲ୍ଲୀ: ବେଳେ ବେଳେ ଆମେ ଆମ ବୃତ୍ତିଗତ ଜୀବନରେ ଏତେ ଅଧିକ ଯୋଡ଼ି ହୋଇ ଯାଉ ଯେ ତାହାର କୁପ୍ରଭାବ ବ୍ୟକ୍ତିଗତ ଜୀବନ ଉପରେ ବି ପଡ଼ିବାକୁ ଲାଗେ। ଅଫିସ୍‌ର କେଉଁ ସହଯୋଗୀଙ୍କ ସହ ଭାବାତ୍ମକ ସଂପର୍କ ବି ଆପଣଙ୍କ ବୈବାହିକ ଜୀବନକୁ ନଷ୍ଟ କରି ଦେଇପାରେ ତାହା କେବେ ଭାବିଛନ୍ତି? ଜଣେ ମହିଳାଙ୍କ ସହ ଏପରି କିଛି ଘଟିଛି। ଜଣେ ମହିଳା ତାଙ୍କ ଅଫିସର ଜଣେ ସହଯୋଗୀଙ୍କ ସହ ଏତେ ଘନିଷ୍ଠ ହୋଇପଡ଼ିଲେ ଯେ ତାହାର ପ୍ରଭାବ ପଡ଼ିଛି ସିଧା ‌ତାଙ୍କ ବୈବାହିକ ଜୀବନ ଉପରେ। କଥା ଆଗକୁ ବଢ଼ି ‌ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ ଚାଲିଯାଇଛି।

ଏ ନେଇ ମହିଳା ଜଣକ କୁହନ୍ତି କି ‘ମୁଁ ମୋ ସ୍ବାମୀଙ୍କୁ ଖୁବ୍ ଭଲପାଏ। ତାଙ୍କ ପ୍ରତି ଯଥେଷ୍ଟ ବିଶ୍ବସ୍ତ। ମାତ୍ର ଅଫିସ୍‌ରେ ‌‌ମୋର ଯେଉଁ ସହଯୋଗୀଙ୍କ ସହ ସଂପର୍କ ଗଢ଼ି ଉଠିଥିଲା ତାହା ଭାବାତ୍ମକ। ମୋର ତାଙ୍କ ସହ କୌଣସି ଶାରୀରିକ ସଂପର୍କ ନାହିଁ। ସେ ତାଙ୍କ ପତ୍ନୀଙ୍କଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି ଓ ମୋ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି। ମୋତେ ବି ତାଙ୍କ ସହ କଥାବାର୍ତ୍ତା ହେବାକୁ ଭଲ ଲାଗେ।’

ମହିଳା ଜଣକ କହିଛନ୍ତି ଯେ ତାଙ୍କ ବିବାହକୁ ୧୪ ବର୍ଷ ହୋଇ ଯାଇଥିବା ବେଳେ ତାଙ୍କର ଜଣେ ୯ ବର୍ଷୀୟା ଝିଅ ଅଛି। ମହିଳା ତାଙ୍କ ସହଯୋଗୀଙ୍କ ସହ ଘନିଷ୍ଠ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି। ଯାହାକି ସେମାନଙ୍କ ସଂପର୍କରେ ତିକ୍ତତା ଭରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe