୧୦୧ତମ ଜନ୍ମଦିନ ପାଳନ କରିଥିବା ବୃଦ୍ଧା ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଆୟୁର ରହସ୍ୟ କହିଲେ

Advertisment
୧୦୧ତମ ଜନ୍ମଦିନ ପାଳନ କରିଥିବା ବୃଦ୍ଧା ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଆୟୁର ରହସ୍ୟ କହିଲେ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ବୃଦ୍ଧ/ବୃଦ୍ଧା ରହିଛନ୍ତି ଯେଉଁମାନେ ୧୦୦ବର୍ଷ ଅତିକ୍ରମ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ କି ଏଭଳି ପରିଣତ ବୟସରେ ସକ୍ରିୟ ରହିଥାଆନ୍ତି। ଏହିପରି ଜଣେ ବୃଦ୍ଧ ମହିଳା ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। ଯିଏକି ନିକଟରେ ତାଙ୍କର ୧୦୧ ତମ ଜନ୍ମଦିନ ପାଳନ କରିଛନ୍ତି। ସେ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଆୟୁର ରହସ୍ୟ କହି ଚର୍ଚ୍ଚାରେ ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କ ନାମ ମେରି ଫ୍ଲିପ, ସେ ଆମେରିକାର ଏରିଜୋନାରେ ବସବାସ କରନ୍ତି। ନଭେମ୍ବର ୨ ରେ ଏରିଜୋନା ୧୦୧ ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନରେ ବୃଦ୍ଧାଙ୍କ ପରିବାର ପକ୍ଷରୁ ଏକ ବଡ଼ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ପରିବାରର ଅନେକ ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ସମୟରେ ବୃଦ୍ଧା ଜଣକ ଏକ କେକ କାଟିଥିଲେ ଏବଂ ତାଙ୍କ ହାତରେ ଏକ ଗ୍ଲାସ ଧରିଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଖବର ଅନୁଯାୟୀ, ତାଙ୍କୁ ଏହି ଭୋଜିରେ ପଚରାଯାଇଥିଲା ଯେ ଦୀର୍ଘାୟୁ ହେବାର ରହସ୍ୟ କ’ଣ? ସେ ଦେଇଥିବା ଉତ୍ତର ଏବେ ଭାଇରାଲ ହୋଇଛି। ବୃଦ୍ଧା ମହିଳା ଜଣକ କହିଥିଲେ ଯେ ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ହେଉଛି ଟକିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ବୃଦ୍ଧାଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ, ଟକିଲାରେ ୪୦-୫୦ ପ୍ରତିଶତ ମଦ ରହିଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe