ଲକ୍ଷ୍ନୌ: ହଲିଉଡ୍ ଷ୍ଟାର୍ ହାର୍ବେ ଉଇନ୍ଷ୍ଟେନ୍ଙ୍କ ନାମରେ ଏବେ ଯୌନ ଶୋଷଣ ଅଭିଯୋଗ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। ଏହି କାରଣରୁ ସୋସିଆଲ୍ ମିଡିଆରେ ଏକ ପ୍ରକାରର ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ସେହି ଆନ୍ଦୋଳନ ଜରିଆରେ ମହିଳାମାନଙ୍କୁ ନିଜ ସହ ହୋଇଥିବା ଯୌନ ଶୋଷଣ ସଂପର୍କରେ କହିବା ପାଇଁ ପ୍ରବର୍ତ୍ତା ଯାଉଛି। ଏହି ଆନ୍ଦୋଳନରେ ପୂରା ବର୍ଣ୍ଣନା କରିବା ପାଇଁ କୁହାଯାଇ ନାହିଁ। ମାତ୍ର ୨ଟି ଶବ୍ଦ ‘ମି ଠୁ’ ଲେଖି ନିଜର ସଂପୃକ୍ତି ଜାହିର କରିବାକୁ ପରାମର୍ଶ ଦିଆଯାଇଛି। ଆମେରିକାର ଏହି ଅଭିନେତା ହାର୍ବେଙ୍କ ଉପରେ କେତେକ ଅଭିନେତ୍ରୀ ଯୌନ ଶୋଷଣର ଆରୋପ ଲଗାଇଛନ୍ତି। ଆନ୍ଦୋଳନରେ ଅଧିକରୁ ଅଧିକ ମହିଳା ଓ ଯୁବତୀ ସାମିଲ୍ ହେବା ଦ୍ୱାରା ଓସ୍କାର ବୋର୍ଡ ପକ୍ଷରୁ ହାର୍ବେଙ୍କୁ ବାହାର କରି ଦିଆଯିବ ବୋଲି ଆଶା ରଖି ଏପରି ଆନ୍ଦୋଳନ ଆରମ୍ଭ କରାଯାଇଛି।
ଶନିବାର ଅଭିନେତ୍ରୀ ଏଲିସା ମିଲାନୋ ଏ ସଂପର୍କରେ ଏକ ଟୁଇଟ୍ କରିଛନ୍ତି ଯେ ‘ଏହା ଜଣେ ବନ୍ଧୁଙ୍କ ପରାମର୍ଶ ବୋଲି ଭାବନ୍ତୁ। ଯଦି ଆପଣ ବି ଯୌନ ଶୋଷଣର ଶିକାର ତେବେ କେବଳ ମି ଠୁ ବୋଲି ଲେଖନ୍ତୁ। ହୋଇପାରେ ଏପରି କରିବା ଦ୍ୱାରା ଅପରାଧୀମାନେ ବୁଝିପାରିବେ ଯେ ତାଙ୍କ କୁକର୍ମ ଏପରି ଭୟାବହ ରୂପ ନେଇପାରେ।’ ଅଭିନେତ୍ରୀଙ୍କର ଏହି ଟୁଇଟ୍ର ବହୁଳ ମାତ୍ରାରେ ଉତ୍ତର ଦେଖିବାକୁ ମିଳିଛି। କେବଳ କଳାକାର ନୁହଁନ୍ତି ବରଂ ସାଧାରଣ ଯୁବତୀ ଓ ମହିଳାମାନେ ମଧ୍ୟ ଅଭିନେତ୍ରୀ ଏଲିସାଙ୍କ ଏହି ଆନ୍ଦୋଳନକାରୀ ଟୁଇଟ୍ର ବହୁ ସଂଖ୍ୟକ ଉତ୍ତର ଦେଇଛନ୍ତି।
ଏହାର ପ୍ରଭାବ ଏବେ ଭାରତ ଉପରେ ମଧ୍ୟ ଖୁବ୍ ଜୋର୍ରେ ପଡ଼ିଛି। ଭାରତୀୟମାନେ ମି ନିଜ ସହ ହୋଇଥିବା ଯୌନ ଶୋଷଣ ସଂପର୍କରେ ଖୁଲାସା କରି ମି ଠୁ ବୋଲି ଲେଖୁଛନ୍ତି। ଏବେ ସୁଦ୍ଧା ସମୁଦାୟ ୨୦୦ ହଜାର ଲୋକେ ଏ ସଂପର୍କରେ ଟୁଇଟ୍ ଓ ରିଟୁଇଟ୍ କରି ସାରିଲେଣି। କିଛି ମହିଳା ନିଜ ସଂପର୍କରେ ଲେଖିଥିବା ବେଳେ କିଛି ମହିଳା ନିଜ ସଂପର୍କୀୟାଙ୍କ ସହ ହୋଇଥିବା ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି।
/sambad/media/post_attachments/wp-content/uploads/2017/10/272de2f081d3c677ce9c77f0e8c22d4e-300x169.jpg)
ଟୁଇଟ୍ ଜରିଆରେ କେତେକ ମହିଳାମାନେ ନିଜ ସହ ହୋଇଥିବା ସେହି ଘୃଣ୍ୟ ମୁହୂର୍ତ୍ତର ଅନୁଭବକୁ ବର୍ଣ୍ଣନା କରିଛନ୍ତି। କେହି କେହି ସେହି ଘଟଣାକୁ ଜଲ୍ଦି ଭୁଲିଯିକାକୁ ଚାହୁଁଥିଲେ ବୋଲି କହିଥିବା ବେଳେ ଆଉ କେହି ହିଂସ୍ର ପାଲଟି ଯାଇଥିବା ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, ମହିଳାମାନଙ୍କର ଏପରି ସାହସିକତା ପଦକ୍ଷେପକୁ ଅନେକ ପୁରୁଷ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ମୋଟାମାଟୀ ଭାବେ କହିବାକୁ ଗଲେ ଅଭିନେତ୍ରୀ ଏଲିସା ଆରମ୍ଭ କରିଥିବା ଏହି ଅନ୍ଦୋଳନ ସଫଳ ହୋଇପାରେ ବୋଲତି ଆଶା କରାଯାଉଛି।
Follow Us