ଘରେ ଗୋଟେ ଶୌଚାଳୟ ଥିବାରୁ ସବୁ ବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମହିଳା,ଏବେ ବାହାର କରିଥିବା ସମାଧାନର ବାଟ ବିଷୟରେ ଜାଣି ହସୁଛନ୍ତି ଲୋକେ

ଘରେ ଗୋଟେ ଶୌଚାଳୟ ଥିବାରୁ ସବୁ ବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମହିଳା,ଏବେ ବାହାର କରିଥିବା ସମାଧାନର ବାଟ ବିଷୟରେ ଜାଣି ହସୁଛନ୍ତି ଲୋକେ

bhaskar.com

ନୂଆଦିଲ୍ଲୀ: କିଛି ଲୋକଙ୍କୁ ସକାଳୁ ସକାଳୁ ଶୌଚାଳୟ ଯାଇ ଆସିବାରେ ସମୟ ଲାଗିଥାଏ । ଯାହା ପାଇଁ ଘରର ଅନ୍ୟ ସଦସ୍ୟମାନେ ଚାହିଁ ବି ଶୌଚାଳୟ ବ୍ୟବହାର କରି ପାରନ୍ତି ନାହିଁ । ଘରେ ଗୋଟେ ଶୌଚାଳୟ ଥିବା ହେତୁ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ । ଜଣେ ମହିଳାଙ୍କ ଘରେ ମଧ୍ୟ ସେଭଳି ସମସ୍ୟା ରହିଥିଲା । ତାଙ୍କ ସ୍ୱାମୀ ଏବଂ ପିଲାମାନେ ଶୌଚ ହୋଇ ବାହାରକୁ ଆସିବାରେ ଅଧିକ ସମୟ ନେଉଥିବାରୁ ସେ ଚିନ୍ତିତ ହୋଇ ପଡ଼ିଥିଲେ । ସବୁ ବେଳେ ସକାଳୁ ଶୌଚ ହେବା ପାଇଁ ବାହାରିବା ବେଳକୁ ଶୌଚାଳୟ ଭିତରେ କିଏ ନା କିଏ ରହୁଥିବା ଦେଖି ସେ ବିରକ୍ତ ହୋଇ ଯାଇଥିଲେ । ବାରମ୍ବାର ଏଭଳି ସମସ୍ୟା ହେଉଥିବାରୁ ସେ ଏହାର ସମାଧାନର ବାଟ ବାହାର କରି ଥିଲେ । ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ । ସକାଳୁ ହେଉଥିବା ଏହି ସମସ୍ୟାର ସମାଧାନ ପାଇଁ ସେ ସମୟ ସୀମା ଧାର୍ଯ୍ୟ କରିଥିବା ଲେଖିଥିଲେ ।

publive-image bhaskar.com

ନିଜ ପୋଷ୍ଟରେ, ମୁଁ ସମସ୍ତଙ୍କ ପାଇଁ ଶୌଚଳୟ ଯାଇ ବାହାରକୁ ଆସିବାର ସମୟ ୫ମିନିଟ୍‌ ସମୟ ରଖିବା କଥା ଭାବୁଛି । ଏହା ସହ ଶୌଚାଳୟକୁ ଇଲେକ୍ଟ୍ରୋଫାଏଡ୍‌ କରିବାକୁ ମଧ୍ୟ ଚିନ୍ତା କରୁଛି । ଯଦି କେହି ୫ମିନିଟ୍‌ରୁ ଅଧିକ ସମୟ ଭିତରେ ରୁହେ ତେବେ ତାକୁ କରେଣ୍ଟର ଝଟକା ଲାଗିବ ବୋଲି ମୁମ୍ସନେଟ୍‌ରେ ଲେଖି ସେ ପୋଷ୍ଟ କରିଥିଲେ । ପୋଷ୍ଟଟି ଭାଇରାଲ ହେବା ପରେ ସମସ୍ତଙ୍କୁ ମହିଳାଙ୍କ ଆଇଡିଆ ମଜାଦାର ଲାଗିବା ସହ ପୋଷ୍ଟକୁ ଲୋକମାନେ ସେୟାର କରିବାରେ ଲାଗିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe