୧୩ହଜାର ଫୁଟ ଉଚ୍ଚରୁ ଖସି ପଡ଼ିବା ପରେ ମହିଳାଙ୍କ ହେଲା ଏଭଳି ଅବସ୍ଥା

୧୩ହଜାର ଫୁଟ ଉଚ୍ଚରୁ ଖସି ପଡ଼ିବା ପରେ ମହିଳାଙ୍କ ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଜଣେ ମହିଳା ପାଖାପାଖି ସାଢ଼େ ୧୩ହଜାର ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିବା ସତ୍ତ୍ବେ ଚମତ୍କାର ଭାବେ ବଞ୍ଚି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ମହିଳାଙ୍କ ନାମ ଜାର୍ଡନ ହାଟମାକେର ଓ ବୟସ ୩୫ ବର୍ଷ ବୋଲି ଜଣାପଡ଼ିଛି। ଜାର୍ଡନ ଜଣେ ସ୍କାଇଡ୍ରାଇଭର।

ଏକମାସ ଧରି ହସ୍ପିଟାଲରେ ଭର୍ତ୍ତି ରହିବା ପରେ ଜାର୍ଡନ ପୁଣି ଥରେ ସ୍କାଇଡ୍ରାଇଭିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ସେ ନିଜ ସହିତ ଘଟିଥିବା ଏହି ଘଟଣାକୁ ସେୟାର କରିଛନ୍ତି।  ଆଉ କହିଛନ୍ତି, ଏସବୁ  ମାତ୍ର ୩୦ ସେକେଣ୍ଡ ମଧ୍ୟରେ ଘଟିଛି। ସେ ପାଖାରପାଖି ସାଢ଼େ ୧୩ହଜାର ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ।

ସେ ଯେତେବେଳେ ପରାସୁଟ ଖୋଲିବାକୁ ଚାହିଁଥିଲେ, ତାହା ତାଙ୍କ ଗୋଡ଼ରେ ଫସି ଯାଇଥିଲା। ଏହାପରେ ଘଣ୍ଟା ପ୍ରତି ୨୦୦କିମି ବେଗରେ ସେ ତଳେ ପଡ଼ିଯାଇଥିଲେ। ଆଉ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ସମସ୍ତଙ୍କୁ ଲାଗିଥିଲା କି  ତାଙ୍କର ବୋଧେ ମୃତ୍ୟୁ ହୋଇଯିବ। କିନ୍ତୁ ଘଟିଲା ଚମତ୍କାର। ଶରୀରର ଅଧିକାଂଶ ହାଡ ଭାଙ୍ଗି ଯାଇଥିବା ବେଳେ କ୍ଷତାକ୍ତ ବି ହୋଇଥିଲେ ସେ । ଏତେ ଉଚ୍ଚରୁ ପଡ଼ିବା ପରେ ବି ସେ ଚେତା ହରାଇ ନଥି‌ଲେ। ଦୁର୍ଘଟଣାର ଶିକାର ହେବା ପରେ  ହେଉଥିବା ଯନ୍ତ୍ରଣାକୁ ସେ ଅନୁଭବ କରିଥିଲେ।

ଏହି ଘଟଣା ପରେ ୨୫ଦିନ ହସ୍ପିଟାଲରେ ରହିଥିଲେ ଜାର୍ଡନ। ଆଉ ତାଙ୍କୁ ଚାଲିବା ପାଇଁ ୩ ମାସର ସମୟ ଲାଗିଥିଲା। ସେ ପୂରାପୂରି ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି। କାରଣ ସ୍କାଇଡ୍ରାଇଭର ତାଙ୍କର ସ୍ବପ୍ନ। ସେ ଏହାକୁ ଛାଡ଼ି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe