କାର ଟାୟାର ଭିତରେ ଅଜଗର, ମହିଳା ଚାଳକ ଭୟଭୀତ

Advertisment
କାର ଟାୟାର ଭିତରେ ଅଜଗର, ମହିଳା ଚାଳକ ଭୟଭୀତ

News Bust

ନୂଆଦିଲ୍ଲୀ: ନ୍ୟୁ ମେକ୍ସିକୋରେ ଜଣେ ମହିଳାଙ୍କ କାରର ଟାୟାର ଭିତରେ ଏକ ଅଜଗର ସାପ ଲୁଚି ରହିଥିବା ଘଟଣା ସାମ୍ନାକୁ ଆସିଛି। କାର ଟାୟାର ଭିତରେ ମହିଳା ଅଜଗର ସାପକୁ ଦେଖି ଭୟଭୀତ ହୋଇ ପୁଲିସ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ରୋଜୱେଲ ପୁଲିସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାର ଟାୟାର ଭିତରୁ ଅଜଗରକୁ ବାହାର କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଫଟୋ ଭାଇରାଲ ହେବାରେ ଲାଗିଛି।

ରୋଜୱେଲ ପୁଲିସ ବିଭାଗ ପକ୍ଷରୁ କରାଯାଇଥିବା ଏକ ଫେସବୁକ ପୋଷ୍ଟ ଅନୁଯାୟୀ, ଜଣେ ଅଧିକାରୀ ଅଜଗରକୁ ବାହାର କରି ସ୍ଥାନୀୟ ପଶୁ ସେବା ବିଭାଗକୁ ହସ୍ତାନ୍ତର କରିଥିଲେ। ପୁଲିସ ବିଭାଗ ଏହି ଫଟୋ ସେୟାର କରି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଅଗଷ୍ଟ ୨ ତାରିଖ ରାତିରେ ଘଟିଥିଲା।

ଏହି ପୋଷ୍ଟକୁ ଅଗଷ୍ଟ୪ରେ ସେୟାର କରାଯାଇଥିଲା। କାର ଟାୟାର ଭିତରେ ଅଜଗର ପଶିଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ୧୦୦ରୁ ଅଧିକ ଥର ଏହାକୁ ସେୟାର କରାଯିବା ସହିତ ୨୦୦ରୁ ଅଧିକ ପ୍ରତିକ୍ରିୟା ମଧ୍ୟ ଆସିଛି।

publive-image The Indian Express

ଏଥିସହିତ ପୋଷ୍ଟରେ ପୁଲିସ ଲେଖିଛି, ‘ଅଜଗର ସୋମବାର (ଅଗଷ୍ଟ ୩) ସକାଳେ ସହରର ପଶୁ ଆଶ୍ରୟସ୍ଥଳୀରେ ଅଛି। ଯଦି ଅଜଗର ମାଲିକ ଚାରି ଦିନ ମଧ୍ୟରେ ସାପକୁ ନେବାକୁ ଆସନ୍ତି ନାହିଁ, ତେବେ ଏହାକୁ ପୋଷ୍ୟ କରିବା ପାଇଁ ରଖାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe