ଅଜବ ଘଟଣା : ମୃତ୍ୟୁର ୧୦ ଦିନ ପରେ ମଧ୍ୟ ସନ୍ତାନ ଜନ୍ମ କଲେ ମହିଳା !

ଅଜବ ଘଟଣା : ମୃତ୍ୟୁର ୧୦ ଦିନ ପରେ ମଧ୍ୟ ସନ୍ତାନ ଜନ୍ମ କଲେ ମହିଳା !

rochakpost.com

କେପ୍‌ ଟାଉନ୍‌ : ପ୍ରତିଦିନ ଦେଶବିଦେଶର ପ୍ରତି କୋଣରୁ ଏମିତି କିଛି ଖବର ସାମ୍ନାକୁ ଆସୁଛି, ଯାହାକୁ ସହଜରେ ବିଶ୍ୱାସ କରିବା ଅସମ୍ଭବ । ନିକଟରେ ଦକ୍ଷିଣ ଆଫ୍ରିକାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ବିଶ୍ୱାସ କରିବା କଷ୍ଟ । ଏହା କିପରି ସମ୍ଭବ ବୋଲି ବୈଜ୍ଞାନିକମାନେ ଭାବିବା ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଥିବା ମଥିଆସି ଗାଁରେ ଜଣେ ମହିଳା ମୃତ୍ୟୁ ପରେ ମଧ୍ୟ ସନ୍ତାନ ଜନ୍ମ ଦେଇଥିବା ଜଣାପଡ଼ିଛି।ା ସୂଚନା ମୁତାବକ, ମହିଳାଜଣକ ମୃତ୍ୟୁବରଣ କରିବା ପରେ ତାଙ୍କ ମର ଶରୀରରକୁ ୧୦ଦିନ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ରଖା ଯାଇଥିଲା । ୧୦ଦିନ ପରେ ମହିଳାଙ୍କ ମର ଶରୀରକୁ କଫିନ୍‌ ଭିତରେ ରଖାଯାଇ ପରିବାର ଲୋକଙ୍କୁ ଦିଆଯାଇଥିଲା । କଫିନ୍‌ ଘରକୁ ନେଇ ପରିବାର ଲୋକେ ଖୋଲିବା ପରେ ଭିତରେ ଏକ ନବଜାତ ଶିଶୁଥିବା ଦେଖିଥିଲେ । କିନ୍ତୁ ସେତେବେଳକୁ କଫିନ୍‌ ଭିତରେ ଥିବା  ଶିଶୁଟି ଅଧିକ ସମୟ ରହି ମୃତ୍ୟୁବରଣ କରି ସାରିଥିଲା । ଦୁଇ ଜଣଙ୍କୁ ଏକା ସାଙ୍ଗରେ ପୋତା ଯିବା ପରେ ଏହି ଖବର ଚାରିଆଡ଼େ ବ୍ୟାପି ଯାଇଥିଲା ।

publive-image Firkee

ଘଟଣା ପ୍ରଘଟ ହେବା ପରେ ବୈଜ୍ଞାନିକମାନେ ଏ ବିଷୟରେ ଜାଣି ନିଜର ଗବେଷଣା ଆରମ୍ଭ କରିଥିଲେ। ଶେଷରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା । ମହିଳାଙ୍କ ମୃତ୍ୟୁ ସମୟରେ ସେ ୯ମାସର ଗର୍ଭବତୀ ଥିଲେ । ମୃତ୍ୟୁ ପରେ ତାଙ୍କୁ ୧୦ଦିନ ପର୍ଯ୍ୟନ୍ତ ଡ଼ାକ୍ତରଖାନାରେ ରଖା ଯାଇଥିବା ବେଳେ ଶରୀରର କ୍ରିୟାଗୁଡ଼ିକ ବନ୍ଦ ହୋଇଯିବାରୁ ମହିଳାଙ୍କ ଶରୀରରେ ମଧ୍ୟରେ ଗ୍ୟାସ୍‌ ଭର୍ତ୍ତି ହୋଇ ଯାଇଥିଲା। ଯାହା ଫଳରେ ପେଟ ଅଧିକ ଫୁଲିବା ସହ ତାଙ୍କ ପେଟରୁ ନବଜାତଟି ବାହାରକୁ ବାହାରି ଆସିଥିଲା । କିନ୍ତୁ ନବଜାତଟି ମୃତ କି ଜୀବିତ ଅବସ୍ଥାରେ ବାହାରକୁ ଆସିଥିଲା, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe