ମହିଳାଙ୍କ କାହାଣୀ ଶୁଣି ରାଗିଲେ ଲୋକେ: ମଜାକ୍‌ ଚାଲିଛି କି ବୋଲି ପଚାରିଲେ ପ୍ରଶ୍ନ

ମହିଳାଙ୍କ କାହାଣୀ ଶୁଣି ରାଗିଲେ ଲୋକେ: ମଜାକ୍‌ ଚାଲିଛି କି ବୋଲି ପଚାରିଲେ ପ୍ରଶ୍ନ

ନୂଆଦିଲ୍ଳୀ: ଆମ ଦେଶରେ ନିଜଠାରୁ ବୟସ୍କ ବ୍ୟକ୍ତିଙ୍କୁ ଭାଇ କିମ୍ବା ଦିଦି ଡାକିବାର ପରମ୍ପରା ଅତି ସାଧାରଣ କଥା। ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଆଜି ଆମେ ଆପଣଙ୍କୁ ଏ ବିଷୟରେ କାହିଁକି କହୁଛୁ। ଆପଣ ଏକଥ ବି ଜାଣିଥିବେ ଯେ ଆମ ସଂସ୍କୃତିରେ ଭାଇ ଭଉଣୀଙ୍କ ମଧ୍ୟରେ ବିବାହ ହୋଇନଥାଏ। ଯଦି ଜଣେ କାହାକୁ ଥରେ ଭାଇ ବୋଲି ଭାବିଦିଅନ୍ତ, ତାଙ୍କୁ ଜୀବନରେ ବିବାହ କରିବାକୁ କେବେ ଚିନ୍ତା କରନ୍ତି ନାହିଁ। ମାତ୍ର ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିରେ ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ଯେଉଁ ପୁରୁଷଙ୍କୁ ସେ ୮ ବର୍ଷ ଧରି ଭାଇ ଡାକୁଥିଲେ ତାଙ୍କୁ ଶେଷରେ ବିବାହ କରିଛନ୍ତି।

ମହିଳା ଜଣକ ପତି-ପତ୍ନୀ ଓ ତାଙ୍କ ପିଲାର ଫଟୋକୁ ମିଶାଇ ଏକ ଭିଡିଓ କରି ପୋଷ୍ଟ୍‌ କରିବା ସହ ସେଥିରେ ଲେଖିଛନ୍ତି, ‘ଆମେ ସଂପର୍କୀୟ ଥିବାରୁ ଓ ସେ ମୋ ଠାରୁ ବଡ଼ ‌ହୋଇଥିବାରୁ ମୁଁ ତାଙ୍କୁ ୮ ବର୍ଷ ଧରି ଭାଇ ଡାକୁଥି‌ଲି। ଏବେ ‘ଭୈୟାରୁ ସେୟାଁ’ ହୋଇ ଯାଇଛନ୍ତି।’

ମହିଳାଙ୍କର ଏହି ପୋଷ୍ଟ୍‌କୁ ସୋସିଆ‌ଲ୍‌ ମିଡିଆ ବ୍ୟବହାରକାରୀ ଆଦୌ ପସନ୍ଦ କରିନାହାନ୍ତି। ଜଣେ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି, ‘କାହାକୁ ଭାଇ ଡାକିଦେଲେ କେହି ଭାଇ ହୁଅନ୍ତିନି। ହେଲେ ‘ଭୈୟାରୁ ସେୟାଁ’ କ୍ୟାପ୍‌ସନ୍‌ଟି ଆଦୌ ଭଲ ଲାଗୁନାହିଁ। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି, ‘ମଜାକ ଚାଲିଛି କି?’

ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର୍‌ ହେବା ପରେ ଏଥିରେ ୫ ମିଲିୟନ୍‌ରୁ ଅଧିକ ଭିୟୁ ହୋଇ ସାରିଲାଣି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓ ଇନଷ୍ଟାଗ୍ରାମରେ ଭିନି ଏବଂ ଜୟଙ୍କ ପୃଷ୍ଠାରେ ସେୟାର କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe