ଚଳନ୍ତା ଟ୍ରେନରେ ଯାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା

Advertisment
ଚଳନ୍ତା ଟ୍ରେନରେ ଯାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା

ଲକ୍ଷ୍ମୌ:  ଚଳନ୍ତା ଟ୍ରେନ୍‌ରେ ଏକ ଦମ୍ପତିଙ୍କ ସହିତ ଏମିତି କିଛି ଘଟଣା ଘଟିଛି ଯାହା ସେ ଦୁହିଁଙ୍କ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ସାରା ଜୀବନ ରହିଯିବ। ଉତ୍ତରପ୍ରଦେଶର କାନପୁରରେ ବାସିନ୍ଦା  ହୃତେଶ ପୂର୍ବା ଏକ୍ସପ୍ରେସ୍‌ରେ ନିଜର ପତ୍ନୀ ଜ୍ୟୋତି ଦେବୀଙ୍କ ସହିତ ଦୁର୍ଗାପୁରରୁ କାନପୁର ଯାଉଥିଲେ। ଗର୍ଭବତୀ ଥିବା ଜ୍ୟୋତିଙ୍କର ଆକସ୍ମିକ ଭାବେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା।

Image result for woman-gives-birth-twin-in-running-train WGAU

ମହିଳାଙ୍କ ଯନ୍ତ୍ରଣା ଦେଖି ପାଖଆଖ ବଗିରେ ଥିବା ଅନ୍ୟ ମହିଳାମାନେ ତାଙ୍କ ପାଖକୁ ଧାଇଁ ଆସିଥିଲେ। ସଙ୍ଗେସଙ୍ଗେ ଟ୍ରେନ୍‌ର ବଗିକୁ ଏକ ଲୁଗାରେ ଘେରେଇ ଦେଇଥିଲେ। ଏହାରି ଭିତରେ ଜ୍ୟୋତି ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମା’ ଓ ଶିଶୁକୁ ତୁରନ୍ତ ହସ୍‌ପିଟାଲ୍‌ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଚିକିତ୍ସା ପରେ ଉଭୟ ସୁସ୍ଥ ଅଛନ୍ତି।

ଶନିବାର ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଉତ୍ତରପ୍ରଦେଶରେ ରହୁଥିବା ଜ୍ୟୋତି ଦେବୀ (୨୮) ତାଙ୍କ ସ୍ୱାମୀ ହୃତେଶଙ୍କ ସହିତ ଶୁକ୍ରବାର ପୂର୍ବା ଏକ୍ସପ୍ରେସ୍‌ରୁ ଦୁର୍ଗାପୁର ଯାଉଥିଲେ। ଟ୍ରେନ୍‌ ଆରା ରେଳ ଷ୍ଟ୍ରେସନ୍‌ରେ ଅଟକି ଥିବା ବେଳେ ମହିଳାଙ୍କ ପ୍ରସବ ପୀଡ଼ା ଆରମ୍ଭ ହୋଇଯାଇଥିଲା। ଏହାପରେ ଉକ୍ତ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ଘଟଣା ସମ୍ପର୍କରେ ଦାନାପୁର କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। କଣ୍ଟ୍ରୋଲ ରୁମ୍‌ ଏହାର ସୂଚନା ବକ୍ସର ଷ୍ଟେସନ୍‌ ଅଧିକାରୀଙ୍କୁ ଦେଇଥିଲେ।

Image result for woman-gives-birth-twin-in-running-train National Geographic

ବକ୍ସର ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିବା ପରେ ରେଳବାଇ ପୁଲିସ ଜଣେ ମହିଳା ଡାକ୍ତରଙ୍କର ସେଠାରେ ବନ୍ଦୋବସ୍ତ କରି ଦେଇଥିଲେ। ଟ୍ରେନ୍‌ରେ ପ୍ରାଥମିକ ଚିକିତ୍ସା ପରେ ମା’ ଓ ଶିଶୁଙ୍କୁ ରେଳବାଇ ପୁଲିସ ସଦର ହସ୍‌ପିଟାଲ ନେଇ ଯାଇଥିଲେ। ଅଧଘଣ୍ଟା ପରେ ଟ୍ରେନ୍‌ଟି ତାର ଗନ୍ତବ୍ୟସ୍ଥଳକୁ ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା। ଯାଆଁଳା ସନ୍ତାନକୁ ଜନ୍ମ ଦେଇ ଦମ୍ପତି ଖୁସି ହୋଇ ଏହି ଦିନକୁ କେବେ ଭୁଲିି ପାରିବେ ନାହିଁ ବୋଲି କହିବା ସହିତ ରେଳ ଅଧିକାରୀ ଓ ମହିଳା ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାରଣ ସେମାନଙ୍କ ସାହାଯ୍ୟ ବିନା  ପ୍ରସବ ସମ୍ଭବ ହୋଇ ନ ଥାନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe