ଖାକି ପୋଷାକରେ ନଜର ଅସୁଥିବା ମହିଳା କରଜ ଦେଇଥିବା ଟଙ୍କାକୁ ଫେରସ୍ତ ପାଇବାର ସୂତ୍ର କହିଲେ

Advertisment
ଖାକି ପୋଷାକରେ ନଜର ଅସୁଥିବା ମହିଳା କରଜ ଦେଇଥିବା ଟଙ୍କାକୁ ଫେରସ୍ତ ପାଇବାର ସୂତ୍ର କହିଲେ

ନୂଆଦିଲ୍ଲୀ: ସମୟସମୟରେ ଆବଶ୍ୟକ ପଡ଼ିଲେ କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ସାଙ୍ଗସାଥୀ ବନ୍ଧୁବାନ୍ଧକ ଓ ଚିହ୍ନାଲୋକଙ୍କ ଠାରୁ ଟଙ୍କା କରଜରେ ନେଇ ଥାଆନ୍ତି। ଆଉ ଖୁବଶୀଘ୍ର ସୁଝି ଦେବେ ବୋଲି କଥା ବି ଦେଇଥାଆନ୍ତି। କିନ୍ତୁ ଦିନ ପରେ ଦିନ ଏମିତି ମାସମାସ ବର୍ଷବର୍ଷ ବିତି ଯାଇଥିଲେ ବି ସେମାନେ ଟଙ୍କା ଦିଅନ୍ତି ନାହିଁ କି କୌଣସି ପ୍ରକାର ଯୋଗାଯୋଗ କରନ୍ତି ନାହିଁ। ଏଭଳି କ୍ଷେତ୍ରରେ ‌ଯେଉଁମାନେ ଟଙ୍କା ଦେଇଥାଆନ୍ତି ସେମାନେ ଚିନ୍ତାରେ ପଡ଼ି ଯାଇଥାଆନ୍ତି।

ଏଭଳି ଲୋକଙ୍କ ପାଇଁ ନିକଟରେ ଭାଇରାଲ ହୋଇଥିବ‌ା ଏକ ଭିଡିଓ ଗୁରୁମନ୍ତ୍ର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଖାକି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି, ଯିଏକି ଋଣ ଦେଇଥିବା ଟଙ୍କା ‌କେମିତି ଆଇନଗତ ଉପାୟରେ ଫେରସ୍ତ ପାଇହେବ ସେନେଇ ଲୋକଙ୍କୁ ବୁଝାଇ କହୁଛନ୍ତି।

ଉକ୍ତ ମହିଳା ଜଣକ କହୁଛନ୍ତି,‘ ଯେଉଁ ଲୋକମାନେ ଅନ୍ୟଙ୍କୁ ଟଙ୍କା ‌‌‌ଦେବାର ପ୍ରମାଣ ରଖିଛନ୍ତି ସେମାନଙ୍କୁ ତ କରଜ ଦେଇଥିବା ଟଙ୍କା ଆଦାୟ କରିବାରେ ସୁବିଧା ହେବ। କିନ୍ତୁ ଯେଉଁଲୋକମାନେ ଟଙ୍କା ଦେବା ସମୟରେ କୌଣସି ପ୍ରମାଣ ରଖିଥାଆନ୍ତି ସେମାନଙ୍କ କ୍ଷେତ୍ରରେ ମୁଁ କହିବି ଆପଣ ଯାହାଙ୍କୁ ଟଙ୍କା ଦେଇଛନ୍ତି ଗୋଟିଏ ମ‌େସେଜ କରନ୍ତୁ କି ଆଜ୍ଞା ମୋର ଟଙ୍କା ଫେରାଇ ଦିଅନ୍ତୁ। ଏହାର ଉତ୍ତର ସେ ଯାହା ଦେବେ ତାହାକୁ ଆପଣ ପ୍ରମାଣ ଭାବେ ରଖି ପାରିବେ।

ଯାହାକୁ ଆଧାର କରି ଆପଣ କୋର୍ଟ ଯାଇ ଇଣ୍ଡିୟନ ଏଭିଡେନ୍ସ ଆକ୍ଟର ଧାରା ୬୫ବି ଜରିଆରେ ସାର୍ଟିଫିକେଟ ଲଗାଇ ଦିଅନ୍ତୁ। ଦେଖିବେ ଆପଣଙ୍କୁ ଆପଣଙ୍କ ଟଙ୍କା ମିଳିଯିବ।

ଉକ୍ତ ମହିଳାଙ୍କ ଟଙ୍କା ଫେରସ୍ତ ପାଇବାର ଏହି ଉପାୟ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe