ସ୍ତ୍ରୀର ଜନ୍ମଦିନରେ ଲିଭିଗଲା ସ୍ବାମୀର ଜୀବନ ଦୀପ, ଅଧାରେ ରହିଗଲା ସବୁ ବଚନ

Advertisment
ସ୍ତ୍ରୀର ଜନ୍ମଦିନରେ ଲିଭିଗଲା ସ୍ବାମୀର ଜୀବନ ଦୀପ, ଅଧାରେ ରହିଗଲା ସବୁ ବଚନ

Times of India

ହାଇଦ୍ରାବାଦ୍: ସ୍ତ୍ରୀର ଜନ୍ମଦିନରେ ଲିଭି ଯାଇଛି ସ୍ବାମୀର ଜୀବନ ଦୀପ। ସାତ ଜନମ ପାଇଁ ଦୁହେଁ ସାଥୀରେ ରହିବା ପାଇଁ କଥା ଦେଇଥିଲେ ମଧ୍ୟ ଅଧା ବାଟରେ ଏକା କରି ଚାଲିଯାଇଛି ସ୍ବାମୀ। ଜନ୍ମଦିନକୁ ସ୍ମରଣୀୟ କରିବାକୁ ଘରେ ଯୋଜନା କରୁଥିବା ସ୍ତ୍ରୀ ପାଇଁ ନିଜ ଜନ୍ମଦିନଟି ସବୁଦିନ ପାଇଁ ଅଶୁଭ ପାଲଟିଯାଇଛି। ଘଟଣାଟି ଘଟିଛି ଆମେରିକାର ଡଲ୍ଲାମ ସହରରେ ରହୁଥିବା ଦିବ୍ୟାଙ୍କ ସହ। ଘରେ ଗର୍ଭବତୀ ଦିବ୍ୟା ନିିଜର ଜନ୍ମଦିନ ପାଳନ କରିବା ପାଇଁ ସ୍ବାମୀ ପ୍ରଶାନ୍ତଙ୍କୁ ଅପେକ୍ଷା କରି ରହିଥିବା ବେଳେ ସେ ନ ଆସି ଅ‌ାସିଥିଲା ତାଙ୍କ ମୃତ୍ୟୁ ଖବର। ହୃଦଘାତ କାରଣରୁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ଦିବ୍ୟା ବଞ୍ଚିବାର ସବୁ ଆଶା ହରାଇ ବସିଥିଲେ। କିିନ୍ତୁ ଠିକ୍ ସେହି ସମୟରେ ବଞ୍ଚିବାର ନୂଆ ଆଶା ନେଇ ତାଙ୍କ ଜୀବନକୁ ଆସିଥିଲା ତାଙ୍କ ଝିଅ। ପ୍ରଶାନ୍ତଙ୍କ ମୃତ୍ୟୁର ୨୪ଘଣ୍ଟା ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଦିବ୍ୟା।

Image result for death Sabrangindia

ପ୍ରଶାନ୍ତଙ୍କ ଜଣେ ସହଯୋଗୀ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି କି, ଆମେରିକୀ ଏୟାରଲାଇନରେ କାମ କରୁଥିଲେ ପ୍ରଶାନ୍ତ। ବୁଧବାର ହଠାତ୍ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ୯୧୧ରେ କଲ୍ କରିବାକୁ କହିଥିଲେ। ତାଙ୍କ ଦେହରୁ ଜୋରରେ ଝାଳ ବହିବା ସହ ୧୫ମିନିଟ୍ ଭିତରେ ସେ ଅଚେତ୍ ହୋଇଯାଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବାଟରେ ସେ ‌ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe