ବୃଦ୍ଧା ପାଳିଲେ ୧୧୯ତମ ଜନ୍ମଦିନ: ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା

Advertisment
ବୃଦ୍ଧା ପାଳିଲେ ୧୧୯ତମ ଜନ୍ମଦିନ: ସୋସିଆଲ ମିଡିଆ ବ୍ୟବହାରକାରୀ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜନ୍ମଦିନ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଯଦି ଆମେ ଦୁନିଆର ସବୁଠାରୁ ବୟସ୍କା ମହିଳାଙ୍କ ବିଷୟରେ କଥା ହେବା, ତେବେ ସମଗ୍ର ବିଶ୍ୱ ତାଙ୍କ ଜନ୍ମଦିନ ପାଳନ କରିଥାଏ। ଜାପାନର ବୃଦ୍ଧା କେନ୍ ତନାକାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ବିଶ୍ୱର ସର୍ବ ପୁରାତନ ମହିଳା ଏବଂ ବିଶ୍ୱର ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିବା ବୃଦ୍ଧା ଭାବରେ ମାନ୍ୟତା ଦେଇଛି।

ତନାକା ଜାନୁଆରି ୨ ତାରିଖରେ ତାଙ୍କର ୧୧୯ ତମ ଜନ୍ମଦିନ ପାଳନ କରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ଅନେକ ଆଲୋଚନା ହେଉଛି । ସମସ୍ତେ କେନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘ ଜୀବନର ରହସ୍ୟ ଜାଣିବାକୁ ଚାହିଁଛନ୍ତି।

दुनिया की सबसे बुजुर्ग महिला ने मनाया अपना 118वां जन्मदिन, सोशल मीडिया पर लोगों ने दिए गजब रिएक्शन

ତନାକା ୧୯୦୩ ଜାନୁଆରି ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଜଣେ ସାମ୍ବାଦିକ ତାଙ୍କୁ ତାଙ୍କର ଦୀର୍ଘ ବୟସର ରହସ୍ୟ ବିଷୟରେ ପଚାରିଥିଲେ।

ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ତନାକା କହିଥିଲେ ଯେ ତାଙ୍କ ଏତେ ଦିନ ବଞ୍ଚିବାର ରହସ୍ୟ ହେଉଛି ଠିକ୍ ସମୟରେ ଏବଂ ଅନୁପାତରେ ଖାଇବା ଏବଂ ପ୍ରତିଦିନ କିଛିକିଛି ନୂଆ ଶିଖିବା। ତାଙ୍କର ଲକ୍ଷ୍ୟ ହେଉଛି ୧୨୦ ବର୍ଷ ବଞ୍ଚିବା। ତନାକା ବର୍ତ୍ତମାନ ଜାପାନର ଫୁକୁଓକାର ଏକ ନର୍ସିଂହୋମରେ ରୁହନ୍ତି ।

ଜାପାନରେ କରୋନା ମହାମାରୀ ଅଧିକ ବ୍ୟାପିଛି, ତଥାପି କେନ୍ ତନାକା ଏଭଳି ପରିସ୍ଥିତିରେ ପ୍ରତିଦିନ ଏକ ସୁଖମୟ ଜୀବନଯାପନ କରୁଛନ୍ତି।

ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ କେନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ଯେ ସେ ଦୀର୍ଘ ବର୍ଷ ଧରି ଏହିପରି ସୁସ୍ଥ ଜୀବନଯାପନ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe