ବାରବୁଲା କୁକୁରଙ୍କ ପାଇଁ ସରକାରୀ ଚାକିରି ଛାଡ଼ି ଦେଇଛନ୍ତି ଏହି ମହିଳା

Advertisment
ବାରବୁଲା କୁକୁରଙ୍କ ପାଇଁ ସରକାରୀ ଚାକିରି ଛାଡ଼ି ଦେଇଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଯେଉଁମାନେ ପଶୁମାନଙ୍କୁ ଭଲ ପାଆନ୍ତି, ସେମାନେ ନିଜ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି । ଅଧିକାଂଶ ଲୋକ କୁକୁରମାନଙ୍କୁ ନିଜ ଘରେ ପରିବାରର ସଦସ୍ୟ ଭଳି ରଖିଥାଆନ୍ତି। ଆସନ୍ତୁ ଜାଣିବା ଏପରି ଜଣେ ପଶୁପ୍ରେମୀ ମହିଳାଙ୍କ ବିଷୟରେ, ଯିଏ ବୁଲା କୁକୁରଙ୍କୁ ଖୁବ ସ୍ନେହ କରୁଥିବା ଜଣାପଡ଼ିଛି।

ଗୁଜୁରାଟର ଅହମ୍ମଦାବାଦ ନିବାସୀ ଝଖନା ଶାହା ଯେତେବେଳେ ବାରବୁଲା କୁକୁରମାନଙ୍କର ସମସ୍ୟା ଦେଖିଥିଲେ, ସେତେବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ। ଝଖନାଙ୍କ ବ୍ୟତୀତ ତାଙ୍କ ବାପା ବି କୁକୁରମାନଙ୍କୁ ବହୁତ ଭଲ ପାଇ ଥାଆନ୍ତି।

ରିପୋର୍ଟ ଅନୁଯାୟୀ, ଅନ୍ୟ ଲୋକଙ୍କ ପରି ଝଖନା ନିଜେ ବିଲେଇ କୁକୁରମାନଙ୍କୁ ରୁଟି, ବିସ୍କୁଟ ଏବଂ କ୍ଷୀର ଦେବା ଆରମ୍ଭ କଲେ। ରାସ୍ତାରେ ଅନେକ ଆହତ ଏବଂ ପଙ୍ଗୁ କୁକୁର ବୁଲି ଥାଆନ୍ତି। ଯେଉଁମାନଙ୍କ ପକ୍ଷେ ଖାଦ୍ୟ ସଂଗ୍ରହ କରି ଖାଇବା ସହଜ ହୋଇ ନଥାଏ। ଏଭଳି କୁକୁରମାନଙ୍କ ଖାଦ୍ୟର ବ୍ୟବସ୍ଥା କରିଥାଆନ୍ତି ଝଖନା। କୁକୁରମାନଙ୍କୁ ଖାଇବାକୁ ଦେଲେ ସେ ନିଜ ଭିତରେ ଏକ ଆତ୍ମସନ୍ତୋଷ ଲାଭ କରି ଥାଆନ୍ତି।

୪୫ ବର୍ଷିୟ ଝଖନା ନିଜର ପୂରା ଜୀବନ କୁକୁରମାନଙ୍କ ସେବାରେ ଲଗାଇ ଦେଇଛନ୍ତି। ଏହି କାମ ପାଇଁ ତାଙ୍କ ପିତାମାତା ମଧ୍ୟ ଝଖନାଙ୍କୁ ସମର୍ଥନ କରନ୍ତି । ସେ ଏକ ଏନଜିଓ ସହିତ ମଧ୍ୟ ଜଡିତ ଅଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଝଖନା କୁକୁରଙ୍କ ସେବା ପାଇଁ ସରକାରୀ ଚାକିରି ଛାଡି ଦେଇଛନ୍ତି। ସେ ପ୍ରତିଦିନ ପ୍ରାୟ ୧୩୦ କୁକୁରଙ୍କୁ ଖାଇବାକୁ ଦିଅନ୍ତି ଏବଂ ଏକ ମାସରେ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥାଆନ୍ତି । ଝଖନା ଗତ ୨୧ ବର୍ଷ ଧରି କୁକୁରମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe