କର୍କଟ ରୋଗର ଶିକାର ହୋଇ ନିଜର ଜିଭ ହରାଇଥିଲେ, ଶରୀରର ଏହି ଅଙ୍ଗରୁ ଡାକ୍ତର ତିଆରି କଲେ ନୂଆ ଜିଭ

କର୍କଟ ରୋଗର ଶିକାର ହୋଇ ନିଜର ଜିଭ ହରାଇଥିଲେ, ଶରୀରର ଏହି ଅଙ୍ଗରୁ ଡାକ୍ତର ତିଆରି କଲେ ନୂଆ ଜିଭ

ladbible.com

ନୂଆଦିଲ୍ଲୀ: ଜଣେ ୩୬ବର୍ଷୀୟା ମହିଳାଙ୍କ ପାଟିରେ ନୂଆ ଜିଭ ଲାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କର୍କଟ ରୋଗର ଶିକାର ହେବା ପରେ ମହିଳାଙ୍କ ଜିଭ କାଟିବା ପାଇଁ କହିଥିଲେ ଡାକ୍ତର। ଯାହାକୁ ଶୁଣି ସେ ଚିନ୍ତାଗ୍ରସ୍ତ ହୋଇ ଯାଇଥିବା ବେଳେ ପରେ ଡାକ୍ତର ସମସ୍ୟାର ସମାଧାନର ବାଟ ଜଣାଇଥିଲେ। ଜିଭ କଟାଯିବା ପରେ ମଧ୍ୟ ହାତରୁ ମାଂସ ନେଇ ନୂଆ ଜିଭ ତିଆରି ହୋଇ ପାରିବ ବୋଲି ଡାକ୍ତର କହିବା ପରେ ମହିଳାଙ୍କ ଚିନ୍ତା ଦୂର ହୋଇଥିଲା।

Woman loses tongue to cancer, gets new one made from her arm timesnownews.com

ସୂଚନା ମୁତାବକ, ବାକିଂଙ୍ଗମଶାୟରରେ ଥିବା ଆୟଲ୍ସବରିରେ ରହୁଥବା ଷ୍ଟେଫାନିଙ୍କ ସହ ଏଭଳି ଘଟଣା ଘଟିଛି। ହଠାତ ତାଙ୍କ ଜିଭରେ ଛୋଟ ଛୋଟ ଘା’ ହେବ‌ା ସହ ତାଙ୍କ ଜିଭ ‌କୌଣସି ଜିନିଷକୁ ଅନୁଭବ କରିବା ବନ୍ଦ କରି ଦେଇଥିଲା। ଏ ନେଇ ସେ ଡାକ୍ତରଙ୍କୁ ଦେଖାଇବା ପରେ ପରୀକ୍ଷାରେ ତାଙ୍କୁ ସ୍କେମସ ସେଲ କାର୍ସିିନୋମା କର୍କଟ ରୋଗ ହୋଇଥିବା ଜଣା ପଡ଼ିଥିଲା। ରୋଗ ବିଷୟରେ ଜାଣିବା ପରେ ଡାକ୍ତର ତୁରନ୍ତ ଷ୍ଟେଫାନିଙ୍କ ଜିଭ କାଟିବାକୁ କହିଥିଲେ। ପ୍ରାୟ ୬ଘଣ୍ଟାର ସର୍ଜରୀ ପରେ ବେକ ମଧ୍ୟ ଦେଇ ଡାକ୍ତର ଷ୍ଟେଫାନିଙ୍କ ଅଧା ଜିଭ କାଟିଥିଲେ। ଏହା ପରେ ପରେ ତାଙ୍କ ବାମ ହାତରୁ କିଛି ମାଂସ ନେଇ ସେ ଷ୍ଟେଫାନିଙ୍କର ନୂଆ ଜିଭ ଲଗାଇଥିଲେ। ଏବେ ସେ ଠିକ୍ ଭାବରେ କଥା ନ ହୋଇ ପାରୁଥିଲେ ମଧ୍ୟ କର୍କଟ ରୋଗରୁ ସଂପୂର୍ଣ୍ଣ ମୁକ୍ତ ହୋଇ ଯାଇଥିବା ଡାକ୍ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe