ପେନକ୍ଲିୟର ସେବନ କରି ସମସ୍ତ ଦାନ୍ତ ହରାଇଥିବା ଦାବି କରିଛନ୍ତି ଏହି ଯୁବତୀ

ପେନକ୍ଲିୟର ସେବନ କରି ସମସ୍ତ ଦାନ୍ତ ହରାଇଥିବା ଦାବି କରିଛନ୍ତି ଏହି ଯୁବତୀ

ନୂଆଦିଲ୍ଲୀ: ନିକଟରେ ଜଣେ ଯୁବତୀ କରିଥିବା ଦାବି ଚର୍ଚ୍ଚାରେ ରହିଛି। ଉକ୍ତ ଯୁବତୀ ଜଣକ ଦାବି କରି କହିଛନ୍ତି କି, ‘ପେନକ୍ଲିୟର ଖାଇବା ହେତୁ ମୋର ସମସ୍ତ ଦାନ୍ତକୁ ମୁଁ ହରାଇ ଦେଇଛି।’

କନାଡାର ଭା‌ଙ୍କୋବରରେ ରହୁଥିବା ନତାଲି ଲକାସେ କହିଛନ୍ତି, ‘୧୨ବର୍ଷ ବୟସ ହୋଇଥିବା ବେଳେ ମୋର ହନୁହାଡରେ ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ପରେ ଜାଣିଲି ଟିଏମଡିରେ ପୀଡିତ ଅଛି। ଯେଉଁ କାରଣରୁ ମୋର ବାମପାର୍ଶ୍ବର ହନୁହାଡ଼ ଠିକ ଭାବେ କାମ କରୁ ନଥିଲା। ଆଉ ଦିନକୁ ଦିନ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଥିଲା। ଫଳରେ ୧୮ବର୍ଷ ବୟସରେ ପେନକ୍ଲିୟର ସେବନ କରିବା ଆରମ୍ଭ କରିଥିଲି। ଏହାଦ୍ବାରା ମୋତେ ୫ମାସ ପର୍ଯ୍ୟନ୍ତ ବାନ୍ତି ହୋଇଥିଲା। ପେଟରେ ଛାଲ ପଡ଼ିଯାଇଥିଲା। ୧୯ବର୍ଷ ବୟସରେ ଦାନ୍ତସବୁ ଉପୁଡ଼ି ଯାଇଥିଲା।

ଏଭଳି ପରିସ୍ଥିତିରେ  ୧୮ବର୍ଷ ବୟସରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲି। ଏହି ଦୁର୍ଘଟଣା ପରେ ପିଠିର ତଳପାର୍ଶ୍ବରେ ଥିବା ମାଂସପେଶୀରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ମୋତେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଏହି ସମୟରେ ଡାକ୍ତର ମୋତେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏକ ପେନକ୍ଲିୟର ଔଷଧ ଦେଇଥିଲେ।

ଏହି ପେନକ୍ଲିୟରକୁ ୨ସପ୍ତାହ ଧରି ସେବନ କରିବାପରେ ମୋର ବାନ୍ତି ହୋଇଥିଲା। ବାନ୍ତିପରେ ଦାନ୍ତ ଘସିଥାଏ। ଏହି ସମୟରେ ଦେଖିଲି ମୋର ଗୋଟିଏ ପରେ ଗୋଟିଏ ଦାନ୍ତ ଝଡ଼ିବା ଆରମ୍ଭ କରିଥିଲା। ଡାକ୍ତରଙ୍କୁ ଏହି ସମସ୍ୟା କହିବା ପ‌ରେ ସେ ମୋତେ ଡ୍ରଗ୍ସ ସେବନ କରୁଛ ବୋଲି କହିଥିଲେ, କିନ୍ତୁ ମୁଁ ଏସବୁ କିଛି କରୁ ନଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe