ସମସ୍ୟା କଲାନି ୪୬ ବର୍ଷର ବୟସ ବ୍ୟବଧାନ: ୭୧ ବର୍ଷୀୟ ବୃଦ୍ଧଙ୍କୁ ପ୍ରେମ କରିବସିଲେ ୨୫ ବର୍ଷୀୟା ଯୁବତୀ

Advertisment
ସମସ୍ୟା କଲାନି ୪୬ ବର୍ଷର ବୟସ ବ୍ୟବଧାନ:  ୭୧ ବର୍ଷୀୟ ବୃଦ୍ଧଙ୍କୁ ପ୍ରେମ କରିବସିଲେ ୨୫ ବର୍ଷୀୟା ଯୁବତୀ

www.aajtak.in

ନୂଆଦିଲ୍ଲୀ: କଥାରେ ଅଛି ଜାତି, ବର୍ଣ୍ଣ, ବୟସ ସବୁ କିଛି ଛୋଟ ପଡ଼ିଯାଏ ପ୍ରେମ ଆଗରେ। ପ୍ରେମ ଯଦି ସତ ହୁଏ ଏସବୁ କିଛି ଭିତ୍ତିହୀନ ହୋଇଯାଏ । ସେପରି ଏକ ଜ୍ବଳନ୍ତ ଉଦାହରଣ ଆଜି ଆମେ ଆପଣଙ୍କ ସ‌ାମ୍ନାରେ ରଖିବୁ।  ଜଣେ ୨୫ ବର୍ଷୀୟା ଯୁବତୀ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମ କାହାଣୀ ଏବେ ସଭିଙ୍କୁ ଚକିତ କରିଛି।

ଯୁବତୀ ଜଣକ ହେଉଛନ୍ତି ଡେନିୟଲ୍‌ ରିଫ୍‌। ସେ ଭଲପାଉଥିବା ବୃଦ୍ଧଙ୍କ ନାମ ରେକି ମାଷ୍ଟର ହାବର୍ଡ ରିଫ୍‌। ରେକି ମାଷ୍ଟର ଥରେ ଡେନିୟଲଙ୍କୁ ତାଙ୍କ ସ୍ବାସ୍ଥଗତ ସମସ୍ୟାରେ ସାହାଯ୍ୟ କରିବା ପରେ ରେକି ମାଷ୍ଟରଙ୍କ ପ୍ରତି ଆକର୍ଷିତ ଅନୁଭବ କରିଥିଲେ ଡେନିୟଲ୍‌। ତା’ପରେ ସେ ତାଙ୍କୁ ପ୍ରେମ କରିବସିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଏତେ ନିବିଡ଼ ହୋଇଗଲା ଯେ ସାକ୍ଷାତ୍‌ର ମାତ୍ର ୪ ସପ୍ତାହ ମଧ୍ୟରେ ସେ ଦୁହେଁ ପରସ୍ପରଙ୍କୁ ବିବାହ କରିବସିଲେ।

publive-image www.aajtak.in

ଯଦିଓ ବନ୍ଧୁ ଓ ପରିବାର ଲୋକ ସେମାନଙ୍କୁ କୌଣସି ପ୍ରକାରର ସମର୍ଥନ ଦେଇନାହାନ୍ତି ହେଲେ ବି ସେମାନେ ବେଶ୍‌ ଖୁସି ଥିବା କହିଛନ୍ତି। କେହି କେହି ସୋସିଆଲ୍‌ ମିଡିଆରେ ସେମାନଙ୍କୁ ଜେଜେ-ନାତୁଣୀ ବୋଲି ବି କହିକି ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି କି ଏବେ ସେସବୁ ନକାରାତ୍ମକ କଥା ଉପରେ ସେମାନେ ଧ୍ୟାନ ଦେଉନାହାନ୍ତି।

ଦୁହିଁଙ୍କ ମଧ୍ୟରେ ୪୬ ବର୍ଷର ବୟସ ବ୍ୟବଧାନ। ହେଲେ ବି ସେମାନଙ୍କ ପ୍ରେମ ପରସ୍ପରଙ୍କ ପ୍ରତି ସାମାନ୍ୟ ବି କମ୍‌ ହୋଇନାହିଁ। ସେମାନେ କହନ୍ତି ଯେ ବୟସ ସେମାନଙ୍କ ପ୍ରେମ ପାଇଁ ପ୍ରତିବନ୍ଧକ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe