ଅନ୍ଧବିଶ୍ୱାସ: ବର ପରିବାରର ସମସ୍ତ ପୁରୁଷଙ୍କୁ ବିବାହ କରନ୍ତି କନ୍ୟା, ପ୍ରାପ୍ତ ବୟସ୍କ ହେଲେ ମହିଳାଙ୍କଠାରୁ ପାହାର ଖାଆନ୍ତି ପୁରୁଷ

Advertisment
ଅନ୍ଧବିଶ୍ୱାସ: ବର ପରିବାରର ସମସ୍ତ ପୁରୁଷଙ୍କୁ ବିବାହ କରନ୍ତି କନ୍ୟା, ପ୍ରାପ୍ତ ବୟସ୍କ ହେଲେ ମହିଳାଙ୍କଠାରୁ ପାହାର ଖାଆନ୍ତି ପୁରୁଷ

ଯୁଗ ଏତେ ଆଧୁନିକ ହେବା ପରେ ବି ଏଯାଏ ପୂରାପୂରି ଭାବେ ଲିଭିନି ଅନ୍ଧବିଶ୍ୱାସ। ଏବେ ବି ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ନାନା ବିଚିତ୍ର କାର୍ଯ୍ୟ ସବୁ କରୁଥିବାର ଦେଖିବାକୁ ମିଳୁଛି। ଅନ୍ଧଭାବରେ ପାଳନ କରାଯାଉଥିବା କେତେକ ପ୍ରଥାକୁ ଲୋକେ ଜୋର୍‌ କରି ପରମ୍ପରାର ନାମ ଦିଅନ୍ତ। ଶନିବାର ନଖ କାଟିବା ଏବଂ ପିଲାଙ୍କୁ କଳା ଟୀକା ନଲଗଇବା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ ବୋଲି ଏବେ ବି ଲୋକେ ବିଶ୍ୱାସ କରନ୍ତି। ଖାଲି ଏତିକି ନୁହେଁ, ଏହି ଭଳି ଭାବେ ଲୋକଙ୍କ ମନରେ ଲୁଚି ରହିଛି ଗୁଡ଼ାଏ ଅନ୍ଧବିଶ୍ୱାସ।

publive-image

ହିମାଳଚ ପ୍ରଦେଶର କୁନୁର୍‌ ସ୍ଥାନ ବିଷୟରେ କଥା ଉଠିଲେ ଯେକେହି ବି ଏକ ସୁନ୍ଦର ପର୍ଯଟନସ୍ଥଳୀର ରୂପ ମନରେ ଆଙ୍କି ବସିବେ। ମାତ୍ର ସେଠାରେ ଥିବା ପ୍ରଥା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ସେଠାକାର ଯୁବତୀ ଜଣଙ୍କୁ ବିବାହ କରନ୍ତି ନାହିଁ। ସେମାନେ ବର ପରିବାରର ସମସ୍ତ ପୁରୁଷଙ୍କୁ ଜଣେ ପରେ ଜଣେ ବିବାହ କରନ୍ତି। ଏପରି କଲେ ଶୁଭ ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି।

publive-image

ସେହିପରି ଭାରତର ଏକ ଅଞ୍ଚଳର ଲୋକେ ବିଶ୍ୱାସ କରନ୍ତି ଯେ ଦୁଇଟି ବେଙ୍ଗଙ୍କର ବିବାହ କରାଇଲେ ଇନ୍ଦ୍ର ଦେବତା ପ୍ରୀତ ହୋଇଥାନ୍ତି। ବର୍ଷା ନ ହେଉଥିଲେ ସେମାନେ ବେଙ୍ଗ ବିବାହ କରାଇ ଇନ୍ଦ୍ରଙ୍କ ଆଶୀର୍ବାଦ ଜିଣିବାକୁ ଚେଷ୍ଟା କରିଥାନ୍ତି।

publive-image

ଯେପରି ସାଧାରଣତଃ ଝିଅମାନେ ବିବାହ ପରେ ନିଜ ସ୍ୱାମୀଙ୍କ ପରିବାର ଲୋକଙ୍କ ସହ ମିଶି ତାଙ୍କ ଘରେ ରହନ୍ତି। ମେଘାଳୟରେ କିନ୍ତୁ ବରମାନେ ବିବାହ ପରେ ପତ୍ନୀଙ୍କ ସହ ଯାଇ ଶଶୁର ଘରେ ରହିଥାନ୍ତି।

publive-image

ଝାରଖଣ୍ଡର ଏକ ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଜଣେ ଯୁବତୀଙ୍କୁ ଏକ କୁକୁର ସହ ବିବାହ କରାଇବା ଦ୍ୱାରା ସୈତାନ ଶକ୍ତିକୁ ଜୟ କରାଯାଇପାରେ।

publive-image

ମଧ୍ୟପ୍ରଦେଶରେ ଏକ ପ୍ରଥା ରହିଛି ଯେ ଗୋବର୍ଦ୍ଧନ ପୂଜା ଦିନ ପୁରୁଷମାନଙ୍କୁ ଭୂମିରେ ଶୁଆଇ ସେମାନଙ୍କ ଉପରେ ଗୋରୁମାନଙ୍କୁ ଚଲାଯାଏ।

publive-image

ରାଜସ୍ଥାନର ଯୋଦ୍ଧପୁର ଗ୍ରାମରେ ଜଣେ ପ୍ରାପ୍ତ ବୟସ୍କ ହୋଇଗଲେ ବୋଲି ପ୍ରମାଣ ଦେବା ପାଇଁ ମହିଳାମାନଙ୍କ ପାହାର ଖାଇଥାନ୍ତି। ପୁରୁଷମାନେ ମହିଳାମାନଙ୍କ ପାହାରକୁ ସହିଗଲେ ତାଙ୍କୁ ପ୍ରାପ୍ତ ବୟସ୍କ ଭାବେ ଗ୍ରହଣ କରାଯାଏ।

publive-image

ଗୁଲ୍‌ବର୍ଗଠାରେ ସୂର୍ଯ୍ୟପରାଗ ଦିନ ଲୋକମାନେ ଦିବ୍ୟାଙ୍ଗ ପିଲାଙ୍କୁ ମାଟି ତଳେ ବେକ ପର୍ଯ୍ୟନ୍ତ ପୋତି ପକାନ୍ତି। ଏମିତି କଲେ ସେମାନେ ସୁସ୍ଥ ହୋଇଯିବେ ବୋଲି ଗୁଲବର୍ଗ ଲୋକେ ବିଶ୍ୱାସ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe