ବୃଦ୍ଧାଙ୍କ ଉପରେ ଦୁଇଥର କାର ଚଢ଼ିଯିବା ପରେ ବି ବଞ୍ଚିଗଲା ଜୀବନ: ଦେଖନ୍ତୁ ଭିଡିଓ

ବୃଦ୍ଧାଙ୍କ ଉପରେ ଦୁଇଥର କାର ଚଢ଼ିଯିବା ପରେ ବି ବଞ୍ଚିଗଲା ଜୀବନ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କେତେବେଳେ କାହା ସହିତ କ’ଣ ଘଟିବ ତାହା କେହି କହି ପାରି ନଥାଆନ୍ତି। ଅନେକ ଥର ଦୁର୍ଘଟଣା ଲୋକଙ୍କ ଜୀବନ ନେଇଯାଇଥାଏ। ସେହିପରି ଏମିତି ବି ଅନେକ ଘଟଣା ସାମ୍ନାକୁ ଆସିଛି କି, ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ ବି ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ନିକଟରେ ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବୃଦ୍ଧା ବରଫ ଆଚ୍ଛାଦିତ ପାର୍କିଂ ସ୍ଥାନରେ କାର ପଛରେ ଠିଆ ହୋଇଛନ୍ତି। ଏହି ସମୟରେ କାରଟି ପଛକୁ ପଛ ଆସି ବୃଦ୍ଧାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଅଧା ଚଢ଼ି ଯାଇଥିଲା। ଯେମିତି ହିଁ ବୃଦ୍ଧା ଉଠିବାକୁ ଚେଷ୍ଟା କରୁଛନ୍ତି ପୁଣିଥର କାର ପଛକୁ ପଛ ଆସି ବୃଦ୍ଧାଙ୍କ ଉପରେ ଚଢ଼ି ଯାଇଥିଲା।

କାର ଚାଳକ ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ  ତୁରନ୍ତ କାରରୁ ଓହ୍ଲାଇ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ସଙ୍ଗେସଙ୍ଗେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଏହି ଦୁର୍ଘଟଣା‌ରେ ତାଙ୍କୁ କୌଣସି ପ୍ରକାର ଆଘାତ ଲାଗି ନଥିବା ଡାକ୍ତର କହିଥିଲେ।

ପୁଲିସ ଏହି ଘଟଣାର ଅନୁସନ୍ଧାନ କରୁଛି। ଏହି ଘଟଣାକୁ ନେଇ ଅଧିକାରୀମାନେ କହିଛନ୍ତି ଯେ କାର ଚାଳକ ୨୨ ବର୍ଷ ଧରି ଗାଡି ଚଲାଇ ଆସୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ସେ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ତାଙ୍କୁ ପାଞ୍ଚ ଥର ଜରିମାନା ବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe