ଚାକିରି ଛାଡ଼ି ମହିଳା ଘରଘର ବୁଲି କରୁଛନ୍ତି ସଫେଇ

Advertisment
ଚାକିରି ଛାଡ଼ି ମହିଳା ଘରଘର ବୁଲି କରୁଛନ୍ତି ସଫେଇ

ନୂଆଦିଲ୍ଲୀ: ଜଣେ ମହିଳା ଚାକିରି ଛାଡ଼ି ଘରଘର ବୁଲି ମଇଳା ସଫା କରୁଥିବା ଘଟଣା ସାମ୍ନାକୁ ଆସିଛି। ମହିଳା ନିଜକୁ ‘କୁଇନ ଅଫ କ୍ଲିନିଙ୍ଗ’ ବୋଲି କହୁଛନ୍ତି। ଦୁଇଦିନରେ ମହିଳା ଘର ସଫା କରି ଚକ୍କାଚକ୍କ କରି ଦେଉଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

୨୯ବର୍ଷର କଟ୍ରିନା ଔରି ଫିନଲ୍ୟାଣ୍ଡରେ ବସବାସ କରନ୍ତି। କଟ୍ରିନା କହନ୍ତି, ‘ତାଙ୍କୁ ଘର ପରିସ୍କାର ପରିଚ୍ଛନ୍ନ କରିବାକୁ ଖବୁ ଭଲ ଲାଗିଥାଏ। ଚାକିରି କରିବା ଅପେକ୍ଷା ଘରଘର ବୁଲି ସଫେଇ କରିବାରେ ତାଙ୍କୁ ଅଧିକ ସନ୍ତୋଷ ମିଳିଥାଏ। ସେଥିପାଇଁ ସେ ଗତବର୍ଷ ଚାକିରି ଛାଡ଼ି ସଫେଇ କାମ କରିବା ଆରମ୍ଭ କରି ଦେଇଛନ୍ତି। ସେ ସଫେଇକୁ ନେଇ ଅନେକ ଟିପ୍ସ ସେୟାର କରନ୍ତି। ଟିକଟକରେ ତାଙ୍କର ୭୮ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି।

ସୋସିଆଲ ମିଡିଆରେ ପପୁଲାରିଟି ହେତୁ କଟ୍ରିନାଙ୍କୁ ସ୍ପନସରସିପ ମିଳିଯାଇଛି। ସଫେଇକୁ ନେଇ ସେ ଯେଉଁ ଭିଡିଓ ପ୍ରସ୍ତୁତ କରନ୍ତି, ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଏଥିରୁ ତାଙ୍କର ଯେଉଁ ରୋଜଗାର ହୋଇଥାଏ, ସେଥିରେ ତାଙ୍କର ଯିବା ଆସିବା ଖର୍ଚ୍ଚ ଉଠି ଯାଇଥାଏ। ବିଶେଷ କଥାଟି ହେଉଛି, ସେ ଯେଉଁଠାରେ ସଫେଇ କରନ୍ତି ଟଙ୍କାଟିଏ ବି ଦାବି କରନ୍ତି ନାହିଁ।

କଟ୍ରିନା ତାଙ୍କର ସଫେଇ ଜୀବନ ତିନିଜଣ ସନ୍ତାନଙ୍କ ମା’ ଥିବା ମହିଳାଙ୍କ ଘରୁ ଆରମ୍ଭ କରିଥିଲେ। ଏହି ମହିଳାଙ୍କ ଘର ସଫା ହୋଇଯିବା ପରେ ସେ କଟ୍ରିନାଙ୍କୁ କହିଥିଲେ, ‘ ତୁମେ ଯେତିକି ଟଙ୍କା ଦାବି କରିବ ମୁଁ ସେତିକି ଦେବି।’ କିନ୍ତୁ କଟ୍ରିନା ଉକ୍ତ ମହିଳାଙ୍କ ଠାରୁ ଟଙ୍କାଟିଏ ବି ନନେଇ କେବଳ ତାଙ୍କ ସନ୍ତାନକୁ ଆଲିଙ୍ଗନ କରି ସେଠାରୁ ଚାଲି ଆସିଥିଲେ। କଟ୍ରିନାଙ୍କ ଏଭଳି କାମ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe