୨କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ଲିଙ୍ଗ ବଦଳାଇବା ପରେ ଭୁଲ ହୋଇଗଲା ବୋଲି କହିଛନ୍ତି ଏହି ବ୍ୟକ୍ତି

Advertisment
୨କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ଲିଙ୍ଗ ବଦଳାଇବା ପରେ ଭୁଲ ହୋଇଗଲା ବୋଲି କହିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି କୋରିୟନ ମହିଳାଙ୍କ ଭଳି ଦେଖାଯିବା ପାଇଁ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୩୦ଟି ସର୍ଜରି କରିଥି‌ଲେ। ଏହି ସର୍ଜରି ପାଇଁ ସେ ୮ବର୍ଷ ମଧ୍ୟରେ ୨କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। କିନ୍ତୁ ଏବେ ତାଙ୍କ ମନ ବଦଳି ଯାଇଛି। ପୁରୁଷରୁ ମହିଳା ହୋଇଥିବା ବ୍ୟକ୍ତି ଜଣକ ଏବେ ଘୋଷଣା କରିଛନ୍ତି କି ସେ ପୁଣି ଥରେ ପୁରୁଷ ହେବାକୁ ଚାହଁନ୍ତି।  ସେ କହିଛନ୍ତି, ‘ଝିଅ ହେବା ପାଇଁ ଲିଙ୍ଗ ବଦଳାଇଥିଲି, ଯାହାକି ମୋର ଏକ ବଡ଼ ଭୁଲ ହୋଇଯାଇଥିଲା।’

ବ୍ରିଟେନରେ ଜନ୍ମ ହୋଇଥିବା ୩୨ବର୍ଷର ଓଲି ଲଣ୍ଡନ ନିଜକୁ କୋରିୟନ ମହିଳା କରିବାରରେ ଲାଗି ପଡ଼ିଥିଲେ। ଏଥିପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଓଲି ଗୋଟିଏ କି ଦୁଇଟି ନୁହେଁ, ୩୦ଟି କସମେଟିକ ସର୍ଜରି କରି କୋରିୟନ ମହିଳା ହୋଇଥିଲେ। ସେ କୋରିୟନ ପପ-ଷ୍ଟାର ପାରକ ଜି ମିନଙ୍କ ଭଳି ଦେଖାଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ଗୋଟିଏ ପରେ ଗୋଟିଏ ଏପରି ୩୦ଟି ସର୍ଜରି କରିବା ଆରମ୍ଭ କରି ଦେଇଥିଲେ। ତେବେ ଏହାକୁ ନେଇ ବିବାଦ ବି ଦେଖା ଦେଇଥିଲା।

publive-image

ଓଲି କହିଛନ୍ତି, ‘ମୋର ଏବେ ମନ ବଦଳି ଯାଇଛି, ମୁଁ ଟ୍ରାନ୍ସରେସିୟଲ ନୁହେଁ, ଜଣେ ପୁରୁଷ ଭାବେ ବଞ୍ଚିବା  ପାଇଁ ଚାହେଁ। ଟ୍ରାନ୍ସରେସିୟଲ ଭାବେ ପରିଚୟ ତିଆରି କରିବା ମୋର ବଡ଼ ଭୁଲ ହୋଇଯାଇଛି। ମୁଁ କେବଳ ପୁରୁଷ ହୋଇ ବଞ୍ଚିବାକୁ ଚାହେଁ।

ଓଲି ୨୦୧୮ ଅକ୍ଟୋବର ମାସରେ ଚର୍ଚ୍ଚାରେ ଥିଲେ। ଯେଉଁ ସମୟରେ ଖବର ଆସିଥିଲା କି ସେ କୋରିୟନ ଭଳି ଦେଖାଯିବାକୁ ୧୫ରୁ ଅଧିକ ସର୍ଜରି କରି ସାରିଛନ୍ତି। ୨୦୨୧ ଶେଷ ବେଳକୁ ସେ ପାଖାପାଖି ୩୦ରୁ ଅଧିକ ସର୍ଜରି କରିସାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe