ଆଇଫୋନ-୧୩ ପ୍ରୋ ମାକ୍ସ ଅର୍ଡର କରିଥିଲେ, ଘରେ ଡେଲିଭର ହେଲା ସାବୁନ

Advertisment
ଆଇଫୋନ-୧୩ ପ୍ରୋ ମାକ୍ସ ଅର୍ଡର କରିଥିଲେ, ଘରେ ଡେଲିଭର ହେଲା ସାବୁନ

gadgetsnow

ନୂଆଦିଲ୍ଲୀ: ଆପଲର ସବୁଠାରୁ ଦାମୀ ସ୍ମାର୍ଟଫୋନ ଅର୍ଡର କରି ଫସିଲେ ବ୍ରିଟେନରେ ରହୁଥିବା ଜଣେ ମହିଳା। ଫୋନ ପରିବର୍ତ୍ତେ ଡେଲିଭର ଦେଲା ସାବୁନ। ଏଭଳି ଘଟଣା ନୂଆ ନୁହେଁ, ଏହା ପୂର୍ବରୁ ମଧ୍ୟ ଲୋକେ ଦାମୀ ଜିନିଷ ଅର୍ଡର କରି ଠକାମିର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। କିଛି ମାସ ପୂର୍ବରୁ, କେରଳର ଜଣେ ମହିଳା ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ ଏବଂ ଏହା ବଦଳରେ ତାଙ୍କୁ ମିଳିଥିଲା ବାସନ ସଫା ସାବୁନ। ଏବେ ବ୍ରିଟେନର ଜଣେ ମହିଳାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି।

ଖୌଲା ଲାଫାଇଲି ନାମକ ଜଣେ ମହିଳା ଏକ ପ୍ରତିଷ୍ଠିତ ସ୍ଥାନୀୟ ଦୋକାନରୁ ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଅର୍ଡର କରିଥିଲେ। କିଛି ଦିନ ପରେ ମହିଳାଙ୍କୁ ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ବଦଳରେ ୧ଡଲାର ମୂଲ୍ୟର ସାବୁନ୍ ଡେଲିଭର କରାଯାଇଥିଲା। ଏହି ଘଟଣା ପରେ ଡେଲିଭରି ବଏ ଜିନିଷ ଅଦଳବଦଳ କରିଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ମହିଳା।

ତାଙ୍କ କହିବା ମୁତାବକ, ଅର୍ଡର କରିବାର ଗୋଟେ ଦିନ ପରେ ଡେଲିଭର କରିବାକୁ ମୁଁ ବିକଳ୍ପ ବାଛିଥିଲି। ହେଲେ ଡେଲିଭରି ବଏ ୨ ଦିନ ସମୟ ଲଗାଇବା ସହ ଟ୍ରାଫିକରେ ଫସିଥିବା କହିଥିଲେ। ୨ଦିନ  ପରେ ସେ ଘର ଆଗକୁ ଆସି ମଧ୍ୟ ଜିନିଷ ଡେଲିଭର କରିନଥିଲେ। ଘର ବାହାରର ଫଟୋ ଉଠାଇ ଘରେ କେହି ନଥିବା ଲେଖି ଚାଲି ଯାଇଥିଲେ ଡେଲିଭରି ବଏ। ସେ ସମୟରେ ମୁଁ ଘରେ ଥିଲି କିନ୍ତୁ ସେ ମୋତେ ଡାକିନଥିଲେ। ପରେ ଯେତେବେଳେ ମୋତେ ଜିନିଷ ଡେଲିଭର କରାଗଲା ମୁଁ ବକ୍ସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ଭିତରେ କେବଳ ଥିଲା ସାବୁନ।

ଏନେଇ ମହିଳାଜଣଙ୍କ ଅଭିଯୋଗ କରିଥିବା ବେଳେ ଏପର୍ଯ୍ୟନ୍ତ ନିଜ ମୋବାଇଲ ବା ପଇସା ଫେରିପାଇନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe