ବସ ଭିତରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଚାଳକ ଓ କଣ୍ଡକ୍ଟର

Advertisment
ବସ ଭିତରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଚାଳକ ଓ କଣ୍ଡକ୍ଟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରେ ସରକାରୀ ରୋଡୱେଜର ବସ ଚାଳକ ଓ କଣ୍ଡକ୍ଟରଙ୍କୁ ନେଇ ଭୁରିଭୁରି ପ୍ରଶଂସା କରାଯାଉଛି। କାରଣ ଏହି ଦୁହିଁଙ୍କ ଉପସ୍ଥିତ ବୁଦ୍ଧି ହେତୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ରୋଡୱେଜରେ ବାନ୍ଦା ଡିପୋର ବସ ୟୁପି ୯୦ ଟି ୫୪୮୪ ଯାତ୍ରୀଙ୍କୁ ନେଇ ବାନ୍ଦାରୁ କାନପୁର ଯାଉଥିଲା। ବାନ୍ଦାରୁ ପାଖାପାଖି ୩୦କିଲୋମିଟର ଦୂର ପଲରା ଗ୍ରାମ ନିକଟ ଦେଇ ଯାଉଥିବା ଏହି ବସରେ ଜଣେ ଅନ୍ତସତ୍ତ୍ବା ମହିଳା ଯାଉଥିଲେ। ଯାତ୍ରା ସମୟରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଏହି ସମୟରେ ମହିଳାଙ୍କ ସହିତ କେବଳ ଜ‌ଣେ ବୃଦ୍ଧା ହିଁ ଥିଲେ। ସେ ଏସବୁ ସ୍ଥିତି ଦେଖି ବିଚଳିତ ହୋଇପଡ଼ିଥିଲେ। କ’ଣ କରିବେ କିଛି ବୁଝି ପାରି ନଥିଲେ।

ଏହାପରେ ବସ ଚାଳକ ବସକୁ ରାସ୍ତାପାର୍ଶ୍ବରେ ଅଟକାଇଥିଲେ। ବସରୁ ଚାଳକ ଓ କଣ୍ଡକ୍ଟର ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ। ଏହାପରେ ଚାଳକ ଓ କଣ୍ଡକ୍ଟର କୌଶଳେନ୍ଦ୍ର ସିଂହ ସମସ୍ତ ମହିଳା ଯାତ୍ରୀଙ୍କୁ ଏକାଠି କରି ପ୍ରସୂତିଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ମହିଳାଯାତ୍ରୀଙ୍କ ସହଯୋଗରେ ଚାଳକ ଓ କଣ୍ଡକ୍ଟର ପ୍ରସୂତିଙ୍କ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ଏହାପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବସ କଣ୍ଡକ୍ଟର କୌଶଳେନ୍ଦ୍ର ସିଂହ ଏହି ଘଟଣାକୁ ନେଇ କହିଛନ୍ତି, ‘ମୁଁ ଯେଉଁ ବସରେ ଥିଲି। ସେଥିରେ ଜଣେ ଅନ୍ତସ୍ତତ୍ତ୍ବା ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା। ଏତେଗୁଡାଏ ଯାତ୍ରୀଙ୍କୁ ଫେରାଇ ହସ୍ପିଟାଲ ଯିବା ସମ୍ଭବ ନଥିଲା। କାରଣ ବସ ଭିତ‌ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ହୁଏତ କାହାର ଜରୁରୀ କାମ ଥାଇପାରେ।

ତେଣୁ ଆମେ ପ୍ରସୂତିଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲୁ। ଗାଁ ଅଧିକ ରହି ଯାଇଥିବାରୁ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଠିକ ସମୟରେ ତାଙ୍କର ଯଦି ପ୍ରସବ ହୋଇ ନଥାଆନ୍ତ‌ା ତେବେ ତାଙ୍କର ଜୀବନ ଚାଲି ଯିବାର ସମ୍ଭ‌ାବନା ରହିଥିଲା। ତେଣୁ ଆମେ ସମସ୍ତେ ମିଶି ଭଗବାନଙ୍କୁ ଡାକି ତାଙ୍କର ପ୍ରସବ କରାଇଥିଲୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe